-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
23-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ): କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ପଞ୍ଚାୟତ ମସିଣାଗୋରା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପରିଚାଳନା କମିଟି ସଭାପତି ଦିଗାମ୍ବର ସାହୁଙ୍କ ଅଧ୍ୟକ୍ଷତାରେ ପିତୃ ସମ୍ମିଳନୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କାର୍ଯ୍ୟକ୍ରମରେ ଆମ୍ବଗାଁ ଜନତା ଉଚ୍ଚବିଦ୍ୟାଳୟର ସହକାରୀ ଶିକ୍ଷକ ଲକ୍ଷ୍ମଣ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଦୀପ ପ୍ରଜ୍ବଳନ କରିଥିଲେ । ବୌଦ୍ଧ ଜିଲ୍ଲା ପ୍ରମୁଖ କାର୍ତ୍ତିକେଶ୍ଵର ବେହେରା ମୁଖ୍ୟବକ୍ତା ଭାବେ ଯୋଗଦେଇ ମାର୍ଗଦର୍ଶନ କରିଥିଲେ । ସମ୍ମାନୀତ ଅତିଥି ଭାବେ ସମାଜସେବୀ ଧିରୋଜ ଭୋଇ, ସଂପାଦକ ଭକ୍ତ ସାହୁ ଉପସ୍ଥିତ ଥିଲେ l ସଭାରେ ଉପସ୍ଥିତ ଅଭିଭାବକ ମାନେ ବିଦ୍ୟାଳୟର ଉନ୍ନତି ଦିଗରେ ମତାମତ ରଖିଥିଲେ । ସଭା ପ୍ରାରମ୍ଭରେ ବିଦ୍ୟାଳୟର ଶିଶୁ ଭାଇଭଉଣୀ ମାନେ ସ୍ଵାଗତ ସଂଗୀତ ଗାନ କରି ଥିଲେ l ଆଚାର୍ଯ୍ୟା ସଂଧ୍ୟାରାଣୀ ମନହିରା ମଞ୍ଚ ପରିଚାଳନା କରିଥିଲେ । ପ୍ରଧାନ ଆଚାର୍ଯ୍ୟ ସୁଶାନ୍ତ ସାହୁ ଅତିଥି ପରିଚୟ ଓ ଭକ୍ତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଆଚାର୍ଯ୍ୟା ଝରଣା ପ୍ରଧାନ, ସାଏବାନି ପାତ୍ର, ବେଦମତୀ କୁଦେଇ, ମମିତା ରଣା, ଅଙ୍କିତାଶ୍ରୀ ମହାରଣା, ଆଚାର୍ଯ୍ୟ ରୋଶନ ସାହୁ, ସୁଶାନ୍ତ ମାଝୀ, ଶ୍ରୀକାନ୍ତ କୁଦେଇ, ସେବିକା ସୁରୁସୂତା ଭୋଇ, ବାହନ ଚାଳକ ରାଜକୁମାର ରଣା ଏବଂ ପରିଚାଳନା ସମିତିର ସମସ୍ତ କାର୍ଯ୍ୟକର୍ତ୍ତା ସହଯୋଗ କରିଥିଲେ ।