-+91-9937148622 |
prerana_bgr@rediffmail.com |
Monday 29th June 2026 |
R.N.I. Regd No. ODIODI/2010/46693
Breaking News
25-Jul-2023
ଦେବଗଡ଼ (ପ୍ରେରଣା ଖବର ): ସାପ କାମୁଡ଼ାରେ ଗୋଟିଏ ପରିବାରର ଦୁଇ ଶିଶୁ ସମେତ ତିନି ଜଣଙ୍କ ଆଜି ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ମୃତ୍ୟୁ ଘଟିଥିବା ଜଣା ପଡିଛି l ମୃତ ଶିଶୁ ଦ୍ବୟ ଦେବଗଡ଼ ଥାନା ଅନ୍ତର୍ଗତ ଜାଂଗଲିକୁଦର ଗ୍ରାମର ସର୍ବେଶ୍ୱର ଦେହୁରୀଙ୍କ ଦୁଇ ଶିଶୁ ପୁତ୍ର ଗୌରାଙ୍ଗ ଦେହୁରୀ (୧୪)ଓ ସୌଭାଗ୍ୟ ଦେହୁରୀ (୮) ହୋଇଥିବା ବେଳେ ଅନ୍ୟ ଜଣକ ବଳମ ଗ୍ରାମର କ୍ଷମାନିଧି କାରିଗର ବୋଲି ଜଣା ପଡିଛି l ଅନ୍ୟ ଦିନ ଭଳି ଗତକାଲି ରାତି ମଧ୍ୟ ଖିଆପିଆ ସାରି ସମସ୍ତ ମୃତକ ଘର ଚଟାଣରେ ଶୋଇଥିବା ବେଳେ ଆଜି ଭୋର ସମୟରେ ଏକ ବିଷାକ୍ତ ଚିତି ସାପ ଶିଶୁ ଦ୍ବୟଙ୍କୁ କାମୁଡି ଥିଲା l ସେହିପରି ଗତକାଲି ସନ୍ଧ୍ୟାରେ କ୍ଷମାନିଧିଙ୍କୁ ମଧ୍ୟ ବିଷାକ୍ତ ସାପ କାମୁଡ଼ିଥିଲା l ପରିବାର ଲୋକେ ସାପକୁ ପିଟି ମାରିଥିବା ବେଳେ ଗୁରୁତରଙ୍କୁ ଚିକିତ୍ସା ପାଇଁ ଦେବଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରିଥିଲେ l ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ତିନିଜଣଙ୍କ ମୃତ୍ୟୁ ଘଟିଛି l ଏହି ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଥିବା ବେଳେ ମୃତ ଦେହ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣା ପଡିଛି l