-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
30-May-2023
ରେଢ଼ାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ଅଞ୍ଚଳରୁ ବେଆଇନ କେନ୍ଦୁପତ୍ର ବୋଝେଇ ହୋଇ ଏକ ଟ୍ରକରେ ଚୋରାଚାଲାଣ ହେଉଥିଲା । ଏନେଇ ରେଢ଼ାଖୋଲ ବନବିଭାଗ ଖବର ପାଇ ଧରିବା ପାଇଁ ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ଟିମ୍ ଗଠନକରି ସୋମବାର ବିଳମ୍ବିତ ରାତିରେ ଧନୁପାଲି ଥାନା ମହାବୀର୍ ପଡ଼ାରୁ ଉକ୍ତ କେନ୍ଦୁପତ୍ର ବୋଝେଇ (ଓଆର ୧୫-ଏନ୍-୪୫୮୫ ) ନଂ ବିଶିଷ୍ଟ ଟ୍ରକ ୭୭ କ୍ୟୁଣ୍ଟାଲ କେନ୍ଦୁପତ୍ର ଜବତ କରିବା ସହ ଏହି ଚୋରାଚାଲାଣରେ ସଂପୃକ୍ତ ଥିବା ଦୁଇ ଚୋରା ଚାଲାଣ କାରିଙ୍କୁ ଗିରଫ କରାଯାଇଛି । ଗିରଫ ଦୁଇ ଚୋରା ଚାଲାଣ କାରି ହେଲେ ଚାରମାଳ ଥାନା ମୋଚିବାହାଲ ଗ୍ରାମର ଟଙ୍କଧର ନାଗ(୧୯) ଓ ଭୀମସେନ ଠେଲା (୨୫) । ଏହି ଦୁଇ ଚୋରା ଚାଲାଣ କାରି ମାନେ ରେଢ଼ାଖୋଲ ଅଞ୍ଚଳର ଗାଁ ଗୁଡ଼ିକରୁ ବେଆଇନ ଭାବେ କେନ୍ଦୁପତ୍ର ସଂଗ୍ରହ କରି ବିଭିନ୍ନ ସମୟରେ ବାହାର ରାଜ୍ୟକୁ ଚାଲାଣ କରୁଥିଲେ ।ଆଜି ବନ ବିଭାଗ ପକ୍ଷରୁ ଗିରଫ କରାଯାଇଛି । ଏହି ଚଢାଉରେ ରେଢ଼ାଖୋଲ ବନବିଭାଗର ଏସିଏଫ ଦେବିପ୍ରସାଦ ରାଉତ ଙ୍କ ନେତୃତ୍ବରେ ବଡ଼ମାଳ ଓ ସମ୍ବଲପୁର ଟାଉନ୍ ରେଞ୍ଜର ବନ କର୍ମଚାରୀ ମାନେ ସାମିଲ୍ ଥିବା ରେଢ଼ାଖୋଲ ବନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।