-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
22-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧ ବ୍ଳକ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ଅନ୍ତର୍ଗତ ଜଗତି ହାଇସ୍କୁଲ ପଡିଆରେ ତୃତୀୟ ଗନ୍ଧରାଡ଼ି ଲୋକ କଳା ମହୋତ୍ସବ ପାଇଁ ଶୁଭ ଖମ୍ବ ସ୍ଥାପନ ଓ ସ୍ଥାୟୀ ମଣ୍ଡପର ଶୁଭ ଉଦ୍ଘାଟନ ଜଙ୍ଗଲ ପରିବେଶ, ପାନୀୟ ଜଳ ଯୋଗାଣ, ପଂଚାୟତରାଜ, ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ କୁମାର ଅମାତଙ୍କ ଦ୍ବାରା ହୋଇ ଯାଇଛି। ମହୋତ୍ସବ କମିଟିର ସଭାପତି ଅଶୋକ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ଶ୍ରୀ ଅମାତ ଓ ସମ୍ମାନୀତ ଅତିଥି ଭାବେ ବୌଦ୍ଧ ନଗରପାଳ ମୃତୁଞ୍ଜୟ ମିଶ୍ର, ୬ ନଂ ଜିଲ୍ଲା ପରିଷଦ ସଭ୍ୟ। କଲ୍ପନା ରାଣୀ ସାହୁ, ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତ ସରପଞ୍ଚ ଭାରତୀ
ପୁରୋହିତ, ବୌଦ୍ଧ ଜିଲ୍ଲା ସରପଞ୍ଚ ସଙ୍ଘ ସଭାପତି ଅରୁଣ କୁମାର ବାଘ, ମୁଣ୍ଡାପଡ଼ା ପଞ୍ଚାୟତ ପୂର୍ବତନ ସରପଂଚ ବିଦ୍ୟାଧର ସ୍ୱାଇଁ, ଗନ୍ଧରାଡ଼ି କଲେଜର ଅଧ୍ୟକ୍ଷ ପ୍ରଭାତ କୁମାର ଶତପଥୀ, ଜଗତି ଗାଁ ଗୌନ୍ତିଆ ଜୟଦେବ କଲତା, ଜିଲ୍ଲା ସାମ୍ୱାଦିକ ସଙ୍ଘର ସଭାପତି ଶଶାଙ୍କ ଶେଖର ମିଶ୍ର,ସମାଜସେବୀ ଚେତ।ର।ମ୍ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ଗନ୍ଧରାଡ଼ି ମନ୍ଦିର ଇତିହାସର ପୃଷ୍ଠଭୂମି ସଂମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସହ ସମ୍ପାଦକ ସ୍ବାଧିନ କୁମାର ପ୍ରଧାନ ଅତିଥି ପରିଚୟ, ସମ୍ପାଦକ ଶମ୍ଭୁ ଗିରି ମଞ୍ଚ ପରିଚାଳନା ଓ ଉପ ସଭାପତି ମନୋରଞ୍ଜନ ପୁରୋହିତ ଧନ୍ୟବାଦ୍ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ କୋଷାଧ୍ୟକ୍ଷ ନିରଞ୍ଜନ ଗିରି, ସହ ସମ୍ପାଦକ ଜ୍ଞାନ ରଞ୍ଜନ ପଟ୍ଟନାୟକ, ପ୍ରଚାର ପ୍ରସାର କମିଟିର ଅଧ୍ୟକ୍ଷ ସୁଧାଂଶୁ ଶେଖର ମିଶ୍ର, ଶବର ସେଠୀ, ସଙ୍ଗୀତ ନିର୍ଦ୍ଦେଶକ ବ୍ରହ୍ମା କୁମ୍ଭାର, ନୀଳ ଲୋହିତ ମହାପାତ୍ର, ମନୋଜ
ଗୁରୁ, ମୋହନ ସାହୁ, ପୂର୍ବତନ ସରପଂଚ ଅକ୍ଷୟ କୁମାର ସ୍ବାଇଁ, ପୂର୍ବତନ ସରପଂଚ ତ୍ରିପୁର ମହାକୁଡ, ପୂର୍ବତନ ସମିତି ସଭ୍ୟ ସୁଶିଲ ଦୀପ, ସ୍ୱପ୍ନେଶ୍ୱର ମହାନ୍ତି, ନୀଳ ଲୋହିତ ମହାପାତ୍ର, ବସନ୍ତ କୁମାର ସାହୁ, ଗୋପାଳ ଅମାତ,ଉତ୍ସବ ସାହୁ, ଗଣେଶ ଜେନା, ଧୃବ ଚରଣ ପାଣିଗ୍ରାହୀ, ପ୍ରଭାତ କୁମାର ପ୍ରଧାନ, ଧନଞ୍ଜୟ ଶତପଥୀ, ବୀରେନ ଝ।ଙ୍କର ବିଭିନ୍ନ କମିଟିର ସଦସ୍ୟ ଓ ଜଗତି ଗ୍ରାମବାସୀ ସହଯୋଗ କରିଥିଲେ।