-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
22-Jan-2024
କଣ୍ଟାମାଳ, (ଜୟ କୁମାର ମହାରଣା)କଣ୍ଟାମାଳ ଅବକାରୀ ପକ୍ଷରୁ ଗଞ୍ଜେଇ ଜବତ କରାଯାଇଥିବା ବେଳେ ଚାଲାଣରେ ବ୍ୟବହୃତ ବାଇକ୍ ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ।ସୂଚନା ଅନୁସାରେ, ବିଶ୍ଵସ୍ତ ସୂତ୍ରରୁ ଖବର ପାଇ କଣ୍ଟାମାଳ ଅବକାରୀ ବିଭାଗ ଡୁମାଲପଖାଲ ଛକ ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏକ ଡିଲକ୍ସ ବାଇକରେ ଦୁଇ ଜଣ ବସ୍ତାରେ କିଛି ଜିନିଷ ଧରି ଆସୁଥିବା ବେଳେ ସନ୍ଦେହରେ ତାଙ୍କୁ ଅଟକାଇ ତଦନ୍ତ କରିଥିଲା ।ତଦନ୍ତ ପରେ ସେମାନଙ୍କ ନିକଟରୁ ଗଞ୍ଜେଇ ମିଳିଥିବା ବେଳେ ଏକ ଡିଲକ୍ସ ବାଇକ୍ (ଓଡି ୩୧ଏଚ ୪୪୩୩) ସହ ଚାଲାଣକାରି ଦୁଇ ଜଣକୁ ଗିରଫ କରିଥିଲା । ଜବତ ଗଞ୍ଜେଇର ଓଜନ କରିବା ୧୨କେଜି ହୋଇଥିବା ଅବକାରୀ ପକ୍ଷରୁ ସୂଚନା ମିଳିଛି ।ଗିରଫ ହୋଇଥିବା ଅଭିଯୁକ୍ତ ଦୁଇ ଜଣ ହେଲେ କୈଳାଶ ବେହେରା (୨୬) ଓ ମଣ୍ଟୁ ସାହୁ (28) ବୋଲି ଜଣାପଡ଼ିଛି । ଏ ସଂକ୍ରାନ୍ତରେ କଣ୍ଟାମାଳ ଅବକାରୀ ଥାନାରେ ୧୬୪ /୨୩ - ୨୪ ରେ ଏକ ମାମଲା ରୁଜୁ କରାଯାଇ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା କଣ୍ଟାମାଳ ଅବକାରୀ ଥାନା ଅଧିକାରୀ ସୂର୍ଯ୍ୟକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି ।