-+91-9937148622 |

prerana_bgr@rediffmail.com |

  Friday 26th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ   (26-Jun-2026)       ||      ଭାରସାମ୍ୟ ହରାଇ ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର; ଘର ନଷ୍ଟ, ଯାତାୟାତ ବାଧାପ୍ରାପ୍ତ   (26-Jun-2026)       ||      ବରପାଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିବସ ଅବସରରେ ଫଳ ବଣ୍ଟନ   (26-Jun-2026)       ||      ଲୋଇସିଂହାରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ    (26-Jun-2026)       ||      ୨୮୦ ବ୍ୟାଗ୍ ଡିଏପି ସାର ଜବତ   (26-Jun-2026)       ||      ଅବୈଜ୍ଞାନିକ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏଆଇଡିଏସଓ ର ବିକ୍ଷୋଭ   (26-Jun-2026)       ||      ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ    (25-Jun-2026)       ||      ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   (25-Jun-2026)       ||      ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି   (25-Jun-2026)       ||      ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   (25-Jun-2026)       ||      ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   (25-Jun-2026)       ||      ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସହରାଞ୍ଚଳ ଜନସମ୍ପର୍କ ଓ ନାଗରିକ ସହଭାଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ବାଦୀମୁଣ୍ଡା ପଂଚାୟତ ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା   (25-Jun-2026)       ||      ବିକାଶ ର ଧାରା ଓଡିଶା ସାରା ଅବସରରେ ରତାଖଣ୍ଡି ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ଵା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ    (25-Jun-2026)       ||      ଭାରତ ମାତା ସେବାନ୍ୟାସ ତରଫରୁ ୧୦୮ ଫୁଟ ଉଚ୍ଚ ଭଗୱା ଧ୍ବଜ ଏବଂ ଭାରତ ମାତା ମନ୍ଦିର ନିର୍ମାଣ ର ଭୂମି ପୂଜନ ପାଇଁ ଦେବ ନିମନ୍ତ୍ରଣ   (25-Jun-2026)       ||      ବିବାହ ବନ୍ଧନରେ ବାନ୍ଧି ହେଲେ ବିଜୟଶଙ୍କର: ପୂର୍ବରୁ ପ୍ରେମ ସମ୍ପର୍କକୁ ନେଇ ବିବାଦରେ ଥିଲେ   (25-Jun-2026)       ||      ୩୨୯ କଇଁଛ ଜବତ,୩ ଅଭିଯୁକ୍ତ ଗିରଫ    (25-Jun-2026)       ||      ଫଟାବାହାଲ ସ୍କୁଲ ପଡାରେ ବିଜୁଳି ସମସ୍ୟା♦️ ନରସିଂହଙ୍କୁ ବାଟ ଓଗାଳି ଅଭିଯୋଗ କଲେ ମହିଳା ଗୋଷ୍ଠୀ   (25-Jun-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲର ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ.. ଇଥାନଲ ପ୍ରକଲ୍ପ ପଶ୍ଚିମଓଡିଶା ଚାଷୀଙ୍କ ଭାଗ୍ୟ ବଦଳାଇବ-ଧର୍ମେନ୍ଦ୍ର, ସହିଦ ଧରମସିଂମାଝୀ ମାନଧାତାଙ୍କ ନାମରେ ଷ୍ଟାଡିୟମକୁ ନାମିତ କରିବାକୁ ସାଂସଦଙ୍କ ଦାବି

11-Jun-2023



ବଲାଙ୍ଗୀର- ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲର ନବନିର୍ମିତ ଇଣ୍ଡୋର ଷ୍ଟାଡିୟମ ଆଜି ଆନୁଷ୍ଠାନିକ ଭାବରେ ଉଦଘାଟିତ ହୋଇଯାଇଛି । କେନ୍ଦ୍ର ଶିକ୍ଷା,ଦକ୍ଷତାବିକାଶ ଓ ଉଦ୍ୟମିତା ବିଭାଗର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଓ ଆଭାସୀ ମାଧ୍ୟମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକଗ୍ୟାସ, ଆବାସ ତଥା ନଗରବ୍ୟାପାର ମନ୍ତ୍ରୀ ହରଦୀପସିଂ ପୁରୀ ବରେଣ୍ୟ ଅତିଥି ଭାବରେ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ, ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ. ମୁକେଶ ମହାଲିଙ୍ଗ, ପୂର୍ବତନ ମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ,ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା, ପିଆର ହାଇସ୍କୁଲର ପ୍ରଧାନଶିକ୍ଷୟୀତ୍ରୀ ସନ୍ତୋଷିନୀ ସେଠୀ ଯୋଗ ଦେଇଥିଲେ । ଗେଲ ଇଣ୍ଡିଆ ଲିମିଟେଡର ନିର୍ଦ୍ଦେଶକ ଦୀପକ ଗୁପ୍ତାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଶ୍ରୀ ପ୍ରଧାନ ତାଙ୍କ ଦ୍ୱାରା ଶୀଳାନ୍ୟାସ ହୋଇଥିବା ପ୍ରକଲ୍ପକୁ ସେ ଉଦଘାଟନ କରିବାର ସୌଭାଗ୍ୟ ପାଇଛନ୍ତି । କେନ୍ଦ୍ରରେ ମୋଦୀ ସରକାର ଆସିଲାପରେ ଓଡିଶାର ବିଭିନ୍ନ ଅଞ୍ଚଳରେ ବହୁଗୁଡିଏ ଉନ୍ନୟନ ପ୍ରକଲ୍ପ ହାତକୁ ନିଆଯାଇଛି । ମୁଖ୍ୟତଃ ଗେଲଇଣ୍ଡିଆ ଲିମିଟେଡର  ସିଏସଆର ପାଣ୍ଠିରୁ ୯.୯କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଷ୍ଟାଡିୟମରେ ବଲାଙ୍ଗୀର ତଥା ଆଖପାଖର ଅନେକଗୁଡିଏ କ୍ରୀଡାବିଦ ସୃଷ୍ଟି ହୋଇ ଭାରତର ନାମ ରଖିବେ ବୋଲି କହିଥିଲେ । ଏଭଳି ପ୍ରକଲ୍ପ ସହ ମୋଦୀସରକାର ପୂର୍ବୋଦୟରୁ କ୍ରୀଡାଭାରତର ନିର୍ମାଣ କରାଉଛନ୍ତି । ଏହା ସହିତ ପଶ୍ଚିମଓଡିଶାର ବିଭିନ୍ନ ସ୍ଥାନରେ ସ୍ଥାପିତ ହେଉଥିବା ୧୬୦୦କୋଟି ଟଙ୍କାର ଇଥାନ ଲପ୍ରକଲ୍ପ ପଶ୍ଚିମଓଡିଶାର ଚାଷିଙ୍କ ଭାଗ୍ୟ ବଦଳାଇଦେବ । ଧାନଚାଷ କରୁଥିବା ଚାଷିମାନେ ବହୁ ପରିମାଣରେ ଉପକୃତ ହେବେ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ । ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂଦେଓ ତାଙ୍କ ବକ୍ତବ୍ୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସବୁ ସମୟରେ ବଲାଙ୍ଗୀର ଜିଲ୍ଲାର ଉନ୍ନତିରେ ସହଭାଗୀ ହୋଇଆସିଛନ୍ତି । ବଲାଙ୍ଗୀର ଜିଲ୍ଲାର ବାଇପାସ ରାସ୍ତାହେଉ କି ଅନ୍ୟାନ୍ୟ ପ୍ରକଲ୍ପରେ ଶ୍ରୀ ପ୍ରଧାନ ସହଯୋଗ କରିଛନ୍ତି । ତେବେ ଆଜି ଉଦଘାଟିତ ହୋଇଥିବା ଇଣ୍ଡୋର ଷ୍ଟାଡିୟମକୁ ବଲାଙ୍ଗୀର ମାଟିର ସ୍ୱାଧିନତାସଂଗ୍ରାମୀ ଆଟଗାଁ ଜମିଦାର ସହିଦ ଧରମସିଂ ମାଝୀମାନଧାତାଙ୍କ ନାମରେ ନାମିତ କରିବାକୁ ସାଂସଦ ଦାବି କରିଥିଲେ । ସେପଟେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ଇଣ୍ଡୋର ଷ୍ଟାଡିମ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କୃତଜ୍ଞତା ଜଣାଇବା ସହିତ ଗେଲଇଣ୍ଡିଆ ଉପରେ ବର୍ଷିଥିଲେ । ଇଣ୍ଡୋର ଷ୍ଟାଡିୟମ ଆଜି ଉଦଘାଟନ ହେବା ପୂର୍ବରୁ ଏଠାରେ ଅନେକଗୁଡିଏ ମ୍ୟାଚ ହୋଇସାରିଛି । କିନ୍ତୁ ଏବେ ମଧ୍ୟ ଷ୍ଟାଡିୟମର ଅନେକକାମ ବାକି ରହିଛି । ରେନୱାଟର ହାରଭେଷ୍ଟିଂ,ସୋଲାର ଲାଇଟପାଇଁ ବ୍ୟାଟେରୀ ଇତ୍ୟାଦି ଲଗାଯାଇପାରିନାହିଁ । ତେଣୁ ଗେଲ ଇଣ୍ଡିଆର କାର୍ଯ୍ୟକଳାପରେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଏହି ଅବସରରେ ବଲାଙ୍ଗୀର ବେଡିମିଣ୍ଟନ ଆସୋସିଏନ ତରଫରୁ ଉଡାନ ବେଡମିଣ୍ଟନ ଏକାଡେମୀକୁ ବିଧାୟକ ଆନୁଷ୍ଠାନିକ ଭାବରେ ଘୋଷଣା କରିଥିଲେ । ଆସନ୍ତା ଦୁଇବର୍ଷ ଧରି ଏହି ଏକାଡେମୀ ଜରିଆରେ କ୍ରୀଡାବିଦମାନେ ତାଲିମ ନେବେ ଓ କମ୍ପିଟିସନରେ ଭାଗନେବେ ବୋଲି କହିଥିଲେ । ଏହି ଉଦଘାଟନୀ ଉତ୍ସବ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ବରଗଡ ଜିଲ୍ଲାରୁ ଆସିବା ବାଟରେ ଲୋଇସିଂହା ନିର୍ବାଚନମଣ୍ଡଳିର ରୁଗୁଡିଖାଲଠାରେ ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗଙ୍କ ନେତୃତ୍ୱରେ ଭବ୍ୟସ୍ୱାଗତ କରାଯାଇଥିଲା । ସେଠାରୁ ଏକ ବିଶାଳ ମୋଟରସାଇକେଲ ରାଲିରେ କେନ୍ଦ୍ରମନ୍ତ୍ରୀଙ୍କୁ ବଲାଙ୍ଗୀର ପର୍ଯ୍ୟନ୍ତ ଅଣାଯାଇଥିଲା ।  
ଉଦଘାଟନୀ ଉତ୍ସବର ଏପାଖ-ସେପାଖ..


ବିଜେପିର ରାଜନୈତିକ ଉଦଘାଟନୀ ଓ ଭୋଟପ୍ରଚାର
ବଲାଙ୍ଗୀର,-ଆଜି ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲ ଖେଳପଡିଆଠାରେ ନିବନିର୍ମିତ ଅନ୍ୟାଧୁନିକ ଇଣ୍ଡୋର ଷ୍ଟାଡିୟମ ଉଦଘାଟିତ ହୋଇଥିଲା । ତେବେ ଏହା କେବଳମାତ୍ର ଆନୁଷ୍ଠାନିକ ଉଦଘାଟନ ଥିଲା । ଏହି ଉଦଘାଟନ ପୂର୍ବରୁ ଏଠାରେ ବେଡମିଣ୍ଟନ ଖେଳ ସହିତ ଚମ୍ପିୟନସିପ ଖେଳ ହୋଇସାରିଛି । ପ୍ରତିଯୋଗୀତାଗୁଡିକରେ ବଲାଙ୍ଗୀର ବିଧାୟକ ତଥା ତାଙ୍କ ପୁଅମାନେ ଆସି ଅତିଥି ହୋଇ ସାରିଛନ୍ତି । ଏହି ପ୍ରକଲ୍ପଟିକୁ ନରସିଂହ ମିଶ୍ର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କହି କରାଇଥିଲେ ବୋଲି ଆଲୋଚନା ହେଉଛି । ସେହିଦୃଷ୍ଟିରୁ ତାଙ୍କ ସମର୍ଥକମାନେ ମଧ୍ୟ ପୃଥ୍ୱୀରାଜ ହାଇସ୍କୁଲର ପ୍ରଧାନଶିକ୍ଷୟିତ୍ରୀଙ୍କ ସହ ଯୋଗରେ ଷ୍ଟାଡିୟମର ପରିଚାଳନା କରିଆସୁଛନ୍ତି । ପ୍ରାୟ ୮ମାସ ହେଲା ଏହି ଷ୍ଟାଡିୟମରେ ଅନେକଥର ବେଡିମିଣ୍ଟନ ପ୍ରତି ଯୋଗୀତା ହୋଇସାରିଛି । କିନ୍ତୁ ଶେଷରେ ଆଜି କେନ୍ଦ୍ରମନ୍ତ୍ରୀ ଆସି ଏହାର ଉଦଘାଟନ କଲେ ଓ ମଞ୍ଚରେ ବଲାଙ୍ଗୀର ସାଂସଦଙ୍କୁ ଆଉଥରେ ଭୋଟଦେବାକୁ ପ୍ରଚାର ମଧ୍ୟ କରିକି ଗଲେ । କେବଳ ସେତିକି ନୁହେଁ ସାଂସଦଙ୍କ ସ୍ୱାମୀ କନକବର୍ଦ୍ଧନ ସିଂଦେଓ ଏବେ କୌଣସି ନିର୍ବାଚିତ ପ୍ରତିନିଧି ନାହାଁନ୍ତି କିନ୍ତୁ ସେ ମଧ୍ୟ ଅତିଥି ହୋଇଥିଲେ । ଫଳରେ ଆଜିର କାର୍ଯ୍ୟକ୍ରମକୁ ବିଜେପିର ଏକ ରାଜନୈତିକ ଉଦଘାଟନୀ ଓ ଭୋଟପ୍ରଚାର କାର୍ଯ୍ୟକ୍ରମ ବୋଲି ଆଲୋଚନା ହେଉଛି । 

ଗେଲ ଇଣ୍ଡିଆ ଆଜି ଫେଲ
ବଲାଙ୍ଗୀର ପୃଥ୍ୱୀରାଜ ହାଇସ୍କୁଲଠାରେ ଗେଲଇଣ୍ଡିଆ ଲିମିଟେଡ ପକ୍ଷରୁ ୧୦କୋଟି ଟଙ୍କା ବ୍ୟୟରେ ଗତ ୫ବର୍ଷ ହେଲା ଇଣ୍ଡୋରଷ୍ଟାଡିୟମ ନିର୍ମାଣ ଚାଲିଥିଲା । ତେବେ ଗେଲଇଣ୍ଡିଆ ପକ୍ଷରୁ ଏହି ନିର୍ମାଣରେ ଅନେକ ତୃଟି କରିଛି । ଷ୍ଟାଡିୟମକାମ ନିମ୍ନମାନର ହୋଇଥିବା ଓ ଛାତରୁ ପାଣିଗଳୁଥିବା,କାନ୍ଥରେ ଫାଟସୃଷ୍ଟି ହୋଇଥିବା,ସୋଲାର ପ୍ଲେଟ ଲଗାଇଥିଲେ ହେଁ ବ୍ୟାଟେରୀ ନଗାଇବା,ବର୍ଷାଜଳ ସଂରକ୍ଷଣ କରାଇବାର ବ୍ୟବସ୍ଥା ନକରାଇବା ଇତ୍ୟାଦି ବିଷୟକୁ ନେଇ ବିଧାୟକ ନରସିଂହ ମିଶ୍ର ଆଜି ବର୍ଷିଥିଲେ । ଫଳରେ କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ଗେଲଇଣ୍ଡିଆର ଅଧିକାରୀଗଣ ଅପ୍ରସ୍ତୁତ ହୋଇପଡିଥିଲେ । ଇଣ୍ଡୋରଷ୍ଟାଡିୟମ ପାଇଁ ବିଧାୟକ ଶ୍ରୀ ମିଶ୍ର କେନ୍ଦ୍ରମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିବା ବେଳେ ଗେଲଇଣ୍ଡିଆର ନକଲି କାମକୁ ନେଇ ଅସନ୍ତୋଷ ବ୍ୟକ୍ତ କରି ମିଟିଂରେ ବର୍ଷିଥିଲେ । ଫଳରେ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଥିଲା ଗେଲ ଇଣ୍ଡିଆ ଆଜି ଫେଲ ।
 

ଭାଜପାନେତାଙ୍କ ସମୟଜ୍ଞାନ
ଆଜି ଉଦଘାଟନୀ ଉତ୍ସବରେ ଭାରତୀୟଜନତା ପାର୍ଟିର ନେତାମନ୍ତ୍ରୀ ଯୋଗଦେବାର ରହିଥିଲା । ଉଦଘାଟନୀ ଉତ୍ସବ ପାଇଁ ଦିଆଯାଇଥିବା ନିମନ୍ତ୍ରଣପତ୍ରରେ ଉଦଘାଟନର ସମୟ ୧୦.୩୦ରେ ଦିଆଯାଇଥିଲା । ଖରାଦିନ ଓ ଅତ୍ୟଧିକ ଗରମ କାରଣରୁ ଲୋକମାନେ ତଥା ତାଲିମ ନେଉଥିବା ଛାତ୍ରଛାତ୍ରୀ ଠିକ ୯.