-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ରାଜ୍ୟସଭା ସାଂସଦଙ୍କ ଗାଡି ଧକ୍କାରେ ଯୁବକ ମୃତ ଘଟଣା, ଗାଡ଼ିରେ ସାଂସଦ ଙ୍କ ଉପସ୍ଥିତିକୁ ନେଇ  ସାମ୍ବାଦିକ ସମ୍ମିଳନୀ କଲେ ପ୍ରତ୍ୟକ୍ଷଦର୍ଶୀ ଙ୍କ ସହ ସମାଜସେବୀ

09-Jun-2023



ପାଟଣାଗଡ(ଦିଲୀପ କୁମାର ପଣ୍ଡା ): ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ସୁନାମୁଦି ଓ ତମିଆଁ ଛକରେ ଗତ ମଇ ୨୪ ରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଗାଡି ଧକ୍କାରେ ଇନ୍ଦପୁର ଗାଁର ଟଙ୍କଧର ବିଶ୍ଵାଳଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ପରେ ସାଂସଦଙ୍କ ଗାଡି, ଡ୍ରାଇଭର ଓ ପିଏସୋ ଲରମ୍ଭା ଥାନାରେ ଆତ୍ମସମର୍ପଣ କରିଥିଲେ । ରାଜ୍ୟସଭା ସାଂସଦ କୈ।ଶଳକ୍ରମେ ଘଟଣା ସ୍ଥଳରୁ ସେହି ରାସ୍ତା ଦେଇ ନିଜ ବାଇକରେ ପାଟଣାଗଡକୁ ଯାଉଥିବା  ଲରମ୍ଭା ଥାନା ତମିଆଁ ଗାଁର ପ୍ରମୋଦ ବେହେରାଙ୍କ ସହଯୋଗରେ ଘଟଣାସ୍ଥଳରୁ ସେଦିନ ଫେରାର ହେବାରେ ସଫଳ ହୋଇଥିଲେ । ଫେରାର ପରେ  ଦୁର୍ଘଟଣାଗ୍ରସ୍ତ ଗାଡ଼ିରେ ସେ ଉପସ୍ଥିତ ନଥିବା ନେଇ ଗଣମାଧ୍ୟମ  ପ୍ରତିନିଧି ମାନଙ୍କୁ  ବିଭିନ୍ନ ପ୍ରକାରରେ ସଫେଇ ଦେଇଥିଲେ । ଏପରିକି ଶ୍ରୀ ବିଶି  ଟିଟିଲାଗଡ଼,ପାଟଣାଗଡ଼, ପଦ୍ମପୁର, ମୁରିବାହଲ ଓ ଖପ୍ରାଖୋଲରେ ସେ ଦୁର୍ଘଟଣା ଦିନ ଉପସ୍ଥିତ ନଥିବା ନେଇ  ସଂଘର ସହାୟତା ନେଇ ମିଛ ସାମ୍ବାଦିକ ସମ୍ମିଳନୀ ମାନ ମଧ୍ୟ କରିଥିଲେ । ଦୁର୍ଘଟଣାସ୍ଥଳରୁ ରାଜ୍ୟସଭା ସାଂସଦଙ୍କ

ଉପସ୍ଥିତି ସହ ସେ କିପରି  ଦୁର୍ଘଟଣାସ୍ଥଳରୁ ବାଇକ ମାଧ୍ୟମରେ ଫେରାର ମାରିଥିଲେ । ଏହାକୁ ଜାହିର କରିବା ପାଇଁ ତାଙ୍କୁ ଦୁର୍ଘଟଣାସ୍ଥଳରୁ ନେଇଥିବା  ଯୁବକ ପ୍ରୋମୋଦ ବେହେରାଙ୍କ ଉପସ୍ଥିତିରେ ସ୍ଥାନୀୟ ଗୋକୁଳ ରେଷ୍ଟୁରାଣ୍ଟରେ ସମାଜସେବୀ ଡିଙ୍ଗର କୁମ୍ଭାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ପ୍ରକାଶ କରିଛନ୍ତି ।

