-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
23-Jan-2024
ଲୋଇସିଂହା, (ବିନୋଦ କୁମାର ଦୀପ) 36ତମ ଜିଲ୍ଲାସ୍ତରୀୟ ଜୁନିଅର ରେଡ଼କ୍ରସ ଷ୍ଟଡି କମ ଟ୍ରେନିଂ 2023-24 କାର୍ଯ୍ୟକ୍ରମ ଲୋଇସିଂହା ହରେକୃଷ୍ଣ ମହତାବ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ର ଉଦ୍ଘାଟନୀ ଉତ୍ସବ ରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବଲାଙ୍ଗୀର ଶ୍ରୀମତୀ ଦେବକୀ ସାହୁ ଯୋଗ ଦେଇଥିବା ବେଳେ ସଭାପତି ଜିଲ୍ଲା ଶିକ୍ଷା ଅଧିକାରୀ ତଥା ଜିଲ୍ଲା ରେଡ଼କ୍ରସ ସୋସାଇଟି ଅଧ୍ୟକ୍ଷ ଧ୍ରୁବଚରଣ ବେହେରା, ସମ୍ମାନିତ ଅତିଥି ଭାବେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ଶ୍ରୀ କେଶବ ମେହେର, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପ୍ରଦୀପ ପାତ୍ର, ଲୋଇସିଂହା ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଶ୍ରୀ ରୀନା କୁମାରୀ ବେହେରା, ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀ ଉଦ୍ଧବ ଚନ୍ଦ୍ର ପଟେଲ, ଜେଆରସିଓ ବିକାଶ ରଞ୍ଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ l ଏହି କାର୍ଯ୍ୟକ୍ରମ 22 ରୁ 24 ତାରିଖ 3 ଦିନ ଧରି ଅନୁଷ୍ଠିତ ହେବ l ପ୍ରଥମ ଦିନ ପିଲା ଙ୍କ ରେଜିଷ୍ଟ୍ରସନ ହୋଇଥିଲା ଓ ପରେ ଉଦଘାଟନୀ ଉତ୍ସବ ର ଶୁଭାରମ୍ଭ କରାଗଲା l କାର୍ଯ୍ୟକ୍ରମ ର ପ୍ରତ୍ୟକ ଦିନ ଉପର ବେଳା ସାଂସ୍କୃତିକ କାର୍ଯ୍ୟକ୍ରମ ଚାଲୁ ରହିଥିବା ବେଳେ ଶେଷ ଦିନ କୃତି ଛାତ୍ରଛତ୍ରୀ ଙ୍କୁ ଅତିଥି ବୃନ୍ଦ ଙ୍କ ଦ୍ୱାରା ପୁରସ୍କାର ବିତରଣ କାର୍ଯ୍ୟକ୍ରମ ରହିଛି l