୩୦ରେ ପହଞ୍ଚିଯାଇଥିଲେ । ଷ୍ଟାଡିୟମରେ ଗେଲ ଇଣ୍ଡିଆପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଚୌକିରେ ଲୋକ ଅତିଥିମାନଙ୍କ ଅପେକ୍ଷାରେ ବସିରହିଥିଲେ । ଶେଷରେ ଦୁଇଘଣ୍ଟା ବିଳମ୍ବରେ ଅର୍ଥାତ ୧୨.୩୦ରେ ଯାଇ ଅତିଥିଗଣ ଆସି ପହଞ୍ଚିଥିଲେ । ସେପଟେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପ୍ରାୟ ୧୦ଟାରୁ ଆସି ଷ୍ଟାଡିୟମର ଅତିଥିଗୃହରେ ଅପେକ୍ଷା କରି ବସିଥିଲେ । ଫଳରେ ଭାଜପାନେତାମାନଙ୍କର ସମୟଜ୍ଞାନକୁ ନେଇ ଚର୍ଚ୍ଚା ହେଉଥିଲା । 
ଗେଲ ଇଣ୍ଡିଆର ବ୍ୟବସ୍ଥାରେ ଅବ୍ୟବସ୍ଥା
ଆଜିର ଉଦଘାଟନୀ ଉତ୍ସବର ଆୟୋଜକ ଥିଲା ଗେଲଇଣ୍ଡିଆ ଲିମିଟେଡ । ତେବେ ଉତ୍ସବର ପରିଚାଳନା ପାଇଁ ଦିଆଯାଇଥିବା ଇଭେଣ୍ଟମେନେଜମେଣ୍ଟ ଏଜେନ୍ସୀ ତରଫରୁ ବ୍ୟାପକ ଅବ୍ୟବସ୍ଥା ଦେଖାଦେଇଥିଲା । ବଲାଙ୍ଗୀରରେ ଆଜି ପ୍ରବଳ ଗରମ ସହିତ ତାତି ବଢିଥିଲା । ପ୍ରବଳ ଗରମ ସତ୍ୱେ ଲୋକଙ୍କୁ ଥଣ୍ଡା ପାନୀୟଜଳ ଟିକିଏ ମଧ୍ୟ ଯୋଗାଇ ପାରିନଥିଲା ଏଜେନ୍ସୀ । ସେପଟେ ଯେଉଁ କୁଲର ଅଣାଯାଇଥିଲା ସେଥିରେ ପାଣି ଭରାଯାଇନଥିବାରୁ କୁଲର ପବନ ଆହୁରି ଗରମ ଜଣାପଡୁଥିଲା । ଇଭେଣ୍ଟମେନଜେମେଣ୍ଟ ଏଜେନ୍ସୀକୁ ଯିଏ ଯାହା କହିଲେ କେହି କାହାକୁ ଶୁଣୁନଥିଲେ । ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ଆଲୋଚନା ହେଉଥିଲା ଗେଲ ଇଣ୍ଡିଆର ବ୍ୟବସ୍ଥା ଭିତରେ ଅବ୍ୟବସ୍ଥା ଭରିରହିଥିଲା । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Jun-2026
  ଜିଲ୍ଲା  
ଭାରସାମ୍ୟ ହରାଇ ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର; ଘର ନଷ୍ଟ, ଯାତାୟାତ ବାଧାପ୍ରାପ୍ତ   26-Jun-2026
  ଜିଲ୍ଲା  
ବରପାଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିବସ ଅବସରରେ ଫଳ ବଣ୍ଟନ   26-Jun-2026
  ଜିଲ୍ଲା  
ଲୋଇସିଂହାରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ   26-Jun-2026
  ଜିଲ୍ଲା  
୨୮୦ ବ୍ୟାଗ୍ ଡିଏପି ସାର ଜବତ   26-Jun-2026
  ଜିଲ୍ଲା  
ଅବୈଜ୍ଞାନିକ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏଆଇଡିଏସଓ ର ବିକ୍ଷୋଭ   26-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ   25-Jun-2026
  ଜିଲ୍ଲା  
ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   25-Jun-2026
  ଜିଲ୍ଲା  
ଦିଲ୍ଲୀ ହାଉଜ ଖାସ ମନ୍ଦିରରେ ରଥଯାତ୍ରା ପାଇଁ ପ୍ରସ୍ତୁତି   25-Jun-2026
  ଜିଲ୍ଲା  
ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   25-Jun-2026
  ଜିଲ୍ଲା  
ଵଜ୍ରାଘାତ ରେ ଜଳିଗଲା ଅସହାୟ ମହିଳାଙ୍କ ଘର   25-Jun-2026

You Might Also Like