-+91-9937148622 |
prerana_bgr@rediffmail.com |
Sunday 8th November 2026 |
R.N.I. Regd No. ODIODI/2010/46693
Breaking News
22-Jan-2024
ଲୋଇସିଂହା, (ପ୍ରେରଣା ଖବର) ଚତୁର୍ଥ ପର୍ଯ୍ୟାୟରେ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ବ୍ଲକର ୭ଟି 5T ରୂପାନ୍ତରିତ ହାଇସ୍କୁଲ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଦ୍ୱାରା ଗତ ଶନିବାର ଦିନ ଲୋକାର୍ପିତ ହୋଇଯାଇଛି l ଲୋକାର୍ପିତ ସ୍କୁଲ ଗୁଡିକ ହେଲା ହୀରାପୁର ରାଧାକୃଷ୍ଣ ହାଇସ୍କୁଲ, କେଉଁଟିପାଲି ଆଦିବାସୀ ହରିଜନ ହାଇସ୍କୁଲ, କୁଟେନପାଲି, ଝାରମୁଣ୍ଡା, କନ୍ଦାଜୁରୀ, ରତାଖଣ୍ଡି, ରେଙ୍ଗାଲି ଆଦି ସ୍କୁଲ l କେଉଁଟିପାଲି ହାଇସ୍କୁଲ ଲୋକାର୍ପଣ ଉର୍ତ୍ସବ ରେ ବିଡ଼ିଓ ଯୁଧିଷ୍ଠିର ମେହେର, ବ୍ଲକ ଅଧ୍ୟକ୍ଷ ଜତିନ୍ଦ୍ର ପଟେଲ, ସରପଞ୍ଚ ବିଜୁଳି ପଧାନ, ସମିତି ସଭ୍ୟା ଜୟକୁମାରୀ ଧରୁଆ,ପରିଚାଳନା କମିଟି ସଭାପତି ବାହାଦୂର ନନ୍ଦ, ବ୍ଲକ ସହକାରୀ ଯନ୍ତ୍ରୀ ସିଦ୍ଧlର୍ଥ ପାଢ଼ୀ, ସ୍କୁଲ କନିଷ୍ଠ ଯନ୍ତ୍ରୀ ସସ୍ମିତା ବେହେରା, ପ୍ରଧାନ ଶିକ୍ଷକ ଶାନ୍ତିଲାଲ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ l
ଲୋକାର୍ପଣ ସଭା ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନେ ନୃତ୍ୟଗୀତ ପ୍ରଦର୍ଶନ କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟୀତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଶେଷରେ ଶିକ୍ଷକ ହିମାଂଶୁ ଶଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ l