-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
01-Jun-2023
ଖପ୍ରାଖୋଲ (ପୁର୍ଣ୍ଣ ଶଶୀ ଶେଖର ରାଓ) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ଧଣ୍ଡାମୁଣ୍ଡା ପଞ୍ଚାୟତ ଶାନ୍ତିପୁର ଗାଁ ରେ ଜଣେ ଯୁବକ ବେକରେ ଶାଢ଼ୀ ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ସୂଚନା ଅନୁସାରେ ଶାନ୍ତିପୁର ଗାଁ ର ଗଣେଶ ସାହୁ ଙ୍କ ପୁଅ ଜ୍ୟୋତି ରଞ୍ଜନ ସାହୁ (୩୦) ଗତକାଲି ବିଳମ୍ବିତ ରାତିରେ ଘର ଉପରେ ଶୋଇବାକୁ ଯାଇଥିଲା ଓ ସକାଳୁ ଉଠିବା ରେ ବିଲମ୍ବ ହେବାରୁ ତାଙ୍କ ମୂକ ଭଉଣୀ ରୋଜାଲିନ ସାହୁ ଉଠାଇବା ପାଇଁ ଯାଇଥିଲେ ଓ ସେ ଦେଖିବାକୁ
ପାଇଥିଲେ ଯେ ପୂଜା ଘର ଲୁହା ରେଲିଂ ରେ ବେକରେ ଶାଢ଼ୀ ଲଗାଇ ଝୁଲୁଥିବା ବେଳେ ରୋଜା ବାପାମାଆଙ୍କୁ ଠରାନରା କରି ଜଣାଇଥିଲେ। ସମସ୍ତେ ଯାଇ ମୃତ ଦେହକୁ ଆଣି ବଞ୍ଚିତ ଅଛି କି ନାହିଁ ବୋଲି ତଦାରଖ କରିଥିବା ବେଳେ ସେ
ମୃତ୍ୟୁବରଣ କରିଥିବା ଜାଣିବାକୁ ପାଇଥିଲେ।ପରେ ଖପ୍ରାଖୋଲ ପୋଲିସ କୁ ଖବର ଦେଇଥିବା ବେଳେ ଖପ୍ରାଖୋଲ ପୋଲିସ ମୃତଦେହ ଆଣି ବ୍ୟବଛେଦ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ସୂଚନା ଦେଇଛନ୍ତି।