-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
28-Jul-2023
ବଲାଙ୍ଗିର : ଗତକାଲି ସନ୍ଧ୍ୟାରେ ପୁଇଁତଳା ଥାନା ପରିସରରେ ଆମ ପୋଲିସ ସମିତି ର ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ପୁଇଁତଳା ବ୍ଲକ ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତର ସଚେତନ ନାଗରିକ ମାନେ ଯୋଗ ଦେଇ ପୁଇଁତଳା ପୋଲିସ ର କାର୍ଯ୍ୟବିଧି ଉପରେ ବିଭିନ୍ନ ପ୍ରସ୍ତାବ ଦେଇଥିଲେ l ପୁଇଁତଳା ଥାନା ଅଧୀନରେ ଥିବା ବିଭିନ୍ନ ପଞ୍ଚାୟତରେ କୁଚିଆ ମଦ ର ଅବାଧ କାରବାର ଚାଲିଛି l ସୋନପୁର -ବଲାଙ୍ଗିର ଜାତୀୟ ରାଜପଥ ରେ ରାସ୍ତା ଦୁର୍ଘଟଣା ଯୋଗୁଁ ଅନେକ ଧନଜୀବନ ନଷ୍ଟ ହେଉଛି l ଏହାକୁ ଦୃଷ୍ଟିରେ ରଖି, ବଇଁରlସର ପଞ୍ଚାୟତରେ ଏକ ପୋଲିସ ଫାଣ୍ଡି ନିର୍ମାଣ ପାଇଁ ଲୋକମାନେ ପୋଲିସ ବିଭାଗକୁ ପ୍ରସ୍ତାବ ଦେଇଥିଲେ l ଏଥିସହ ସନ୍ଧ୍ୟା ଓ ରାତି ପେଟ୍ରୋଲିଂ କୁ କଡ଼ାକଡ଼ି କରାଯିବା ଉପରେ ଉପସ୍ଥିତ ସଚେତନ ନାଗରିକ ପୋଲିସ କୁ ନିବେଦନ କରିଥିଲେ l ଏହି ସଚେତନତା ବୈଠକ ରେ ପୁଇଁତଳା ପୋଲିସ ଏ ଏସ୍ ଆଇ ହୀରାଲାଲ ବୈଷ୍ଣବ ପୋଲିସ ଇନିସପେକ୍ଟର ଅନିତା ପ୍ରଧାନ ଓ ଅନ୍ୟ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