-+91-9937148622 |
prerana_bgr@rediffmail.com |
Sunday 4th October 2026 |
R.N.I. Regd No. ODIODI/2010/46693
Breaking News
17-Sep-2023
ନବରଙ୍ଗପୁର ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ଜନ୍ମଦିନ ଡାବୁଗାଁ ମାଁ ଠାକୁରାଣୀ ମନ୍ଦିର ରେ ପାଳନ କରା ଯାଇଛି। ସମସ୍ତ ଆୟୋଜନ ର ତଦାରଖ କରିଥିଲେ ମଣ୍ଡଳ ସଭାପତି ଜେ.ରାଜଶେଖର ରାଓ। ଏହି କାର୍ଯ୍ୟକ୍ରମ ରେ ରାଜ୍ୟ କୃଷକ ମୋର୍ଚ୍ଚା ସ୍ବତନ୍ତ୍ର ନିମନ୍ତ୍ରିତ ସଭ୍ୟ ଜୟନ୍ତ କୁମାର ପାତ୍ର, ରାଜ୍ୟ କାର୍ଯ୍ୟକାରିଣୀ ସଭ୍ୟ ଜଗଦୀଶ କଲାର , ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ସନା ମାଝୀ ଓ ମନୋରମା ନାୟକ ଅତିଥି ଭାବେ ଯୋଗଦେଇ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ମଣ୍ଡଳ ସାଧାରଣ ସଂପାଦକ ମହେଶ ପାତ୍ର ଓ ଭୀମସେନ ଜେନା, ଜି. ସତ୍ୟନାରାୟଣ ରାଓ , ନରେଶ ସିଂ ଲାଲ, ନରୁ ସିଂ,ରତନ କଲାର, ଭୀକି ରାଓ, ପିତମ ଗଣ୍ଡ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ଅବସରରେ ମିଷ୍ଟାନ୍ନ ବଣ୍ଟନ ଏବଂ ବୃକ୍ଷରୋପଣ କରାଯାଇଥିଲା। ରାଜ୍ୟ କୃଷକ ମୋର୍ଚ୍ଚା ସ୍ବତନ୍ତ୍ର ନିମନ୍ତ୍ରିତ ସଭ୍ୟ ଜୟନ୍ତ କୁମାର ପାତ୍ର ସାମ୍ବାଦିକ ମାନଙ୍କୁ ଜଣାଇଥିଲେ ଆଜି ମୋଦୀ ଜୀ ଙ୍କ ଜନ୍ମଦିନ ଅବସରରେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ନବରଙ୍ଗପୁର ଗସ୍ତ ରେ ଆସୁଛନ୍ତି। ତେଣୁ ଆଜି ର ଦିନ ବିଜେପି ପାଇଁ ସଂପୂର୍ଣ୍ଣ ଆନନ୍ଦ ର ଦିବର।ରିପୋଟ ମିହିର ଶଙ୍କର ପାତ୍ର,ନବରଙ୍ଗପୁର