-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2024
ବିନିକା(ହିମାଂଶୁ ଶେଖର ପୁଟେଲ)ବିଶ୍ୱ ଓଡ଼ିଆ ଭାଷା ସମ୍ବିଲାନି ଆୟୋଜନ ଓ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ସ୍ଥାନୀୟ ବିନିକା ସିଦ୍ଧାର୍ଥ ଡ଼ିଗ୍ରୀ କଲେଜରେ ଦୀର୍ଘ ୧୨ ଦିନ ଧରି ଚାଲିଥିବା ନୂଆଁ ଓ ଓଡ଼ିଶା ସାହିତ୍ୟ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।କଲେଜ ଅଧ୍ୟକ୍ଷ ଡ଼ ଧୀରେନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସ ରାମପୁର କଲେଜର ପୂର୍ବତନ ଅଧ୍ୟକ୍ଷ ତଥା ଗବେଷକ ଡଃ ରାମେଶ୍ବର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା ଓ ସଂସ୍କୃତି ଉପରେ ଆଲୋକପାତ କରିଥିଲେ।ସମ୍ମାନିତ ଅତିଥି ଭାବେ ରାଜନୀତି ବିଜ୍ଞାନ ଅଧ୍ୟାପକ ରୁଦ୍ର ନାରାୟଣ ଦାସ ଉପସ୍ଥିତ ଥିଲେ।ଏହି ଅବସରରେ ଓଡ଼ିଆ କବିତା ଲିଖନ ପ୍ରତିଯୋଗିତାରେ ଶଶାଙ୍କ ଶେଖର ଦାସ ପ୍ରଥମ,ଅଙ୍କିତା ହୋତା ଦ୍ଵିତୀୟ,ଅନୁସୟା ଭୁଏ ତୃତୀୟ,କ୍ଷୁଦ୍ର ଗଳ୍ପରେ ସୁମନ ଥନାପତି ପ୍ରଥମ,
ମୌସୁମୀ ଥନାପତି ଦ୍ଵିତୀୟ,ମୌସୁମୀ ବାଗ ତୃତୀୟ,ରଚନାରେ ଆନନ୍ଦିନି ଭୋଇ ପ୍ରଥମ,ସୃତିମୟ ଗୁରୁ ଦ୍ଵିତୀୟ,ଅଲିଭା ହୋତା ତୃତୀୟ, ବକୃତାରେ ଶଶାଙ୍କ ଶେଖର ଦାସ ପ୍ରଥମ,ଅଙ୍କିତା ହୋତା ଦ୍ଵିତୀୟ,ସୁମନ ଥନାପତି ତୃତୀୟ,କବିତା ପାଠରେ ଶଶାଙ୍କ ଶେଖର ଦାସ ପ୍ରଥମ,ସୃତିଶିଖା ଖେତି ଦ୍ଵିତୀୟ,ଅନୂଷୟା ଭୋଇ ତୃତୀୟ,ଓଡ଼ିଆ ଭଜନ ଗାନରେ ଶଶାଙ୍କ ଶେଖର ଦାସ ପ୍ରଥମ,ସୁମନ ଥନାପତି ଦ୍ଵିତୀୟ,ରାହୁଲ ଦାସ ତୃତୀୟ,ଓଡ଼ିଆ କୁଇଜରେ ଆନନ୍ଦୀନି ଭୁଏ ପ୍ରଥମ,ଶଶାଙ୍କ ଶେଖର ଦାସ ଦ୍ଵିତୀୟ,ବିନୀ ଥନାପତି ତୃତୀୟ, ଓଡ଼ିଆ ଫୋଟୋ ପ୍ରଦର୍ଶନୀ ରେ ରମେଶ ମେହେର ପ୍ରଥମ,କଳିଙ୍ଗ କେଶରୀ ଭୋଇ ଦ୍ଵିତୀୟ,ପ୍ରଭାସିନୀ ଭୁଏ ତୃତୀୟ ଏବଂ ସାଂସ୍କୃତିକ ଚାମ୍ପିଅନ ଶଶାଙ୍କ ଶେଖର ଦାସଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ ।ସଭାକୁ ଅଧ୍ୟାପକ ଭଗବାନ ସାହୁ ସଂଯୋଜନା କରିଥିବା ବେଳେ କାର୍ଯ୍ୟକ୍ରମର ନୋଡାଲ ଅଧିକାରୀ ତଥା ଅଧ୍ୟାପିକା ପ୍ରମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଶେଷରେ ଓଡ଼ିଆ ସିନେମା ଶ୍ରୀ ଜଗନ୍ନାଥ ପ୍ରଦର୍ଶିତ ହୋଇଥିଲା ।