-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2023
ସମ୍ବଲପୁର, (ସଂଜୀବ ପାଣିଗ୍ରାହୀ )
ସମ୍ବଲପୁର ଜିଲ୍ଲା ପ୍ରଶାସନ ତରଫରୁ ଜୁନ ମାସରେ ହେବାକୁ ଥିବା ଜିଲ୍ଲାପାଳ ଏବଂ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ଶିବିର କାର୍ଯ୍ୟସୂଚୀ ପ୍ରକାଶ ପାଇଛି I ଜୁନ ମାସ ୫ ତାରିଖ ପ୍ରଥମ ସୋମବାର ଦିନ ଧନକଉଡା ବ୍ଲକ ଅଫିସ ଏବଂ ଦ୍ୱିତୀୟ ସୋମବାର ୧୨ ତାରିଖ ଦିନ କୁଚିଣ୍ଡା ବ୍ଲକ ଅଫିସ ଠାରେ ସକାଳ ୯ ଘଟିକା ଠାରୁ ଆରମ୍ଭ ହେବ I ସେହିପରି ତୃତୀୟ ସୋମବାର ୧୯ ତାରିଖ ଦିନ ଯୁଯୁମୁରା ବ୍ଲକ ଅଫିସ ଏବଂ ୨୬ ତାରିଖ ସୋମବାର ଦିନ ବ୍ଲକ ଅଫିସ ରେଢ଼ାଖୋଲ ଠାରେ ସକାଳ ୧୦ ଘଟିକା ଠାରୁ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହେବ I ଜନ ସାଧାରଣ ମାନେ ନିର୍ଦ୍ଧାରିତ ସମୟ ଓ ସ୍ଥାନରେ ଉପସ୍ଥିତ ରହି ନିଜ ନିଜର ଅଭିଯୋଗ ପତ୍ର ଦାଖଲ କରି ପାରିବେ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି I