-+91-9937148622 |
prerana_bgr@rediffmail.com |
Tuesday 17th March 2026 |
R.N.I. Regd No. ODIODI/2010/46693
Breaking News
09-Jun-2023
ସମ୍ବଲପୁର(ସଂଜୀବ ପାଣିଗ୍ରାହୀ )
ସମ୍ବଲପୁର ଜିଲା ଉଷୁ ଦଳର ୫ ଜଣିଆ ଅନୁଗୁଳରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରତିଯୋଗିତାରେ ସାମିଲ ହୋଇଛନ୍ତି। ୧୧ ତାରିଖ ପର୍ଯ୍ୟନ୍ତ ଅନୁଗୁଳର ବିଜୁ ପଟନାୟକ ଇନ୍ଡୋର ଷ୍ଟାଡିଅମରେ ରାଜ୍ଯ ସ୍ତରୀୟ ଉଷୁ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସମସ୍ତ ଖେଳାଳୀ କ୍ୟାମ୍ପରେ ତାଲିମ ନେବାସହ କଠିନ ଅଭ୍ୟାସ କରିଛନ୍ତି । ସମ୍ବଲପୁରରୁ ଟିମରେ ଦିବ୍ୟକାନ୍ତି ଓରାମ, ଅନୁଷ୍କା ଚକ୍ରବର୍ତ୍ତୀ, ଅନୁଭବ କୁମାର ସାହୁ, ସୁର୍ଯ୍ୟ ପ୍ରକାଶ ମହାନ୍ତି, ସଂଘର ସାଧାରଣ ସମ୍ପାଦକ ସୁସ୍ମିତ କୁମାର ପଣ୍ଡା ସାମିଲ ହୋଇଛନ୍ତି। ଟିମରେ କେନ୍ଦ୍ରୀୟ ବିଦ୍ୟାଳୟ ସମ୍ବଲପୁରର ତିନିଜଣ ଛାତ୍ରଛାତ୍ରୀ ରହିଥିବା ବେଲେ ବିଦ୍ଯାଳୟ ର ଅଧ୍ଯକ୍ଷ ଡ. ପ୍ରଶାନ୍ତ ଷଡଂଗୀ ଏନସିସି ଶିକ୍ଷକ ସନ୍ତୋଷ କୁମାର.କିସାନ ଜିଲ୍ଲା ଉଷୁ ଏସୋସିଏସନ ର ସଭାପତି ଭବାନୀ ଶଂକର ଭୋଇ ଉପସ୍ଥିତ ରହି ଶୁଭେଚ୍ଛା ଜଣାଇଛନ୍ତି।