ସୁଚନା ଅନୁସାରେ ଦୁର୍ଘଟଣା ଘଟିବାର ଅଳ୍ପସମୟ ବ୍ୟବଧାନରେ ସେହି ରାସ୍ତା ଦେଇ ପାଟଣାଗଡକୁ ନିଜର ବ୍ୟକ୍ତିଗତ କାମରେ ଯାଉଥିବା ତମିଆଁ ଗାଁର ଯୁବକ ପ୍ରମୋଦ ଙ୍କ କହିବା ଅନୁସାରେ ସମୟ ପାଖାପାଖି ମଧ୍ୟାହ୍ନ ୧୧ ଟା । ଦୁର୍ଘଟଣାସ୍ଥଳକୁ ପହଞ୍ଚିବା ପୂର୍ବରୁ ଉପସ୍ଥିତ ଥିବା ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଓ ତାଙ୍କ ପିଏସୋ ଦୁର୍ଘଟଣାଗ୍ରସ୍ତ ଗାଡ଼ିରୁ ବାହାରି ତାଙ୍କୁ ହାତମାରି ଦୁର୍ଘଟଣା ସ୍ଥଳରେ ଅଟକାଇ ଥିଲେ । ଉଭୟେ ଭୟଭୀତ ହୋଇ ବାରମ୍ବାର  ଅନୁରୋଧ ସହ ରାଜ୍ୟସଭା ସାଂସଦଙ୍କ କହିବା ଅନୁଯାୟୀ ସେ ସାଂସଦଙ୍କୁ ତାଙ୍କ ହୋଣ୍ଡା ସାଇନ ବାଇକ୍ ଯୋଗେ ଦୁର୍ଘଟଣାସ୍ଥଳରୁ ଲରମ୍ଭା ଥାନା ପଟକୁ ନେଉଥିଲେ । ଦୁର୍ଘଟଣାସ୍ଥଳରୁ ବାହାରିବା ପରେ ସାଂସଦ ଶ୍ରୀ ବିଶି ଫୋନ ଯୋଗେ ଘଟଣା ସମ୍ପର୍କରେ କାହାକୁ ଅବଗତ କରାଇଥିଲେ । ବାର୍ତ୍ତାଳାପ ପରେ ସାଂସଦଙ୍କ ନିର୍ଦ୍ଦେଶ ମୁତାବକ ପରେ ହଠାତ୍ ଦଳପାଳି ଖେଲପଡିଆ ସମ୍ମୁଖରେ ସାଂସଦ ପ୍ରମୋଦଙ୍କୁ ପାଟଣାଗଡ ସ୍ଥିତ ତାଙ୍କ ଘରକୁ ନେଇକି ଛାଡିବାକୁ ଅନୁରୋଧ କରିଥିଲେ । ରାଜ୍ୟ ସାଂସଦଙ୍କ କହିବା ଅନୁସାରେ ପ୍ରମୋଦ ପୁଣି ତାଙ୍କୁ ନେଇ ସେଠାରୁ ପାଟଣାଗଡ ଅଭିମୁଖେ ବାହାରି ଥିଲେ । ପୁନର୍ବାର ଦୁର୍ଘଟଣାସ୍ଥଳରେ ପହଞ୍ଚିବା ପରେ ଡ଼୍ରାଇଭର ଓ ପିଏସୋ ଦୁର୍ଘଟଣାଗ୍ରସ୍ତ କାରକୁ ଛାଡି ଜଙ୍ଗଲ ଭିତରକୁ ପାଉଥିଲେ । ରାଜ୍ୟସଭା ସାଂସଦ ଉଚ୍ଚ ପାଟିରେ ସେମାନଙ୍କୁ ଡାକିବାସହ ଡାଇଭର ଠାରୁ ତାଙ୍କ ଡାଏରି ଓ କିଛି କାଗଜପତ୍ର ଧରି ପାଟଣଗଡ ଅଭିମୁଖେ ବାହାରିବା ପୁର୍ବରୁ ଡାଇଭର ଓ ପିଏସୋ ଙ୍କୁ ଲରମ୍ଭା ଥାନାକୁ ଗାଡି ନେଇ ଥାନା ପଛପଟେ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ । ଏକ କଥା ରଙ୍ଗର ଢିଲା  ଧଲା ରଙ୍ଗର ପାଇଜାମା ପିନ୍ଧିଥିବା ସହ ସମ୍ବଲପୁରୀ ଗାମୁଛା ଧରିଥିବା ଶ୍ରୀ ବିଶି କାଳେ ତାଙ୍କୁ କେହି ଦେଖିନେବା ଭୟରେ ମୁଁହଟିକୁ ବାରମ୍ବାର ଗାମୁଛାରେ ଢାଙ୍କୁଥିବ ସହ ବିଭିନ୍ନ ଳୋକଙ୍କୁ ଫୋନ ମାଧ୍ୟରେ ଘଟଣା ସମ୍ପର୍କରେ ଅବଗତ କରାଉଥିଲେ । ପାଟଣାଗଡ ଏସଡିପିଓ ତାଙ୍କ ଗାଡି ଯୋଗେ ଦୁର୍ଘଟଣା ସ୍ଥଳକୁ ଯାଉଥିବା ଦେଖି ରାଜ୍ୟସଭା ସାଂସଦୂ ଆମେ ପାଟଣାଗଡକୁ ପହଞ୍ଚିଗଲୁଣ ବୋଲି କାହାକୁ ଜଣେ ପୁଣି ଫୋନ ଯୋଗେ ଅବଗତ କରାଇଥିବା  ବାଇକ୍ ଚାଲକ ଜଣକ ଶୁଣିବାକୁ ପାଇଥିଲେ । ରାମଜୀଛକ ଦେଇ ଟିକପାଲି ରାସ୍ତାରେ ଜାଇ ବାଇକ ଚାଲକ ଜଣକ ତାଙ୍କୁ ସୁରକ୍ଷିତ ଭାବେ ତାଙ୍କ ଘରକୁ ପହଞ୍ଚାଇଥିଲେ । ଘରେ ପହଞ୍ଚିବା ପରେ ସାଂସଦ ନିଜେ  ପାଣିପିଇ ଆସ୍ବସ୍ତି ଅନୁଭବ ପରେ ତୁମକୁ କଣ ଦରକାର ବୋଲି ପ୍ରଶ୍ନ କରିଥିଲେ l ଉତ୍ତରରେ ବାଇକ ଚାଲକ ଜଣକ ମୋର କିଛି ଆବଶ୍ୟକ ନାହିଁ

