-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ବୌଦ୍ଧ ଏନଏସିର ପ୍ରତ୍ୟେକ ୱାର୍ଡରେ ବାର୍ଦ୍ଧକ୍ୟ ଭତ୍ତା ବଣ୍ଟନ

02-Jun-2023



ବୌଦ୍ଧ(ଦୁର୍ଯ୍ଯୋଧନ ବିଶି ): ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ହିତାଧିକାରୀଙ୍କୁ ଭତା ପହାଇବା ଘୋଷଣା କରାଯିବାପରେ ବୌଦ୍ଧ ଏନଏସିର ପ୍ରତ୍ୟେକ ୱାର୍ଡରେ ଏହି ଭା ବନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ବୌଦ୍ଧ ଏନଏସି ୧ ନମ୍ବର ୱାର୍ଡ ମାଳିସାହି କମ୍ୟୁନିଟି ସେରଠାରେ ୧ ଓ ୨ ନମ୍ବର ୱାର୍ଡର ବୃଦ୍ଧ,ବୃଦ୍ଧାମାନଙ୍କୁ ବାର୍ଦ୍ଧକ୍ୟ ଭା ବନ କରାଯାଇଥିଲା । ଏହି ଅବସରରେ ଏନଏସି ଅଧ୍ୟକ୍ଷ ମୃତ୍ୟୁଞ୍ଜୟ ମିଶ୍ର,ଉପଜିଲ୍ଲାପାଳ ରବିନ୍ଦ୍ର ନାଥ କହଁ.ଏନଏସି ନିର୍ବାହୀ ଅଧିକାରୀ ଇଂ.ମନୋରଂଜନ ପଣ୍ଡା, ଷ୍ଟେଟବ୍ୟାଙ୍କ ଚିଫ ମ୍ୟାନେଜର, ୧ ନମ୍ବର କାଉନସିଲର ଶ୍ୟାମସୁନ୍ଦର ବାରିକ ଓ ୨ ନମ୍ବର କାଉନସିଲର ଦେବାଶିଷ ବିଶି ପ୍ରମୁଖ ଉପସ୍ଥିତ ଥିଲେ । ବଗିଚାସାହି,ମାଳିସାହି ଓ ପଣୁଆସାହିର ୮୦ବର୍ଷରୁ ଉର୍ଦ୍ଧ୍ୱ ତିନିଜଣ ବୃଦ୍ଧାଙ୍କ ଘରକୁ ଯାଇ ଏନଏସି ର୍କୃପକ୍ଷ ଭା ବନ କରିଥିଲେ । ସେହିପରି ୩ ଓ ୪ ନମ୍ବର ୱାର୍ଡର ହିତାଧିକାରୀମାନଙ୍କୁ କୁଲିପଡା ଘାଟସ୍ଥିତ କମ୍ୟୁନିଟି ସେରଠାରେ ଏବଂ ୭,୮ ଓ ୯ ନମ୍ବର ୱାର୍ଡର ହିତାଧିକାରୀମାନଙ୍କୁ ଟାଉନହଲଠାରେ ଭା ପ୍ରଦାନ କରାଯାଇଥିଲା । ଏହି ଭତା ବନ କାର୍ଯ୍ୟକ୍ରମ ସମୟରେ ଏନଏସି ର୍କୃପକ୍ଷଙ୍କ ସହି ଟାକ୍ସ କଲେକ୍ଟର ପ୍ରଫୁଲ୍ଲ କୁମାର ପଟ୍ଟନାୟକ, ୮ ନମ୍ବର କାଉନସିଲର ଲକ୍ଷ୍ମୀ ମେହେର ଓ ୯ ନମ୍ବର କାଉନସିଲର ସ୍ୱର୍ଣ୍ଣଲତା ଦଳେଇଙ୍କ ସମେତ ଷ୍ଟେଟବ୍ୟାଙ୍କ ଗ୍ରାହାକ ସେବା କେନ୍ଦ୍ରର ମହେନ୍ଦ୍ର ମେହେର,ରାଜେଶ ପ୍ରଧାନ ଏବଂ ଜିଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ଉପସ୍ଥିତ ରହି ହିତାଧିକାରୀମାନଙ୍କୁ ସେବା ଯୋଗାଇବାରେ ସହାୟତା କରିଥିଲେ । ଏହି ଭତା ବନ କାର୍ଯ୍ୟକ୍ରମ ପ୍ରତ୍ୟେକ ୱାର୍ଡରେ ଚାଲୁ ରହିବ ବୋଲି ଏନଏସି ପକ୍ଷରୁ ସୂଚନା ଦିଆଯାଇଛି । ହିତାଧିକାରୀମାନେ ନିଜ ସାହି ବସ୍ତିରେ ଭତା ଟଙ୍କା ସୁବିଧାରେ ପାଇପାରୁଥିବାରୁ ଖୁସି ବ୍ୟକ୍ତ କରୁଥିବା ଦେଖାଯାଇଛି । 

 
