-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ସମସ୍ତଙ୍କୁ ଭଲ ପାଅ ଓ ସମସ୍ତଙ୍କ ସେବା କର l ପୁଟ୍ଟପର୍ତ୍ତୀ ପ୍ରଶାନ୍ତି ରୁ ଯାତ୍ରା ଆରମ୍ଭ କରି ଓଡିଶାର ପ୍ରତ୍ୟେକ ଜ଼ିଲ୍ଲା ଓ ଗାଁ ଗାଁ ରେ ପହଂଚି ଶାନ୍ତି ଓ ପ୍ରେମର ବାର୍ତ୍ତାର ସଚେତନତା କରାଉଥିବା ଶ୍ରୀ ସତ୍ୟସାଇ ବାବାଙ୍କ ଏହି ଦିବ୍ୟ ପାଦୁକା ରଥ ଯାତ୍ରା ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ପହଞ୍ଚିଛି। ଏହି ବାର୍ତ୍ତା ନେଇ ସୁଦୁର ପ୍ରଶାନ୍ତିରୁ ବାହାରି ଥିବା ଏହି ପାଦୁକା ରଥଯାତ୍ରା ଜ଼ିଲ୍ଲା ରେ ଗତକାଲିଠୁ ସୋନପୁର ବ୍ଲକର ବିଭିନ୍ନ ଗାଁରେ ବୁଲିଥିବା ବେଳେ ଆଜି ସୋନପୁର ସହରର ମୁଖ୍ୟ ରାସ୍ତାରେ ଆସି ସବୁ ସାହି ପରିକ୍ରମl କରିଥିଲା l ଏହି ଯାତ୍ରା ସମୟରେ ବିଭିନ୍ନବାଜା, ଭଜନ କୀର୍ତ୍ତନ, ୧୧ ଜଣ ପଣ୍ଡିତଙ୍କ ଦ୍ୱାରା ବେଦମନ୍ତ୍ର ଉଚ୍ଚାରଣ ସହ ହଜାର ଭକ୍ତ ବାବାଙ୍କ ଦିବ୍ୟପାଦୁକା ଦର୍ଶନର ଦୃଶ୍ୟ ସହରରେ ଏକ ଆଧ୍ୟାତ୍ମିକ, ଭାବାବେଗ ପରିବେଶ ସୃଷ୍ଟି କରିଥିଲା l ଓଡିଶାରେ ୩ ମାସ ଯାଏ ଓ ସୁବର୍ଣ୍ଣପୁର ଜ଼ିଲ୍ଲାରେ ୧୪ଦିନ ଯାଏ ଯାତ୍ରା କରୁଥିବା ଏହି ପାଦୁକା ଯାତ୍ରା ବେଳେ ସବୁ ସ୍ଥାନରେ ଜଳଛତ୍ର, ଚକ୍ଷୁ ଚିକିତ୍ସା ଶିବିର, ପ୍ରାଣୀ ଚିକିତ୍ସା ଶିବିର ଓ ରକ୍ତ ଦାନ ଶିବିର ସମେତ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ର ବ୍ୟବସ୍ଥା ରହିଥିବା ପାଦୁକା ଯାତ୍ରା ଇନଚାର୍ଜ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକଙ୍କ ଠାରୁ ପ୍ରକାଶ ପାଇଛି l ସହର ପରିକ୍ରମl ପରେ ଶ୍ରୀ ସତ୍ୟସାଇ ସେବା ସମିତି ଠାରେ ଏହି ରଥ ପହଂଚିଥିଲା l ଏଠାରେ ମଧ୍ୟ ପ୍ରଭୁ କୃପା ଲାଭ, ପାଦୁକା ଦର୍ଶନ ଓ ପ୍ରସାଦ ସେବନ ପାଇଁ ଭକ୍ତଙ୍କ ଭିଡ଼ ଲାଗି ରହିଥିବା ଜଣାଯାଇଛି l ଶ୍ରୀ ସାଇ ସେବା ସମିତି ର ରାଜ୍ୟ ଉପ ସଭାପତି ପ୍ରତାପ ଚନ୍ଦ୍ର ମହାନ୍ତି, ସୋନପୁର ଶାଖା ସଭାପତି ଗୁଣନିଧି ପାତ୍ର, ଆବାହକ ସମୀର ରଞ୍ଜନ ବହିଦାର, ବରିଷ୍ଟ ସଭ୍ୟ ସୂର୍ଯ୍ୟ ନାରାୟଣ ମହାପାତ୍ର, ସୁଶ୍ରୀ ରେଣୁକା ମିଶ୍ର, ଟିକେଶ୍ବରୀ ମେହେର, ସୌରଭ ଖମାରୀ,
ଆରତୀ ଖମାରୀ ପ୍ରମୁଖଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଦିବ୍ୟ ପାଦୁକା ଯାତ୍ରାର ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଆଜି ଶ୍ରୀ ସତ୍ୟସାଇ ସେବା ସମିତି ପରିସରରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଯୋଗଦେଇ ବାବାଙ୍କର ଦିବ୍ୟପାଦୁକା ଦର୍ଶନ କରିବାସହ ଉପସ୍ଥିତ ଭକ୍ତବୃନ୍ଦଙ୍କୁ ବାବାଙ୍କର ଆଲୌକିକ ଦିବ୍ୟବାଣୀତଥା ନରନାରାୟଣଙ୍କ ସେବାହିଁ ଭଗବାନଙ୍କ ପ୍ରକୃତ ସେବାବୋଲି ଉଲ୍ଲିଖିତ କରି ଆମେ ସଦାବେଳେ ଆଚରଣକୁ ଭୂଲିବା ଉଚିତ ନୁହେଁ ବୋଲି ମତବ୍ୟକ୍ତ କରିଥିଲେ।