-+91-9937148622 |

prerana_bgr@rediffmail.com |

  Sunday 26th July 2026 |

| | | |

R.N.I. Regd No. ODIODI/2010/46693

Breaking News

*ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   (26-Jul-2026)       ||      ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   (26-Jul-2026)       ||      ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ    (26-Jul-2026)       ||      *ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   (26-Jul-2026)       ||      ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   (26-Jul-2026)       ||      ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   (26-Jul-2026)       ||      ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   (26-Jul-2026)       ||      *ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   (26-Jul-2026)       ||      ଲାଲଟିକ୍ରା ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   (26-Jul-2026)       ||      *୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ*   (26-Jul-2026)       ||      ବରପାଲିରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ବୈଠକ ।   (26-Jul-2026)       ||      ଓମ୍ଫେଡ୍ ପକ୍ଷରୁ ୫୫ ଗୋଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ • ସହଜ ଓ ସୁଗମ ହେବ ଦୁଗ୍ଧ ଚାଷୀଙ୍କ ଆର୍ଥିକ କାରବାର   (26-Jul-2026)       ||      ଏ ଆଇ ଏଫ ଏଫ୍ ଲେଭେଲ–୫ ସହକାରୀ ରେଫରି ପିଙ୍କିଙ୍କୁ ବରପାଲି ଆଥେଲେଟିକ ଆସୋସିଏସନ୍ ଦ୍ୱାରା ସମ୍ବର୍ଦ୍ଧନା   (26-Jul-2026)       ||      ନିଟ୍ ବିବାଦ ପରେ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା; ଜନ୍ତର୍ ମନ୍ତର୍ ଆନ୍ଦୋଳନ ପରେ ବଡ଼ ରାଜନୈତିକ ଘଟଣା   (25-Jul-2026)       ||      ଯୁବୋଦୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ   (25-Jul-2026)       ||      ବିଭିନ୍ନ ନିଗମ ଏବଂ ବୋର୍ଡର ଅଧ୍ୟକ୍ଷ ନିଯୁକ୍ତିରେ ବିଳମ୍ବ ହେତୁ, ଓଡ଼ିଶା ବିଜେପି ବିପଦରେ          (25-Jul-2026)       ||      ପ୍ରବଳ ଜନସମାଗମ ରେ ଅନୁଷ୍ଠିତ ହେଲା ଖର୍ଡ଼ା ବାହୁଡା ରଥଯାତ୍ରା   (25-Jul-2026)       ||      ଗଣତାନ୍ତ୍ରିକ ଆନ୍ଦୋଳନର ବିଜୟ ଉପଲକ୍ଷେ ଏଆଇଡିଏସଓର ଅଭିନନ୍ଦନ ସଭା|   (25-Jul-2026)       ||      ନିଟ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ କୁ ନେଇ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ   (25-Jul-2026)       ||      ଜଙ୍ଗଲ ରାସ୍ତାରେ ଡକାୟତି ଅଭିଯୋଗ ରେ ଦୁଇ ଗିରଫ   (25-Jul-2026)       ||     

