-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
22-Jan-2024
(ମିହିର ଶଙ୍କର ପାତ୍ର,)
ନବରଙ୍ଗପୁର :-ଆଜି ସମଗ୍ର ନବରଙ୍ଗପୁର ଜିଲ୍ଲା ଭଗଓ୍ବା ରଙ୍ଗରେ ଛାଇ ହୋଇ ଯାଇଛି। ଉମରକୋଟ, ନବରଙ୍ଗପୁର ସହ ପ୍ରାୟ ସମସ୍ତ ବ୍ଲକ୍ ର ବିଭିନ୍ନ ଅଞ୍ଚଳ ରେ ଶୋଭାଯାତ୍ରା, ବାଇକ୍ ରେଲି ସହ ଶ୍ରୀରାମ ଭକ୍ତ ମାନେ ନଗର ପରିକ୍ରମା କରିଛନ୍ତି। ହିନ୍ଦୁ ମହାସଂଘ, ବିଶ୍ଵ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ, ଶ୍ରୀରାମ ସେନା, ତଥା ଅନ୍ୟାନ୍ୟ ହିନ୍ଦୁ ସଂଗଠନ ର କାର୍ଯ୍ୟକର୍ତ୍ତା ମାନେ ମିଳିତ ଭାବେ ରେ ଅନେକ ଧାର୍ମିକ କାର୍ଯ୍ୟକ୍ରମ କରିଛନ୍ତି। ବାଦ୍ୟ ର ତାଳେତାଳେ ଶ୍ରୀ ରାମ ଭକ୍ତ ଉତ୍ସାହ ର ସହ ନୃତ୍ୟ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ଦଳଗତ ନିର୍ବିଶେଷରେ ସମସ୍ତ ହିନ୍ଦୁ ଭାଇ ସହଯୋଗ କରିଛନ୍ତି। ଘରେ ଘରେ ଗୌରୀକ୍ ଧ୍ଵଜ ପରିବେଶ କୁ ସଂପୂର୍ଣ୍ଣ ରାମ ମୟ କରି ଦେଇଛି।ଏହି ଅବସରରେ ସନ୍ଧ୍ୟାରେ ଆଜି ସମସ୍ତ ହିନ୍ଦୁ ପରିବାରରେ ଦୀପ ଜାଳିଲେ ଏଵଂ ଖୁସିରେ ବାଣ ଫୁଟାଇ ଦୀପାବଳି ପାଳନ ନ କଲେ।
*ବି :ଦ୍ର:-ଚତୁର୍ଦ୍ଦିଗ ପ୍ରକମ୍ପିତ ଉଠୁଛି ଜୟ ଶ୍ରୀରାମ ଧ୍ବନି ରେ*