-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
25-Jan-2024
ବୀରମହାରାଜପୁର, ( ବିନୋଦ ପାଣ୍ଡେ): ରାଜ୍ୟ ସରକାର ସୁବର୍ଣ୍ଣପୁର ଜିଲ୍ଲା ରେ ଉଚ୍ଚ ଶିକ୍ଷାର ବିକାଶ ପାଇଁ ରୂପାନ୍ତରୀକରଣ ପ୍ରକିୟା ରେ ବହୁ ପୁରୁଣା ହାଇସ୍କୁଲ ଗୁଡ଼ିକୁ ସାମିଲ କରିଛନ୍ତି। ବର୍ତ୍ତମାନ ଜିଲ୍ଲାର ୪ର୍ଥ ପର୍ଯ୍ୟାୟରେ ୧୪ ଟି ରୂପାନ୍ତରିତ ହାଇସ୍କୁଲ ଲୋକାର୍ପିତ ହୋଇଛି। ବୁଧବାର ସନ୍ଧ୍ୟାରେ ବୀରମହାରାଜପୁର ବ୍ଲକ ଜଟେସିଂହା ହାଇସ୍କୁଲ ପରିସରରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ଭିଡିଓ କନଫରେନ୍ସିଂ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ '୫-ଟି ' ତଥା 'ଆମ ଓଡ଼ିଶା ନବୀନ ଓଡ଼ିଶା' ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଲୋକାର୍ପଣ କରିଛନ୍ତି। ଏହି ଅବସରରେ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଲୋକାର୍ପଣ ଉତ୍ସବରେ ରାଜ୍ୟ ସ୍ବାସ୍ଥ୍ୟ ପରିବାର ଓ କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୁଝାରୀ ମୁଖ୍ୟ ଅତିଥି, ସ୍ଥାନୀୟ ବିଧାୟକ ପଦ୍ମନାଭ ବେହେରା ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ଥିଲେ । ଏହି ଅବସରରେ ଜଟେସିଂହା ହାଇସ୍କୁଲର ଦଶମ ଶ୍ରେଣୀ ଛାତ୍ରୀ ରିମା ଦେହୁରୀ ମୁଖ୍ୟମନ୍ତ୍ରୀ ଓ '୫-ଟି ' ଅଧ୍ୟକ୍ଷଙ୍କ ସହ ନିଜ ଅନୁଭୂତି ବଖାଣି ଥିଲେ। ଏଥିରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଅଶ୍ଵିନୀ ମେହେର, ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ବୀରମହାରାଜପୁର ଉପ ଜିଲ୍ଲାପାଳ ଲଲାଟେନ୍ଦୁ ସି, ବୀରମହାରାଜପୁର ବ୍ଲକ ଅଧ୍ୟକ୍ଷା ଶାନ୍ତି ଲୁହା, ଉଲୁଣ୍ଡା ବ୍ଳକ ଅଧ୍ୟକ୍ଷା ଶାନ୍ତିଲତା ମିଶ୍ର, ଉପାଧ୍ୟକ୍ଷ ନାରାୟଣ ଲୁହା, ବୀରମହାରାଜପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ , ଉଲୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ କରିସ୍ମା ଭେସେରା , ସ୍ଥାନୀୟ ସମିତି ସଭ୍ୟା ରଶ୍ମିତା ପଣ୍ଡା, ସରପଞ୍ଚ ସୁନୀତା ପଧାନ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ। ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହାକୁ ଉକ୍ତ ବିଦ୍ୟାଳୟର ଶିକ୍ଷକ ଗୁରୁଦୋତ୍ତ ମିଶ୍ର ପରିଚାଳନା କରିଥିଲେ।