HOME   ଜିଲ୍ଲା

କଳାହାଣ୍ଡି ରେ ବିଜେପିର ବିଧାନସଭା ସ୍ତରୀୟ ସାଂଗଠାନିକ ବୈଠକ

25-Dec-2023



କଳାହାଣ୍ଡି (ଦୁଷ୍ମନ୍ତ କୁମାର ପଣ୍ଡା): କଳାହାଣ୍ଡି ଜିଲ୍ଲାର ସମସ୍ତ ବିଧାନ ସଭା କ୍ଷେତ୍ର ମାନଙ୍କରେ ଭାରତୀୟ ଜନତା ପାର୍ଟିର ବିଧାନସଭା ସ୍ତରୀୟ ସାଂଗଠାନିକ ବୈଠକ ଅନୁଷ୍ଠିତ ହେଉଥିବା ବେଳେ ସେଥିରେ କଳାହାଣ୍ଡି ସାଂସଦ ପଦସ୍ତ ହେଉଥିବାର ଦେଖାଯାଉଛି ।ସଂଗଠନକୁ ତୃଣମୂଳ ସ୍ତରରେ କିପରି ମଜବୁତ କରାଯାଇ ପାରିବ ଓ ଲୋକସମ୍ପର୍କ କିପରି ସୁଦୃଢ ହେବ ସେ ଉପରେ ଗୁରୁତ୍ବ ଦିଆଯାଉଥିବା ବେଳେ କର୍ମୀ ମହଲରେ ଅସନ୍ତୋଷ ବଢିବାରେ ଲାଗିଛି । ଗତ ୨୦୧୯ ରେ ନିର୍ବାଚିତ ହେବା ପରେ ନିଜକୁ ନୂଆପଡ଼ା- କଳାହାଣ୍ଡି ସାଂସଦ ବୋଲି ପରିଚୟ ଆରମ୍ଭ କରିଥିବା ସାଂସଦ ବସନ୍ତ ପଣ୍ଡା କର୍ମୀ ମାନଙ୍କୁ ଅଣଦେଖା କରୁଥବା ଏପରିକି ଜିଲ୍ଲାର ସମସ୍ତ ମଣ୍ଡଳ ସଭାପତି ତଥା ବିଭିନ୍ନ ମୋର୍ଚା ର କର୍ମକର୍ତ୍ତା ମାନଙ୍କୁ ଚିହ୍ନି ନ ଥିବା ବେଳେ ନିର୍ବାଚନ ପାଖକୁ ଆସିଥିବାରୁ ଏବେ ସାଙ୍ଗଠନିକ ସଭା କରିବା କେତେ ଦୂର ସଠିକ ବୋଲି କର୍ମୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ ଲାଗିଛି । ନିଜର ନୂଆପଡ଼ା ବିଧାନସଭା କ୍ଷେତ୍ରରେ ଅଲୋଡା ହେବା ପରେ ରାଜ୍ୟ ସଭାପତି ଥିବା ହେତୁ ନିଜର ରାଜନୈତିକ ପତିଆରା ବଜାୟ ରଖିବା ନିମନ୍ତେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାକୁ ନେଇ ଗଠିତ କଳାହାଣ୍ଡି ସଂସଦୀୟ କ୍ଷେତ୍ରକୁ ବାଛି ନେଇ ଯଶସ୍ବୀ ପ୍ରଧାନମନ୍ତ୍ରୀଙ୍କ ନାମରେ ଭୋଟ ପାଇ ଜିତିଯିବା ପରେ କେବଳ ହାତ ଗଣତି କିଛି ନିକଟ ସମ୍ପର୍କୀୟ ମାନଙ୍କ ବ୍ୟତୀତ ଅନ୍ୟ କାହାକୁ ଧରାଛୁଆ ଦେଉନଥିବା