-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
30-May-2023
କଟକ (ପ୍ରେରଣା ଖବର ): ରାଷ୍ଟ୍ରୀୟ କବି ସଙ୍ଗମ ପକ୍ଷରୁ ଭୁବନେଶ୍ୱର ସ୍ଥିତ ତେରlପନ୍ଥ ଭବନ ଠାରେ ତୃତୀୟ ପ୍ରାନ୍ତୀୟ ଅଧିବେଶନ ଓ କବିସମ୍ମିଳନୀ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗଦୀଶ ମିତ୍ତଲ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ହୋଇଯାଇଛି।। ଏହି କବି ସମ୍ମିଳନୀ ରେ କଟକ ର କବି ମାନେ ଜିଲ୍ଲା ସଂଯୋଜିକl ଲେଖିକା ମୀରା ବେଉରା ଙ୍କ ନେତୃତ୍ୱରେ କବି ଡ଼ଃ ବୈଜୟନ୍ନ୍ତି ମାଲା ଶତପଥୀ, ପ୍ରଦୀପ ବେଉରିଆ, ମାଧୁରୀ ମହାନ୍ତି, ନମିତା ମହାନ୍ତି, ସଫଳl ଦାସ, ପୁଷ୍ପକାନ୍ତି ମହାନ୍ତି, କୁନଲତା ତ୍ରିପାଠୀ, ରାଜକିଶୋର ସ୍ୱାଇଁ, ଅପର୍ଣା ମିଶ୍ର, ମଧୁସ୍ମିତା ମିଶ୍ର, ଦେବସ୍ମିତା ଦାଶ, ରିୟା ଗୋୟଲ୍, ରୀତା ଝା, ସଚ୍ଚିଦାନନ୍ଦ କର ପ୍ରମୁଖ କବିତା ପାଠ କରି ରାଜ୍ୟ ସ୍ଥରରେ ସମ୍ବର୍ଦ୍ଧିତ ହୋଇଥିଲେ।। ପରବର୍ତ୍ତୀ ଅଧିବେଶନରେ ଓଡ଼ିଶା ରାଜଭବନ ଠାରେ ଆୟୋଜିତ ହୋଇଥିବା ଅଖିଳ ଭାରତୀୟ କବିସମ୍ମିଳନି ରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତ ର ବିଭିନ୍ନ ପ୍ରାନ୍ତରୁ ଆସିଥିବା କବି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ।। ରାଜ୍ଯ ମହମନ୍ତ୍ରି କବି ପୁଷ୍ପା ସିଂହି, ରାଜ୍ୟ ବିଶୋଇ, ପ୍ରନ୍ତ୍ନୀୟ ପ୍ରଭାରୀ ସାକ୍ଷୀ ଗୋପାଲ ପଣ୍ଡା, ଅନିତା ଭlବସୀଙ୍ଗା, ଜିଲ୍ଲା ମିଡିଆ ପ୍ରଭାରୀ ବ୍ୟଙ୍ଗ କବି ଲକ୍ଷ୍ମୀଛଡ଼ା, ସହ ସଂଯୋଜିକା ରିମଝିମ୍ ଝା, ପ୍ରମୁଖ ସମ୍ମିଳନୀରେ ।।ଯୋଗ ଦେଇ ପରିଚାଳନାରେ ସହଯୋଗ କରିଥିଲେ।। ରାଜ୍ୟ ମିଡ଼ିଆ ପ୍ରଭାରୀ ସବ୍ୟସାଚୀ ବିଷୋୟୀ ଧନ୍ୟବାଦ ଅର୍ପଣ କରିଥିଲେ ।। ଶେଷରେ ମହାମହିମ ରାଜ୍ୟପାଳ ଙ୍କ ସହ ରାଜଭବନ ଠାରେ ସମସ୍ତେ ରାତ୍ର ଭୋଜନ କରିଥଲେ