-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
02-Jul-2023
ବ୍ରହ୍ମପୁର (ଝିଲ୍ଲି କୁମାରୀ ସାହୁ ): ବ୍ରହ୍ମପୁର ବାବାଜୀ ତୋଟା ସାହି ସ୍ଥିତ ଜେ. ବି ପ୍ରାଙ୍ଗଣ ଠାରେ ଡାକ୍ତର ଦିବସ ଅନୁଷ୍ଟିତ ହୋଇଯାଇଛି l ଡ଼କ୍ଟର ଫୋରମ୍ ସଭାପତି ଡ଼ାକ୍ତର ଶଙ୍କର୍ଷଣ ପାତ୍ରଙ୍କ ପୌରହିତ୍ୟରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଯୋଜନା ବୋର୍ଡ ଅଧକ୍ଷ ଡ଼ାକ୍ତର ରମେଶ ଚନ୍ଦ୍ର ଚାଉ ପଟ୍ଟନାୟକ, ସମ୍ମାନିତ ଅତିଥି ଭବେ ପ୍ରଫେସର ସୁବାସ ଚନ୍ଦ୍ର ମହାପାତ୍ର, ଏ ଡି ସି ଲଳିତ ମୋହନ ସାହୁ, ଏ ଡି ସି ଦେବାଶିଷ କlଲୋ ଯୋଗ ଦେଇଥିଲେ l ବିଷ୍ଣୁ ପ୍ରସାଦ ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଟିତ କାର୍ଯକ୍ରମରେ ହୃଦୟ ରଞ୍ଜନ ମେକାପ ଅତିଥି ପରିଚୟ ପ୍ରଦାନ କରିଥିଲେ l ଓଡ଼ିଶା ନୋଡାଲ ଅଫିସର ଦେବେନ୍ଦ୍ର ନାୟକ ଜନ ଔଷଧି ସମ୍ପର୍କରେ ଆଲୋକପାତ କରିଥିଲେ l ଜନ ଔଷଧି ବିତରକ ପ୍ରଶାନ୍ତ ମହାପାତ୍ର, ଜନ ସଂପର୍କ ଅଧିକାରୀ ନାଗେଶ୍ଵର ପୃଷ୍ଟି ଓ ପ୍ରଶାନ୍ତ ରାଉତ କାର୍ଯ୍ୟକ୍ରମ ପରିଚାଳନା କରିଥଲେ l ଏହି ଅବସରରେ ସହରର ପ୍ରତିଷ୍ଠିତ ଡ଼ାକ୍ତର ମlନଙ୍କୁ ସମ୍ବର୍ଦ୍ଧିତ କରଯାଇଥିଲା l ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଓଡ଼ିଶାର ସମସ୍ତ ଜନ ଔଷଧି କେନ୍ଦ୍ରର ଅଧିକାରୀ ମାନେ ଯୋଗ ଦେଇଥିଲେ l