-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2024
(ମନୋରଞ୍ଜନ ତ୍ରିପାଠୀ )
ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ତହସିଲ ର ରାଜସ୍ବ ପରିଦର୍ଶକ ତଥା ଓଡ଼ିଶା ରାଜ୍ୟ ରାଜସ୍ବ କ୍ଷେତ୍ର ଅଧିକାରି ସଂଘ ସୁବର୍ଣ୍ଣପୁର ଶାଖା ର ଜିଲ୍ଲା ସଭାପତି ଜାରା ସିଂ ବରିହା ଙ୍କ ନେତୃତ୍ଵ ରେ ବିଭିନ୍ନ ଦାବି ନେଇ ସୋନପୁର ତହସିଲ ର ପାଞ୍ଚୋଟି ରାଜସ୍ବ କାର୍ଯ୍ୟାଳୟ ର ନିରୀକ୍ଷକ ମାନେ ଆଜି ସୋନପୁର ତହସିଲ ର ଅତିରିକ୍ତ ତହସିଲଦାର ଯୋଗେଶ୍ୱର ଧରୁଆ ଙ୍କୁ ଭେଟି ଦାବି ପତ୍ର ପ୍ରଦାନ୍ କରିଚନ୍ତି l ଆଜି ୨୫ ଜାନୁଆରୀ ରୁ କଳା ବ୍ୟାଚ ପିନ୍ଧି ସମସ୍ତ ଅଧିକାରୀ ଧାରଣା ରେ ବସି ଦାବୀ ପୂରଣ ନ ହେଲେ ୧୦ ଦିନ ପରେ କଲମ ଛାଡ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇ ଛନ୍ତି l ମୁଖ୍ୟ ଦାବୀ ଗୁଡ଼ିକ ମଧ୍ୟରେ
କ୍ୟlଡର ପୁନଃ ନିର୍ଦ୍ଧାରଣ , ଯୋଗ୍ୟତା ଭିତ୍ତିରେ ଗ୍ରେଡେଶନ, ଅତିରିକ୍ତ ରାଜସ୍ବ ନୀରିକ୍ଷକ ଙ୍କ ଗ୍ରେଡ ପେ ବୃଦ୍ଧି, ରାଜସ୍ବ ମଣ୍ଡଳ ରେ କର୍ମଚାରୀ ନିଯୁକ୍ତି, ରାଜସ୍ବ ବିଭାଗ ରୁ କୃଷି କ୍ଷେତ୍ର ସମ୍ବନ୍ଧୀୟ କାର୍ଯ୍ଯ ବର୍ଜନ ଆଦି ଦାବୀ ରହିଥିବା ଜଣା ଯାଇଛି l କର୍ତ୍ତୃପକ୍ଷ ଙ୍କୁ ଏହି ଦାବୀ ପତ୍ର ଦେବା ବେଳେ ସୋନପୁର ଆର ଆର ଆଇ ସୁଧୀର ରଞ୍ଜନ ପାଣ୍ଡିଆ, ସୁନୀଲ କୁମାର ଘିବେଲl , ସ୍ନିଗ୍ଧl ମୟୀ ପରୁଆ, ମlମି ବେହେରା, ବିନୋଦିନୀ ନାଏକ ପ୍ରମୁଖ ଉପସ୍ଥିତି ଥିଲେ l