-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2023
ମୁରିବାହାଲ: ବଲାଙ୍ଗୀର ଜ଼ିଲ୍ଲା ମୁରିବାହାଲ ବ୍ଲକ କୂଆପଥର ମାଡ଼ରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀଙ୍କୁ ସହାୟତା ମିଳିବ କି ନାହିଁ ଚିନ୍ତାରେ ଚାଷୀକୂଳ l ଏ ନେଇ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ପ୍ରକାଶ ଯେ ବ୍ଲକ ଅଂଚଳରେ ଗତ ମାର୍ଚ୍ଚ ମାସରେ ତା ୨୦.୩.୨୦୨୩ କୁଆପଥର ବର୍ଷା ହେଇଥିଲା ଯଦ୍ୱାରା ୫ଟି ପଂଚାୟତ ଅନ୍ତର୍ଗତ ୧୦ଟି ଗ୍ରାମର ୮୫ ଜଣ ଚାଷୀଙ୍କ ଜମିରେ ଲଗା ଯାଇଥିବା ତରଭୁଜ ସମ୍ପୂର୍ଣ ନଷ୍ଟ ହୋଇ ଯାଇଥିଳା ଏ ନେଇ ରାଜସ୍ବ ବିଭାଗ ପକ୍ଷରୁ ଡିଜାଷ୍ଟର ମ୍ୟାନେଜେମେଣ୍ଟଙ୍କୁ ଏହାର କ୍ଷୟକ୍ଷତି ରିପୋର୍ଟ ପ୍ରଦାନ କରା ଯାଇଛି | ହେଲେ ଆଜକୁ ୨ ମାସ ବିତି ଯାଇଥିଲେ ଵି କ୍ଷତିଗ୍ରସ୍ତ ଚାଷୀଙ୍କୁ ବର୍ତମାନ ସୁଦ୍ଧା କ୍ଷତିପୂରଣ ସହାୟତା ମିଳି ନାହିଁ। ଏ ସମ୍ପର୍କରେ ମୁରିବାହାଲ ଉଦ୍ୟାନ ବିଭାଗ ଏ ଏଚ୍ ଓ ମନବୋଧ ମାଝୀଙ୍କୁ ପଚାରିବାରୁ ତାଙ୍କ ପାଖରେ କିଛି ତଥ୍ୟ ନ ଥିବା ଏବଂ ଆର୍ ଆଇ ଙ୍କୁ ପଚାରି ବୁଝି ବାକୁ କହିଥିଲେ ପରେ ତହସିଲଦାର ସୋନାଲି ପାତ୍ରଙ୍କୁ ପଚାରିବାରୁ ତରଭୁଜ ଚାଷ ନଷ୍ଟ ହୋଇଥିବାର ରିପୋର୍ଟ ଡିଜାଷ୍ଟର ମ୍ୟାନେଜେମେଣ୍ଟକୁ ଦିଆ ଯାଇଛି। ସେଠାରୁ କୌଣସି ନିଦ୍ଦେଶ ଆସିନାହିଁ ଆସିଲେ କ୍ଷତିଗ୍ରସ୍ତ ଚାଷୀଙ୍କୁ ଆବଶ୍ୟକ ସହାୟତା ପ୍ରଦାନ କରାଯିବ ବୋଲି କହିଥିଲେ।