-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
01-Jul-2023
ବଲାଙ୍ଗିର(ଦେବାଶିଷ ବହିଦାର)-ଦିନକୁ ଦିନ ପରିବେଶ ଉପରେ କୁ ପ୍ରଭାବ ପଡିବା ଚିନ୍ତାର ବିଷୟ ହୋଇଛି । ଯେଉଠି ମାନବ ବଢୁଛି । ସେଠାରେ ନିଜେ ଦୈଷର କାରଣ ସାଜୁଛି । ଜିବ ଜଗତରେ ବନ ହିଁ ସର୍ବ ମହୋଷଦି । ଏହା ଜିବନ ରକ୍ଷକ । କୁନି କୁନି ଶିଶୁମାନଙ୍କଠାରେ ବୃକ୍ଷଲତା ପରିବେଶ ସୁରକ୍ଷା ଓ ଏକ ସବୁଜ ପୃଥିବୀ ଚେତନା ପାଇଁ ସାନିଯ୍ୟ ଆଦୃତା କେନ୍ଦ୍ର ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇ୍ାଇଛି ।
ଓଡିଶାର ଅଗ୍ରଣି ସମାଜିକ ସଂଗଠନ ଭାବରେ ମାହେଶ୍ୱରି ସଂଗଠନ ପରିବେଶ ସଚେତନତା କରି ଆସୁଥିବା ବେଳେ ଏହି କ୍ରମରେ ବଲାଙ୍ଗିର ମାହେଶ୍ୱରୀ ମହିଳା ଶାଖା ପକ୍ଷରୁ ଅଭିନବ ପ୍ରୟାସ କରାଯାଇଛି । ସଚେତନତା ଓ ସଭାବନ ର ପର୍ବ ବନ ମହୋତ୍ସବ ଉପଲକ୍ଷେ ସପ୍ତାହ ବ୍ୟାପି କାର୍ଯ୍ୟକ୍ରମ ହାତକୁ ନିଆଯାଉଛି ।
ମାହେଶ୍ୱରୀ ମହିଳା ଶାଖାର ସହ ସଂଯୋଜିକା କ୍ରିତିକା ଅଗ୍ରୱାଲ ଙ୍କ ତତ୍ତ୍ୱାବଧାନରେ ହୋଇଥିବା ବେଳେ ବୈଶାଳୀ ବହିଦାର, ବବିତା ନାଗ, ପଦ୍ମାଳୟା ବାରିକ, ଶିବ ପ୍ରସାଦ ମିଶ୍ର, ସୌମ୍ୟ ରଞ୍ଜନ ପଣ୍ଡା ପ୍ରମୁଖ ସହଯୋଗ କରିଥିବା ବେଳେ ସ୍ମରଣିକା ନାୟକ ଧନ୍ୟବାଦ ଦେଇଥିଲେ ।