-+91-9937148622 |
prerana_bgr@rediffmail.com |
Thursday 14th May 2026 |
R.N.I. Regd No. ODIODI/2010/46693
Breaking News
22-Jan-2024
କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ଅଯୋଧ୍ୟା ରେ ପ୍ରଭୁ ଶ୍ରୀରାମ ଙ୍କ ଭବ୍ୟ ପ୍ରାଣ ପ୍ରତିଷ୍ଠା ଅବସରରେ ଆଜି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକର ବିଭିନ୍ନ ଶ୍ରୀରାମ ମନ୍ଦିର ଗୁଡିକରେ ପୂଜାର୍ଚନା ସହ ଭକ୍ତମାନଙ୍କ ସମାଗମ ରେ ଉତ୍ସବ ମୁଖର ହୋଇଛି l ଚତୁଃର୍ଦିଗ ରାମମୟ ହୋଇଉଠିଛି l ଏନେଇ କଣ୍ଟାମାଳ ବ୍ଲକ ନିକଟ ଶ୍ରୀରାମ ମନ୍ଦିର ଠାରେ ଆଜି ସକାଳୁ ଭକ୍ତମାନେ ପୁଜାର୍ଚନା କରୁଥିବା ଦେଖିବାକୁ ମିଳିଥିଲା l ମନ୍ଦିର କମିଟି ପକ୍ଷରୁ ଶ୍ରୀରାମ ସ୍ତୁତି, ହନୁମାନ ଚାଳିଶା ପାଠ ସହ ବୈଠକି ର ଆୟୋଜନ କରାଯାଇଛି l ପଣ୍ଡିତ ସନତ କୁମାର ମିଶ୍ର ଶ୍ରୀରାମ ସ୍ତୁତି ପାଠ ଓ ମନ୍ଦିର ପୂଜକ ଆନନ୍ଦ ଚନ୍ଦ୍ର ପାଢ଼ୀ ପୂଜା ଦାଇତ୍ୱ ତୁଲାଇଥିଲେ l ଅନ୍ୟମାନଙ୍କ ମଧ୍ୟରେ
ମନ୍ଦିର କମିଟିର ସନ୍ତୋଷ କୁମାର ବିଶି, ଦାମୋଦର ସ୍ୱାଇଁ,ବସନ୍ତ କୁମାର ମିଶ୍ର, ପୁରୋହିତ,ହରିବନ୍ଧୁ ପୁରୋହିତ,ଜୟ କୁମାର ମହାରଣା, ନୀଳାଞ୍ଚଳ ଗୁରୁ ସମେତ ବହୁ ଭକ୍ତ ଯୋଗଦେଇଥିଲେ l ସେହିପରି ବନ୍ଧପାଲି ଶ୍ରୀରାମ ମନ୍ଦିର ଠାରେ ମନ୍ଦିର ମୁଖ୍ୟ ସୁଧିର ଗୁରୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଭବ୍ୟ ଉତ୍ସବର ଆୟୋଜନ କରାଯାଇଛି l ଭକ୍ତ ମାନଙ୍କ ସମାଗମରେ ଲୋକlରଣ୍ୟ ହୋଇଥିଲା ସମଗ୍ର
ଅଞ୍ଚଳ l ଅଯୋଧ୍ୟା ରାମମନ୍ଦିରର ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସିଧାସଳଖ ଏଲଇଡ଼ି ପରଦାରେ ଦେଖିଥିଲେ ଭକ୍ତମାନେ l ଏହି ଅବସରରେ ଯଜ୍ଞ ସହ ପlରାୟଣର ଆୟୋଜନ ହୋଇଥିଲା l ସୁଧୀର ଗୁରୁ ଶସ୍ତ୍ରୀକ ଯଜ୍ଞ କର୍ତ୍ତା ଓ ସୁବାସ ରଥ ଯଜ୍ଞ ପୂଜକ ଦାଇତ୍ୱ ତୁଲାଇଥିଲେ l ଭବ୍ୟ ଓ ସୁନ୍ଦର କାରୁକାର୍ଯ୍ୟ ମଣ୍ଡିତ ବାନ୍ଧପାଲିର ଏହି ଶ୍ରୀରାମ ମନ୍ଦିରକୁ ଆସିଥିବା ହଜାର ହଜାର ଶ୍ରଦ୍ଧାଳୁ ଭକ୍ତଙ୍କ ସମାବେଶରେ ରାମମୟ ପରିବେଶ ସୃଷ୍ଟି କରିଥିଲା l