-+91-9937148622 |
prerana_bgr@rediffmail.com |
Saturday 3rd October 2026 |
R.N.I. Regd No. ODIODI/2010/46693
Breaking News
19-Sep-2023
ବିନିକା(ହିମାଂଶୁ ଶେଖର ପୁଟେଲ): ଦୁଇ,ଦୁଇଟି ପୁଅ ଥିଲେ ମଧ୍ୟ ଅଜାତି ହେବା ଭୟରେ ମୃତ ବାପାଙ୍କ ଶବ ସତ୍କାର ତ ଦୂରର କଥା ଛୁଇଁଲେ ବି ନାହିଁ ।ଶେଷରେ ପୋଲିସ ଉପସ୍ଥିତିରେ ସ୍ଵେଚ୍ଛାସେବୀ ଓ ଗାଁ ର କେତେକ ଭଦ୍ର ଲୋକଙ୍କ ସହାୟତାରେ ଶବ ସତ୍କାର କରାଗଲା ।ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ଅନ୍ତର୍ଗତ ଜାମପାଲି ଗ୍ରାମରେ ।ପ୍ରକାଶ ଯୋଗ୍ୟ ଯେ ବୌଦ୍ଧ ଜିଲ୍ଲା ବଡ଼ ଡୁଙ୍ଗୁରିପାଲି ନିବାସୀ ବିରମଣୀ ଦେହେରୀ ଦୀର୍ଘ ବର୍ଷ ହେଲା ବିନିକା ବ୍ଲକ ଜାମପାଲି ଗ୍ରାମକୁ ଚାଲିଆସି ଗ୍ରାମର ଜଣେ ଭଦ୍ର ବ୍ୟକ୍ତିଙ୍କ ଗୁହାଳ ଘରେ ଆଶ୍ରୟ ନେଇ ଦିନ ମଜୁରିଆ ଭାବରେ କାମ କରି ପେଟ ପୋଷୁଥିଲେ ।ବାୟସସାଧ୍ୟ ଯୋଗୁଁ ସ୍ବାସ୍ଥ୍ୟ ଅସୁସ୍ଥ ହେବାରୁ କାମ କରି ନପାରି ଅଭାବ ଅନାଟନରେ ଜୀବନ ବିତାଉଥିଲେ ।ମଝିରେ ମଝିରେ ଦୁଇ ପୁଅ,ବୋହୂ,ଝିଅ ଆସି ବାପାଙ୍କ ଘରେ କିଛିଦିନ ରହି ଚାଲି ଯାଉଥିଲେ ।ହେଲେ ଅସୁସ୍ଥ ବିରମଣୀଙ୍କ ଗତକାଲି ସୋମବାର ପରଲୋକ ଘଟିଥିଲା।ଗ୍ରାମବାସୀ ପୁଅ ଝିଅଙ୍କୁ ଖବର ଦେବାପରେ ତ୍ୱରିତ ପୁଅ ଲିଙ୍ଗରାଜ ଦେହେରୀ ଓ ତାଙ୍କ ପରିବାର ବାପାଙ୍କ ଶବ ପାଖରେ ପହଞ୍ଚିଥିଲେ ।କିନ୍ତୁ ତାଙ୍କ ବାପା ବିରମଣୀ ଅନ୍ୟ ଜାତିରେ ବିବାହ ହୋଇଥିବାରୁ ସମାଜ ବାସନ୍ଦ ଭୟରେ ଦୀର୍ଘ ବର୍ଷ ହେଲା ନିଜ ଗ୍ରାମରୁ ଚାଲି ଆସି ଏଠାରେ ରହୁଥିଲେ ।ଫଳରେ ଜାତିୟାଣ ଭୟରେ ଉପସ୍ଥିତ ପୁଅ,ବୋହୂ ବାପାଙ୍କ ଶବ ପାଖକୁ ଗଲେ ନାହିଁ କି ଛୁଇଁଲେ ନାହିଁ।ପରେ ଗ୍ରାମର କିଛି ଭଦ୍ର ବ୍ୟକ୍ତି ଓ ଡୁମାଳ ସମାଜର ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ସମସ୍ୟାର ସମାଧାନ ଖୋଜିଥିଲେ ହେଁ ସମାଧାନ ବାହାରି ନଥିଲା ।ପରେ ପୁଅ,ବୋହୂ ନିଜ ଗାଡ଼ିରେ ଫେରି ଯିବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ତାଙ୍କୁ ଅଟକାଇ ସମାଧାନ ନହେବା ଯାଏ ବାପାଙ୍କ ଶବ ପଡିଥିବା ସ୍ଥାନରୁ ଯାଇ ପାରିବ ନାହିଁ ବୋଲି କହିଥିଲେ । ଯାହା ଫଳରେ ଦୀର୍ଘ ୫ଘଣ୍ଟା ପର୍ଯ୍ୟନ୍ତ ଶବ ପଡ଼ି ରହିଥିଲା ।ଖବର ପାଇ ବିନିକାର ସ୍ଵେଚ୍ଛାସେବୀ ଅନୁଷ୍ଠାନ ହେଲ୍ପ ଟୁ ଅଦରସ ର କର୍ମକର୍ତ୍ତା ଘଟଣାସ୍ଥଳରେ ପହଞ୍ଚି ଥିଲେ ।ପୋଲିସ ମଧ୍ୟ ଖବର ପାଇ ପହଞ୍ଚିଥିଲା ।ମୃତକଙ୍କ ପତ୍ନୀଙ୍କ ସହମତି କ୍ରମେ ପୋଲିସ ଉପସ୍ଥିତିରେ ନିକଟସ୍ଥ ଶ୍ଵସାନ ଘାଟରେ ଶବଦାହ କରାଯାଇଥିଲା।ସ୍ଵେଚ୍ଛାସେବୀ ପ୍ରଦୀପ ମେହେର,ଶେଖର ଶର୍ମା,ସୃଜନ ପଣ୍ଡା,ଜନାର୍ଦ୍ଦନ ଖମାରୀ,ଦେବଦତ୍ତ ପଣ୍ଡା,ହରିଶଙ୍କର ଭୋଇ,ପ୍ରମୁଖଙ୍କ ସହ ଗ୍ରାମର କିଛି ବ୍ୟକ୍ତି ଶବଦାହ ସତ୍କାରରେ ସାମିଲ ହୋଇଥିଲେ । ଏଭଳି ମହତ କାର୍ଯ୍ୟ ସମ୍ପାଦନା କରିଥିବା ସ୍ଵେଚ୍ଛାସେବୀ ମାନଙ୍କୁ ଅଞ୍ଚଳବାସି ପ୍ରଶଂସା କରିଛନ୍ତି ।ତେବେ ଏଭଳି ଏକ ଶୀର୍ଷ କାତର ପରିସ୍ଥିତି ସମୟରେ ସମାଜରେ ଛୁଆଁ ଅଛୁଆଁ ଭେଦଭାବ ସୃଷ୍ଟି କରୁଥିବା ଡୁମାଳ ସମାଜ ଦାୟୀ ନା ମୃତ ବିରମଣୀଙ୍କ ପୁଅ ଦାୟୀ ସେନେଇ ବୁଦ୍ଧିଜୀବୀ ମହଲରେ ଆଲୋଚନା ପର୍ଯ୍ୟଲୋଚନା ଚାଲିଛି ।