-+91-9937148622 |
prerana_bgr@rediffmail.com |
Tuesday 24th March 2026 |
R.N.I. Regd No. ODIODI/2010/46693
Breaking News
02-Jun-2023
ବୀରମହାରାଜପୁର,( ବିନୋଦ ପାଣ୍ଡେ ) : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସୁବଳୟା ପଞ୍ଚାୟତ ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମରେ ୫ ବର୍ଷ ରୁ ଉର୍ଦ୍ଧ ହେବ ପିଇବା ପାଣିର ସମସ୍ୟା ଲାଗି ରହିଛି। ୨୦୧୭ ମସିହାରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଲାଗି ଟାଙ୍କି ନିର୍ମାଣ ସହ ପାଇପ ଖଞ୍ଜାଯାଇ ଷ୍ଟାଣ୍ଡପାଷ୍ଟ ମାଧ୍ୟମରେ ୪ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳ ରେ ଗ୍ରାମବାସୀ ଙ୍କୁ ପାଣି ଯୋଗାଇ ଦିଆଯାଇଥିଲା। ତେବେ ନିର୍ମାଣ ସମୟରେ ଠିକାଦାର ଓ ଜେଇଙ୍କ ମଧୁଚନ୍ଦ୍ରିକା ତଥା ନିମ୍ନ ମାନର ଯନ୍ତ୍ରାଂଶ ଯୋଗୁଁ ଓ ପ୍ରଶାସନ ର ଦୂର ଦୃଷ୍ଟି ଯୋଗୁଁ ଏହି ପ୍ରକଳ୍ପ ୬ ମାସ ମଧ୍ୟରେ ବନ୍ଦ ହୋଇ ଦୀର୍ଘ ପାଞ୍ଚ ବର୍ଷ ବିତିଯିବା ସର୍ତ୍ତେ ଆଜି ପର୍ଯ୍ୟନ୍ତ ବନ୍ଦ ରହିଛି। ଫଲରେ ଗ୍ରାମବାସୀ ପିଇବା ପାଣି ପାଇଁ ଡହଳବିକଳ ହେଉଛନ୍ତି। ଦୀର୍ଘ ପାଞ୍ଚ ବର୍ଷ ହେଲା ପଞ୍ଚାୟତ କର୍ତ୍ତୁପକ୍ଷ ଙ୍କଠାରୁ ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଦାବି ସତ୍ତ୍ୱେ କୈାଣସି ପରିଣାମ ଆଜି ପର୍ଯ୍ୟନ୍ତ ମିଳିପାରିନାହିଁ। ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀ କର୍ଣ୍ଣପାତ କରିନଥିବା ଅଭିଯୋଗ ହେଉଛି। ଅନୂରୂପ ଭାବେ ଷ୍ଟାଣ୍ଡ ପୋଷ୍ଟ ଗୁଡ଼ିକ ଏବଂ ପାଇପ ଗୁଡ଼ିକ କଳଙ୍କି ଲାଗି ନଷ୍ଟ ହେବାକୁ ବସିଲାଣି। ସରକାରଙ୍କ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବର୍ଷବର୍ଷ ବିତିଗଲେ ମଧ୍ୟ ଲୋକଙ୍କ ସେବାରେ ଲାଗି ପାରୁନାହିଁ। ଗ୍ରାମର ମହିଳା ଓ ପୁରୁଷ ମାନେ ଦୁଇ କିମି ଦୂର ଟିକରାପଡା ଗ୍ରାମ ଠାରୁ ପିଇବା ପାଣି ଦୟନୀୟ ଅବସ୍ଥାରେ ପ୍ରତେକ ଦିନ ସକାଳ ଓ ସଞ୍ଜ ସମୟରେ ଆଣୁଥିବା ଦେଖିବାକୁ ମିଳିଛି। ଏନେଇ ଆରଡବ୍ଳୁଏସଏସ କନିଷ୍ଠ ଯନ୍ତ୍ରୀ ଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳିପାରିନାହିଁ। ଆଗକୁ ପାନୀୟ ଜଳ ସଙ୍କଟ ଆହୁରି ଜଟିଳ ହେବା ଆଶଙ୍କା ଦେଖାଦେଲାଣି। ଜିଲ୍ଲା ପ୍ରଶାସନ ତୁରନ୍ତ ପଦକ୍ଷେପ ନେବାକୁ ଦାବି ହେଉଛି।