ସାଂସଦ ବସନ୍ତ ପଣ୍ଡା କର୍ମୀ ମାନଙ୍କୁ ସାଙ୍ଗରେ ନେଇ କଳାହାଣ୍ଡି ବିଜେପି ସଙ୍ଗଠନକୁ ଦୁର୍ବଳ କରିଦେଇଥିବା ଚର୍ଚା ହେଉଥିଲା । ଭବାନୀପାଟଣା ବିଧାୟକ ପ୍ରଦୀପ୍ତ ନାୟକ କୋଭିଡ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ବେଳେ ସାଂସଦ କର୍ମୀ ମାନଙ୍କ କଥା ବୁଝୁ ନ ଥିବା ହେତୁ ଏବଂ ସାଂସଦ ନିଜ ସମର୍ଥକଙ୍କୁ ଜିଲ୍ଲା ସଭାପତି କରାଇଥିବା ବେଳେ ସେ ମଧ୍ୟ ସାଂସଦଙ୍କ କଥାରେ ଉଠ ବସ ହେଉଥିବା ହେତୁ କର୍ମୀ ମାନେ ଏକପ୍ରକାର ମୁରବି ଶୂନ୍ୟ ହୋଇ ପଡିଥିବା ଆଲୋଚନା ହେଉଥିଲା । ଗତ ୨୦୧୯ ମସିହା ସାଧାରଣ ନିର୍ବାଚନରେ ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସାତ ଗୋଟି ବିଧାନସଭା କ୍ଷେତ୍ରରୁ କେବଳ ଭବାନୀପାଟଣା ବିଧାନ ସଭାରେ ପ୍ରଦୀପ୍ତ ନାୟକ ନିଜସ୍ବ ପତିଆରାରେ ବିଜେପି ରୁ ନିର୍ବାଚିତ ହୋଇଥିବା ବେଳେ ସାଂସଦଙ୍କ ନିଜସ୍ବ ନୂଆପଡ଼ା ବିଧାନସଭା କ୍ଷେତ୍ରରେ ବିଜେଡ଼ି ଜୟତୀ ଥିବା ହେତୁ ସାଂସଦଙ୍କ ଲୋକପ୍ରିୟତା ସ୍ପଷ୍ଟ ଜନପଡ଼ୁଥିବା ରାଜନୈତିକ ମହଲରେ ଆଲୋଚନା ହେଉଛି । ଏପରିକି ୨୦୧୯ ନିର୍ବାଚନରେ ବସନ୍ତ ପଣ୍ଡା ବିଧାୟାକ ପ୍ରାର୍ଥୀ ମାନଙ୍କୁ ଦଳୀୟ ନିର୍ବାଚନ ଖର୍ଚ ଦେଇ ନ ଥିବା ଏବଂ ଜନୈକ ପ୍ରାର୍ଥୀଙ୍କୁ ଘରଡିହ ବଦଳରେ ଟିକଟ ଦେଇ ଥିବାର ଅଭିଯୋଗ ହୋଇଥିବା ବେଳେ ସେହି ଅଭିଯୋଗକୁ ବସନ୍ତ ପଣ୍ଡା ଖଣ୍ଡନ କରିଛନ୍ତି, ତଥାପି ମଧ୍ୟ କର୍ମୀ ମହଲରେ ଅସନ୍ତୋଷ ଲାଗି ରହୁଥିବା ଦେଖା ଯାଉଛି । କର୍ମୀ ମାନଙ୍କୁ ସାଙ୍ଗରେ ନେବାରେ ବସନ୍ତ ବିଫଳ ହେଉଥିବା ଏବଂ କଥା କଥାରେ ଗାଳିଗୁଲାଜ କରୁଥିବା, କୌଣସି ସମସ୍ୟାର ସମାଧାନ ପାଇଁ କହିଲେ ତୁମେ ଅନ୍ୟ ଦଳର ଲୋକ ହୋଇଥିବ