ଆଜ୍ଞା ମୋତେ ଖାଲି ଚିହ୍ମିଥାନ୍ତୁ ବୋଲି କହି ତାଙ୍କ ଘରୁ ପଲାଇ ଆସିଥିବା ସମୟରେ ମୃତ ଟଙ୍କଧର ଜ୍ୟୋତିଷ ଙ୍କ କହିବା ଅନୁଯାୟୀ ୩୫ ବର୍ଷରେ ମରିବାର ଥିଲା ବୋଲି କହିଥିଲେ । ତାଙ୍କ ସହ ସାମ୍ବାଦିକ ସମ୍ମିଳନୀରେ ବସିଥିବା ସମାଜସେବୀ  ଡିଙ୍ଗର କୁମ୍ଭାର ଙ୍କ ଅଭିଯୋଗ ଅନୁସାରେ ଉଭୟ ପରିବାର ମଧ୍ୟରେ  ଦିର୍ଘଦିନଧରୁ କିଛି ମନୋମାଳିନ୍ୟ ଲାଗିରହିଥିଲା ।  ଟଙ୍କଧର ତାଙ୍କ ନିଜ ସାଇଟରେ ଆସୁଥିବା ବେଳେ ବିପରିତ ଦିଗରୁ ଆସୁଥିବା ସାଂସଦଙ୍କ ଗାଡି ତାଙ୍କୁ ଜୋରରେ ଧକ୍କା ଦେଇ କପା କିଆରି ଭିତରକୁ ସ୍କୁଟି ସହ ପାଖାପାଖି ୧୦ ମିଟର ଭିତରକୁ ଠେଲି ନେଇଥିଲା । ତେଣୁ ରାଜ୍ୟସଭା ସାଂସଦଙ୍କ ନା ରେ ହିଟ୍ ଏନ ରନ ମାମଲା ରୁଜୁ କରାଜିବା ଉଚିତ୍ ବୋଲି ପ୍ରଶ୍ନ କହିଥିଲେ , ଏଥିସହ ସାଂସଦ ନିଜ କାରରେ ଖୋଲାଗଡ ଶୀତଳଷଷ୍ଠି ମହୋତ୍ସବରେ ନିଜ କାର ଯୋଗେ ଯାଉଥିବା ସହ ବାଇକ ମାଧ୍ୟମରେ ଫେରୁଥିବା ସିସିଟିଭିରୁ ହସ୍ତଗତ ହୋଇଥିବା ଭିଡିଓ ଓ ଫୋଟୋ ମାନ ଉପସ୍ଥିତ ଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଦେଇଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like