-+91-9937148622 |
prerana_bgr@rediffmail.com |
Tuesday 14th July 2026 |
R.N.I. Regd No. ODIODI/2010/46693
Breaking News
12-Jul-2023
ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ ଅନ୍ତର୍ଗତ ରିନବଚନ ଗ୍ରାମ ର ଗୀତାଞ୍ଜଳି ଦୀପ (26) ପିତା. ସତ୍ୟ ଦୀପ ଓ ଗ୍ରାମ ର ରାଧାକାନ୍ତ ବାଗ ପିତା. ଗର୍ଜନ ବାଗ ମଧ୍ୟ ରେ ଗତ 2 ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା l ଏହାପରେ ପ୍ରେମିକା ଗର୍ଭବତି ହୋଇଥିଲେ l ପ୍ରେମିକ ରାଧାକାନ୍ତ ଜାଣିବା ପରେ ଝାରସୁଗୁଡ଼ା ଯିବା ପାଇଁ କହି ଉଭୟ ଘରୁ ପଳାୟନ କରିଥିଲେ l ଅପ୍ ର ପକ୍ଷରେ ଝିଅ କୁ ଖୋଜାଖୋଜି କଲାପରେ ପିତା ଲୋଇସିଂହା ଥାନାରେ ଏକ ଏତଲା ଦେଇଥିଲେ l ଝାରସୁଗୁଡ଼ା ରେ ଉଭୟ ପ୍ରେମୀ ଯୁଗଳ କିଛି ଦିନ ରହିବା ପରେ ପୁଣି ଏମ. ପି ଯାଇଥିଲେ, ସେଠାରେ ଏକ ଦଲାଲ ଠାରେ ବିକ୍ରି କରି ରାଧାକାନ୍ତ ଫେରାର ମାରିଥିବା ପୀଡିତା ପ୍ରକାଶ କରିଛନ୍ତି l ଦଲାଲ ପୁଣି ଏକଘରେ ବିକ୍ରିକରି ଦେବା ଯୋଗୁଁ ଉକ୍ତ ଲୋକ ପୀଡିତା କୁ ଶାରୀରିକ, ମାନସିକ ଚାପଦେଇ ଲେଟ୍ରିନ ସଫା କରିବା, କପଡା ଧୋଇବା ଭଳି କାମ କରାଇବା ସହ ଗୋଟିଏ ବେଳା ଖାଇବାକୁ ଦେଉଥିବା ପୀଡିତା ପ୍ରକାଶ କରିଛନ୍ତି l ଏସବୁ ଘଟଣା କୁ ନେଇ ଗ୍ରାମବାସୀ ଗଣ ମାଧ୍ୟମ ଓ ପୁଲିସ ଠାରେ ଅଭିଯୋଗ କରିଥିଲେ l ସେହି ସମୟ ମଧ୍ୟରେ ପୀଡିତା ଏକ କନ୍ୟା ସନ୍ତାନ ଜନ୍ମ ଗ୍ରହଣ କରିଥିବା ପ୍ରକାଶ କରିଛନ୍ତି l ଏମ. ପି ରେ ଥିବା ଖବର ପାଇ ପରିବାର ପୁଲିସ କୁ ଜଣାଇବା ପରେ ସେଠାକୁ ଯାଇ ଉଦ୍ଧାର କରି ଆଣି ଥିବା ପିତା ସତ୍ୟ ଦିପ ଙ୍କ ଠାରୁ ପ୍ରକାଶ l ସେହି ଦିନ ଠାରୁ ପୀଡିତା ମାଆ ଘରେ ରହି ଆସୁଥିବା ବେଳେ ରାଧାକାନ୍ତ ଫେରାର ଥିବା ପରିବାର , ଗ୍ରାମବାସୀ ପ୍ରକାଶ କରିଛନ୍ତି l ପୀଡିତା ଉପଯୁକ୍ତ ନ୍ୟାୟ ପାଇଁ ରାଧାକାନ୍ତ ଘରେ ଆସି ରହିବା ଯୋଗୁଁ ରାଧାକାନ୍ତ ର ମା ଦଶମୀ ବାଗ , ଭାଉଜ ନିରୁ ବାଗ ନିସ୍ତୁକ ମାଡ଼ ମାରି ଘରୁ ଗ୍ରାମଦାଣ୍ଡ ରୁ ତଡି ଦେଇଥିବା ଅଭିଯୋଗ କରିଛନ୍ତି l ଏହି ଘଟଣା କୁ ନେଇ ଗ୍ରାମବାସୀଙ୍କ ସହାୟତା ରେ ଆଗଲପୁର ଥାନା ରେ ଲିଖିତ ଅଭିଯୋଗ କରିଥିଲେ ହେଁ ୨ ଦିନ ହେବ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ନ ନେଇ ଚୁପ ହୋଇ ବସିବା ଯୋଗୁଁ ଗ୍ରାମ, ଅଞ୍ଚଳ ରେ ତୀବ୍ର ଅସନ୍ତୋଷ ଦେଖାଦେଇଛି l ତେଣୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏହାକୁ ଯଥାଶୀଘ୍ର ଦୃଷ୍ଟିଦେଇ ଆସାମୀ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ସାଧାରଣ ଦାବି ହେଉଛି l