୫୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପରିଦର୍ଶନରେ ପଠାଇଲା ଜିଲା ପ୍ରଶାସନ 


ବୌଦ୍ଧ,୦୧ା୬  : ବୌଦ୍ଧ ଜିଲାରେ ମାଟ୍ରିକ ପରୀକ୍ଷା ଫଳ ସନ୍ତୋଷଜନକ ହୋଇଥିବାବେଳେ ଜିଲାପାଳ ସତ୍ୟରଂଜନ ସାହୁଙ୍କ ନିର୍ଦ୍ଦେଶକ୍ରମେ ଭଲ ମାର୍କ ରଖିଥିବା ୫୨ ଜଣ ମେଧାବୀ ଛାତଛାତ୍ରୀଙ୍କୁ ସେମାନଙ୍କର ଉଚ୍ଚ ଶିକ୍ଷା ଗ୍ରହଣ ପୂର୍ବରୁ ଜ୍ଞାନ ଆହରଣ ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନ ଓ ଅନୁଷ୍ଠାନ ପରିଦର୍ଶନରେ ପଠାଯାଇଛି । ଜିଲାପାଳ ଶ୍ରୀଯୁକ୍ତ ସାହୁ  ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଭଲ ଶିକ୍ଷା ଗ୍ରହଣ କରି ଜୀବନରେ ଜଣେ ସଫଳ ମଣିଷ ହେବାକୁ ପରାମର୍ଶ ଦେବା ସହିତ ବିଭିନ୍ନ ସ୍ଥାନ ଓ ଅନୁଷ୍ଠାନ ବୁଲି ନୂତନ ଅଭିଜ୍ଞତା ଓ ଅନୁଭୁତି ହାସଲ କରିବା ପାଇଁ କହିଥିଲେ । ଜିଲା ସମଗ୍ର ଶିକ୍ଷା ଅଭିଯାନ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କ ପରିଦର୍ଶନର ସମସ୍ତ ବ୍ୟବସ୍ଥା କରାଯାଇଥିବାବେଳେ ସେମାନଙ୍କୁ ଭୁବନେଶ୍ୱରର ବଡ ବଡ ଶିକ୍ଷାନୁଷ୍ଠାନ କିମସ୍ ବିଶ୍ୱବିଦ୍ୟାଳୟ,ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟ,ଆଇଆଇଟି,ରାଜ୍ୟ ସଂଗ୍ରହାଳୟ ,ବିଜ୍ଞାନ ପାର୍କ,ପଠାଣି ସାମନ୍ତ ପ୍ଲାନେଟୋରିୟମ,ଏମସ ଚିକିତ୍ସାଳୟ, ପରିଜା ଲାଇବ୍ରେରୀ ଆଦି ବୁଲାଇବାର ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀମାନଙ୍କ ସହିତ ୧୦ ଜଣ ଗାଇଡ ଶିକ୍ଷକ, ଜିଲା ପ୍ରଶାସନର ଦୁଇଜଣ ଅଧିକାରୀ ଓ ଜିଲା ଶିକ୍ଷା ଅଧିକାରୀ ଡଃ. ଉଦୟନାଥ ମାଝି ଯାଇଥିବା ଜଣାଯାଇଛି । ଏକ ଶୀତାତାପ ନିୟନ୍ତ୍ରିତ ବସରେ ଛାତ୍ରଛାତ୍ରୀମାନେ ଆରାମଦାୟକ ଯାତ୍ରା କରିଥିବାବେଳେ ଭୁବନେଶ୍ୱରଠାରେ ସେମାନଙ୍କର ଦୁଇଦିନିଆଁ ରହଣି ଓ ଖାଇବାର ବ୍ୟବସ୍ଥା କରାଯାଇଛି । ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟଠାରେ ଛାତ୍ରଛାତ୍ରୀମାନଙ୍କୁ ପୁଷ୍ପଗୁଛ ଓ ଚନ୍ଦନ ଟିକା ଲଗାଇ ସ୍ୱାଗତ କରାଯିବା ସହିତ ସବୁଜ ପତାକା ଦେଖାଇ ଜିଲାପାଳ ଶ୍ରୀଯୁକ୍ତ ସାହୁ ଓ ଅନ୍ୟ ଅଧିକାରୀମାନେ ଶୁଭଯାତ୍ରା କାମନା କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲାପାଳ ଦାରିଦ୍ର‌୍ୟଭଞ୍ଜନ ମଦନ ମୋହନ ପାତ୍ର,ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ କୁମାର ପ୍ରଧାନ,ଜିଲ୍ଲା ଶାରିରୀକ ଶିକ୍ଷା ନିରୀକ୍ଷକ ଆନନ୍ଦ କୁମାର ବେହେରା,ଜିଲ୍ଳା ଜରୂରୀ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା ଏବଂ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ରିତାକାନ୍ତି ବଳିୟାରସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲାରେ ଜିଲ୍ଲାପାଳଙ୍କ ନୂତନ ଚିନ୍ତାଧାରାରେ ଛାତ୍ରଛାତ୍ରୀମାନଙ୍କ ପାଇଁ ପ୍ରଥମଥର ଲାଗି ଏହିଭଳି ପରିଦର୍ଶନ ବ୍ୟବସ୍ଥା ହୋଇଥିବାବେଳେ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ମଧ୍ୟ ଏହି ପରିଦର୍ଶନକୁ ନେଇ ଉତ୍କଣ୍ଠା ଓ ଖୁସି ବ୍ୟକ୍ତ କରିଛନ୍ତି । 

୭ ଜଣ ରୋଗୀଙ୍କୁ ଉନ୍ନତ ଚିକିତ୍ସା ପାଇଁ   ପଠାଇଲା ଜିଲ୍ଲା ପ୍ରଶାସନ 

ବୌଦ୍ଧ,୦୧ା୬ : ବିଭିନ୍ନ ଜଟିଳ ରୋଗରେ  ପିଡିତ ଥିବା ୭ ଜଣ ରୋଗୀଙ୍କୁ ଜିଲ୍ଲା ପ୍ରଶାସନର ସହାୟତାରେ ଗୁରୁବାର ଦିନ ଉ ମ ଚିକିତ୍ସା ପାଇଁ କଟକ ପଠାଯାଇଛି । ସେଥିମଧ୍ୟରୁ ୬ ଜଣ ରୋଗୀଙ୍କୁ କଟକ ବଡ ମେଡିକାଲକୁ ପଠାଯାଇଥିବାବେଳେ ଜଣଙ୍କୁ ଆଚାର୍ଯ୍ୟ ହରିହର କ୍ୟାନସର ମେଡିକାଲକୁ ପଠାଯାଇଛି । ଆଗରୁ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ  ବିଭିନ୍ନ ସମୟରେ ରୋଗୀମାନଙ୍କୁ ଚିକିତ୍ସା ପାଇଁ ପଠାଯାଇଥିଲା । ରୋଗୀ ମାନଙ୍କୁ ୩ ଗୋଟି ସ୍ୱତନ୍ତ୍ର ଆମ୍ବୁଲାନସରେ ପଠାଯାଇଥିଲା । ଜିଲ୍ଲାପାଳ ସତ୍ୟରଂଜନ ସାହୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟରେ ପହି ରୋଗୀମାନଙ୍କ ସୁବିଧା ଅସୁବିଧା ବୁଝିବା ସହିତ ସମସ୍ତ ରୋଗୀଙ୍କୁ ପଠାଇବାର ବ୍ୟବସ୍ଥା କରାଇଥିଲେ । ରୋଗୀମାନେ ଉମ ଚିକିତ୍ସା ସେବା ପାଇ ସଂପୁର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିବାକୁ ଜିଲ୍ଲାପାଳ ଶ୍ରୀସାହୁ କାମନା କରିବା ସହିତ ରୋଗୀ ଓ ସେମାନଙ୍କ ସଂପର୍କିୟମାନଙ୍କ ମନୋବଳ ବୃଦ୍ଧି କରିଥିଲେ । ରୋଗୀମାନଙ୍କ ସହିତ ଟ୍ରେନିଙ୍ଗ ଅଫିସର ସୁମନ ରାଜା ମହାନ୍ତି,ଫାର୍ମାସିଷ୍ଟ ଭେଙ୍କଟ ପ୍ରଧାନ,ଜଗଦୀଶ ସାହୁ,ସୁଜିତ କୁମାର ପ୍ରଧାନ ପ୍ରମୁଖ ସହାୟତା ପାଇଁ ଯାଇଛନ୍ତି । ରୋଗୀମାନଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ଭାରତୀ ନନ୍ଦୀ,ନିଦ୍ରା ବେହେରା ଓ ଚୈତନ୍ୟ ଦୀପଙ୍କୁ ୫ ହଜାର ଟଙ୍କା ଏବଂ ପାର୍ବତୀ ରାଜହଂସଙ୍କୁ ୧୦ ହଜାର ଓ ପ୍ରଦୀପ ଜାନୀଙ୍କୁ ୭ ହଜାର ଟଙ୍କା ପ୍ରଦାନ କରାଯାଇଥିବାବେଳେ ଜିଲା ରେଡକ୍ରସ ପାଣ୍ଠିରୁ ବେଙ୍ଗ ନାଏକଙ୍କୁ ୮ ହଜାର ଓ ଶିବାନ୍ୟ ନାଏକଙ୍କୁ ୬ ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଥିଲା । ଚିକିତ୍ସା ପାଇଁ ପଠାଯାଇଥିବା ରୋଗୀମାନଙ୍କ ମଧ୍ୟରେ ୪ କିଡନୀ ରୋଗରେ ପିଡିତ ଥିôବାବେଳେ ୧ଜଣ ପ୍ଲାଷ୍ଟିକ ସର୍ଜରୀ, ୧ ଜଣ ଅପସ୍ମାର ଏବଂ ଜଣେ କ୍ୟାନସରରେ ପିଡିତ ଥିବା ଜଣାଯାଇଛି ।    ରୋଗୀମାନଙ୍କୁ ପଠାଯିବା ସମୟରେ  ଡା. ସୁଦର୍ଶନ ମେହେର,  ଡିପିଏମ ରୂପକ ମହାପାତ୍ର, ଜିଲ୍ଲା ଜରୁରୀ କାଳିନ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ହାସପିଟାଲ ମ୍ୟାନେଜର ସଚ୍ଚିଦାନନ୍ଦ ପାଢି, ଜିଲ୍ଲା ସୁଚନା ଲୋକସଂପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂ ଓ  କର୍ମଚାରୀ ସୁନିଲ କୁମାର ବେହେରା ଓ ସୋମେଶ ନାଏକ ପ୍ରମୁଖ ଉପସ୍ଥିତ ଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like