-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2023
ଚିପିଲିମା,( ସଂଜୀବ ପାଣିଗ୍ରାହୀ )
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ କୃଷି ଏବଂ ଉଦ୍ୟାନ କୃଷି ମହାବିଦ୍ୟାଳୟର ବାର୍ଷିକ ଉତ୍ସବ "ଅଦ୍ ଭିତୀୟ ୨୦୨୩" ଉତ୍ସାହ ଉଦ୍ଧିପନା ମଧ୍ଯରେ ଅନୁଷ୍ଠିତ ହୋଇଯାଇଛି I ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ ମୁଖ୍ୟ ଅତିଥି, ଶ୍ରୀଯୁକ୍ତ ମାଧବ ଚନ୍ଦ୍ର ମିଶ୍ର (ଭା.ରା.ସେ.), ରାଜସ୍ବ ଶୁଳ୍କ ଆୟୁକ୍ତ, ଓଡ଼ିଶା ସମ୍ମାନନୀୟ ଅତିଥି ତଥା ପ୍ରୋ. ସଂଗ୍ରାମ କେଶରୀ ସ୍ୱାଇଁ, ଅଧ୍ୟକ୍ଷ (ଗବେଷଣା) ମୁଖ୍ୟବକ୍ତା ଭାବେ ପ୍ରଦୀପ ପ୍ରଜ୍ଵଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ। କଲେଜ୍ ଦ୍ବୟର ଅଧ୍ୟକ୍ଷ ପ୍ରଫେସର ଗୋକୁଳ ବିହାରୀ ଦାଶଙ୍କ ନେତୃତ୍ୱରେ ଓ ଛାତ୍ର ସଂଗଠନର ପରାମର୍ଶକ ଡଃ ଭାସ୍କର ଚନ୍ଦ୍ର ଦାସ ଏବଂ ଡଃ ବିଜୟ କୁମାର ସେଠୀଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମଟି ସୂଚାରୁ ରୂପେ ସମ୍ପାଦିତ ହୋଇଥିଲା। ଛାତ୍ର ସଂସଦର ସଭାପତି ରାକେଶ ରଂଜନ ସାହୁ ଏବଂ ଆୟୋଜକ ସଭାପତି ଶ୍ୱେତାଲିନା ସାହୁ ଉପସ୍ଥିତ ଥିଲେ। କୁଳପତି ମହୋଦୟ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀମାନଙ୍କୁ ସମୟର ଉଚିତ ଉପଯୋଗ କରିବା ସହ ପାଠପଢା ତଥା ଭଲ ମଣିଷ ହେବା ଦିଗରେ ପରାମର୍ଶ ଦେଇଥିଲେ। ସମ୍ମାନନୀୟ ଅତିଥି ମହୋଦୟ ନିଜକୁ ସମୟ ସହିତ ତାଳ ଦେଇ ସମ୍ପୂର୍ଣ୍ଣ ପୃଥିବୀକୁ ନିଜ ପରିବାର ବୋଲି ଭାବି ପ୍ରକୃତି ତଥା ଅନ୍ନଦାତା ମାନଙ୍କ ପାଇଁ କାମ କରିବାକୁ ପ୍ରୋତ୍ସାହନ ଦେଇଥିଲେ। ସେହିପରି ଅଧ୍ୟକ୍ଷ (ଗବେଷଣା) ବର୍ତ୍ତମାନ ଯୁଗରେ କୃଷି ଯନ୍ତ୍ରପାତିର ଉପଯୋଗିତା ତଥା ପ୍ରାକୃତିକ ବିପର୍ଯ୍ୟୟ ସହିଂଶୁ କୃଷି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ କଲେଜର ବାର୍ଷିକ ପତ୍ରିକା "ସୃଜନୀ" ଏବଂ ବ୍ୟବସାୟିକ ଉଦ୍ୟାନକୃଷି ଓ ଜିଆଖତ ବିଷୟବସ୍ତୁ ଉପରେ ସୂଚନା ପତ୍ରିକା ଉନ୍ମୋଚନ କରାଯାଇଥିଲା l ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଯିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନେ ବିଭିନ୍ନ ମନମୁଗ୍ଧକର ସାଂସ୍କୃତିକ କାର୍ଯକ୍ରମ ପରିବେଷଣ କରିଥିଲେ। ପ୍ରକାଶ ଥାଉକି କୁଳପତି ମହୋଦୟ ଏହି ଅବସରରେ ଏକ ୫୦୦- ସିଟ୍ ବିଶିଷ୍ଟ ପ୍ରେକ୍ଷାଗୃହର ଭିତ୍ତିପ୍ରସ୍ତର ଶିଳାନ୍ୟାସ କରିଥିଲେ।