ବୋଲି କହିବା, ବିଜେପି ଜାତୀୟ ସଭାପତି ଜେ. ପି ନଡା ଙ୍କ ଭବାନୀପାଟଣା କାର୍ଯ୍ୟକ୍ରମରେ ଖାଇବାକୁ ବନ୍ଦୋବସ୍ତ କରି ନ ପାରି ହୋଟେଲ ରୁ ଖାଇବା ଆଣିବାରୁ ଅତିଥି ମାନେ ନ ଖାଇ ଚାଲିଯିବା ଆଦି ଘଟଣା ଯୋଗୁ ବସନ୍ତଙ୍କ ସାଙ୍ଗଠନିକ ଦକ୍ଷତା ଉପରେ କର୍ମୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । କେବଳ ମୋଦୀ ହାୱା ରେ ଥରେ ସିନା ନିର୍ବାଚନୀ ବୈତରଣୀ ପାର ହୋଇଗଲେ ଆଗକୁ କିପରି ପାରି ହେବେ ସେହି ଆଶାରେ ଶେଷ ମୂହୁର୍ତ୍ତରେ ସାଙ୍ଗଠନିକ ସଭାରେ ଯୋଗ ଦେବା ନିଷ୍ଫଳ ପ୍ରୟାସ ବୋଲି କର୍ମୀ ମହଲରେ ଆଲୋଚନା ହେଉଛି । ଅନ୍ୟ ପକ୍ଷରେ ଦେବାଦେବୀଙ୍କ ଉପରେ ପ୍ରଗାଢ ବିଶ୍ବାସ ରଖୁଥିବା ସାଂସଦ ବସନ୍ତ ପଣ୍ଡା ଗୁରୁ ଗୁଣିଆ ମାଧ୍ୟମରେ ନିଜର ଓ ନିଜ ସମର୍ଥକଙ୍କ ପାଇଁ ବିଧାନ ସଭା ଟିକଟ ଆଣିବା ସହିତ ନିର୍ବାଚନ ବୈତରଣୀ ମଧ୍ୟ ପାରି ହୋଇଯିବେ ବୋଲି ମଧ୍ୟ ଆଲୋଚନା ହେବାରେ ଲାଗିଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ବ୍ରାହ୍ମଣ ଏକତା ମଞ୍ଚ ର ସାମ୍ବାଦିକ ସମ୍ମିଳନୀ*-   26-Jul-2026
  ଜିଲ୍ଲା  
ସ୍ୱଭାବକବି ଗଙ୍ଗାଧରଙ୍କ ପୌତ୍ରବଧୂ ପ୍ରେମଶୀଳା ମେହେରଙ୍କ ବିୟୋଗ   26-Jul-2026
  ରାଜ୍ୟ  
ଗାଳ୍ପିକ ମନୋଜ ପୂଜାରୀ ଙ୍କ ଚତୁର୍ଥ ଗଳ୍ପ ସଂକଳନ ବାଘ ଭୟ ର ଲୋକାର୍ପଣ   26-Jul-2026
  ଜିଲ୍ଲା  
*ସ୍ୱାଧୀନତା ସଂଗ୍ରାମୀ ବୀରାଙ୍ଗନା ପାର୍ବତୀ ଗିରିଙ୍କୁ ଜାତୀୟ ସମ୍ମାନ ଦେବାକୁ ଲୋକସଭାରେ ଉଠିଲା ଦାବି*   26-Jul-2026
  ଜିଲ୍ଲା  
ଶିଆଲଯୋର ରେ ଅସୁବିଧା ରେ ଅଛନ୍ତି ବୁଣାକାର... ଉଚିତ ଦାମରେ ଚାଷୀ ସାର ପାଉନାହାନ୍ତି ଚାଷୀ   26-Jul-2026
  ଜିଲ୍ଲା  
ବାରମ୍ବାର ରାସ୍ତା ନିର୍ମାଣ: ବିକାଶର ପ୍ରତୀକ ନା ସରକାରୀ ଅର୍ଥର ଅପବ୍ୟୟ?   26-Jul-2026
  ଜିଲ୍ଲା  
ଲୋୟରସୁକତେଲ ପ୍ରକଲ୍ପରୁ ଛଡାଗଲା ଚଳିତବର୍ଷର ପ୍ରଥମବନ୍ୟାଜଳ   26-Jul-2026
  ଜିଲ୍ଲା  
*ବି.ଏମ୍.ସେମଲା ଠାରେ ସେବାୟତ ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ*   26-Jul-2026
  ଜିଲ୍ଲା  
ଲାଲଟିକ୍ରା ଠାରେ ବରିଷ୍ଠ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ସେବା ଶିବିର   26-Jul-2026
  ଜିଲ୍ଲା  
*୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସଂଘ*   26-Jul-2026
  ଜିଲ୍ଲା  
ବରପାଲିରେ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଶାସନିକ ବୈଠକ ।   26-Jul-2026
  ଜିଲ୍ଲା  
ଓମ୍ଫେଡ୍ ପକ୍ଷରୁ ୫୫ ଗୋଟି ଦୁଗ୍ଧ ସମବାୟ ସମିତିକୁ ମାଇକ୍ରୋ ଏଟିଏମ୍ ପ୍ରଦାନ • ସହଜ ଓ ସୁଗମ ହେବ ଦୁଗ୍ଧ ଚାଷୀଙ୍କ ଆର୍ଥିକ କାରବାର   26-Jul-2026

You Might Also Like