-+91-9937148622 |
prerana_bgr@rediffmail.com |
Saturday 18th July 2026 |
R.N.I. Regd No. ODIODI/2010/46693
Breaking News
09-Jul-2023
ବଲାଙ୍ଗୀର:- ଆଗାମୀ ୨୦୨୪ ନିର୍ବାଚନ ର ସରଗରମ ଦେଶ, ରାଜ୍ୟ ତଥା ଜିଲ୍ଲା ମାନଙ୍କରେ ଦେଖିବାକୁ ମିଳିଛି। କାଦୁଅ ଫିଙ୍ଗା ଫିଙ୍ଗି ଆରମ୍ଭ ହୋଇଗଲାଣି ।ଶିଳାନ୍ୟାସ କୁ ନେଇ ତୁ ତୁ ମେ ମେ ହେବା ସହ ଜଣେ ଅନ୍ୟ ଜଣର ପ୍ରତିଦ୍ବନ୍ଦୀ ସାଜି ଭୋଟ ବ୍ୟାଙ୍କ୍ କୁ ମଜବୁତ୍ କରିବା ପାଇଁ ପଛାଉ ନାହାନ୍ତି।ବିଗତ ଦିନ ମାନଙ୍କରେ ଜିଲ୍ଲା ପାଇଁ କଣ କରିଥିଲେ ପୋଥି କାଢି ବାହା ବାହା ନେବାର ପ୍ରୟାସ କରିସାରିଲେଣି । ନିର୍ବାଚନ ର ଆଗମନ କୁ ଆଖି ଆଗରେ ରଖି ଅସମାପ୍ତ କାର୍ଯ୍ୟ କୁ ସମାପ୍ତ କରି ପ୍ରଚାର ପ୍ରସାର କରିବାରେ ବ୍ୟସ୍ତ ରହିଲେଣି ।ନିର୍ବାଚନ ପାଇଁ ଭୋଟ ଭିକ୍ଷା ମଗୁଥିବା ନେତା ସାହୁକାରଗିରି ଛାଡ଼ି ସାଧାରଣ ଜନତା ଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି।ଛୋଟିଆ ଛୋଟିଆ ସଭା ସମିତି କରି ଲୋକଙ୍କ ବିଶ୍ଵାସଭାଜନ ହେବା ପାଇଁ ଚେଷ୍ଟା ଚଳାଇଛନ୍ତି ।ନିର୍ବାଚନ ପରେ ଜିଲ୍ଲା ଛାଡ଼ି ପଳାତକ ସାଜିଥିବା ସ୍ୱାର୍ଥପର ନେତା ଜିଲ୍ଲା ମୁହାଁ ହୋଇ ଜନତା ଙ୍କ ନିକଟତର ହେବାକୁ ପ୍ରୟାସ କରୁଛନ୍ତି।ନିର୍ବାଚନୀ ବିଗୁଲ୍ ବାଜିବା ପୂର୍ବରୁ ଯୁଦ୍ଧ କ୍ଷେତ୍ର ତିଆର କରି ଆଣ୍ଠେଇ ବସି ପଡିଲେଣି ।ବର୍ତ୍ତମାନ ଭୋଟର ମାନଙ୍କ ସମୟ । ଚିହ୍ନି ରଖନ୍ତୁ ଭ୍ରାତା ଙ୍କ ବଦନ।ନଚେତ୍ ପୁଣି ପାଞ୍ଚ ବର୍ଷ ପର୍ଯ୍ୟନ୍ତ ନେତାଙ୍କ ଗୁଲାମ ଗିରି କରିବାକୁ ପଡ଼ିବ ।ଏଣୁ ସାଧୁ ସାବଧାନ ନିର୍ବାଚନୀ ସରଗରମ ରେ ନେତା ଫୁଲ ଗରମ ଥିବା ବେଳେ ଛକ୍କା ମାରିବା ପାଇଁ ଜନ ସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି ।