-+91-9937148622 |
prerana_bgr@rediffmail.com |
Saturday 19th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): - ଆଜି ଅଚାନକ ଭାବରେ ସୁବର୍ଣ୍ଣପୁର ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ପୂର୍ତ୍ତବିଭାଗ ପକ୍ଷରୁ ରାତିଅଧିଆ ହଂପ୍ସ୍ ନିର୍ମାଣ କରିବାଦ୍ୱ।ରା ଅନେକ ଛୋଟବଡ଼ ଦୁର୍ଘଟଣା ଘଟିବାର ଆଶଙ୍କା କରାଯାଇଛି।ରାଜପଥରେ ହମ୍ପ୍ସ ନିର୍ମାଣ ପାଇଁ କିଛି କଟକଣା ଥିବାବେଳେ ଏକ୍ଷେତ୍ରରେ ପୂର୍ତ୍ତବିଭାଗ ର ଅପରିପକ୍ୱତା ଓ ମନମାନି ଯୋଗୁଁ ଏଠାରେ ଅନେକ ଦୁର୍ଘଟଣା ର ଆଶଂକା ସୃଷ୍ଟି ହୋଇଛି।
ପ୍ରକାଶ ଯୋଗ୍ୟଯେ ଅନ୍ଧାରୁଆ ସ୍ଥାନରେ ବିନାକିଛି ସୂଚନା ବା ଧଳାରଂଗର ମାର୍କିଂନକରି ଏପରି ଗୁରୁତ୍ୱପୂର୍ଣ ଅଞ୍ଚଳରେ ହଂପସ୍ ନିର୍ମାଣ ଏହାଏକ ବିପଦ୍ ଜନକ ସ୍ଥିତି ସୃଷ୍ଟି କରିଛି ।ଏଣୁ ଏଦିଗରେ ଜିଲ୍ଲା ପାଳ ଦୃଷ୍ଟି ଦେବାକୁ ଜନସାଧାରଣ ରେ ଦାବି ହୋଇଛି।