-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
01-Jul-2023
ବଲାଙ୍ଗୀର,ଆଜି ବଲାଙ୍ଗୀର ରୋଟାରି କ୍ଲବ ସେଣ୍ଟ୍ରାଲ ତରଫରୁ ଏକ ରକ୍ତାଦାନ ଶିବିର ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ନିରଂଜନ ବିଶି ଓ ସମ୍ମାନିତ ଅତିଥି ଭାବରେ ଭୀମ ଭୋଇ ମେଡିକାଲ କଲେଜର ଅଧୀକ୍ଷକ ଡ. ମାନସୀ ପଣ୍ଡା ଯୋଗ ଦେଇ ରକ୍ତଦାନ ଶିବିରକୁ ଉଦ୍ଘାଟନ କରିଥିଲେ । ବଲାଙ୍ଗୀର ରୋଟାରି କ୍ଲବ ସେଣ୍ଟ୍ରାଲ ର ସଭାପତି ଶଙ୍କର ଅଗ୍ରୱାଲ ଓ ପ୍ରୋଜେକ୍ଟ ଡାଇରେକ୍ଟର ରାଜକୁମାର ଅଗ୍ରୱାଲଙ୍କ ପରିଚାଳନାରେ ଆୟୋଜିତ ଏହି ଶିବିରରେ ମୋଟ୍ ୩୫ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା ।
ରକ୍ତଦାନ ଶିବିରକୁ ସଫଳ କରିବାରେ ବଲାଙ୍ଗୀର ରୋଟାରି କ୍ଲବ ସେଣ୍ଟ୍ରାଲର ସଭ୍ୟ ବିମଳ ମେହେର, ରାଜୀବ ହୋତା, ଭଜନ ମୋଦୀ, ରାଜେଶ ଅଗ୍ରୱାଲ, ଦିନୁ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ ।