-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
30-May-2023
ବଲାଙ୍ଗିର(ଦେବାଶିଷ ବହିଦାର ): ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ଲଲାଟେନ୍ଦୁ ଜେନାଙ୍କ ନିର୍ଦ୍ଦେଶ କ୍ରମେ ଦିବ୍ୟାଙ୍ଗ ମାନଙ୍କର ସମସ୍ୟାର ତ୍ଵରିତ ସମାଧାନ ନିମନ୍ତେ ମଇ ମାସ ୨୨ ତାରିଖ ଠାରୁ ୨୯ ତାରିଖ ପର୍ଯ୍ୟନ୍ତ ସପ୍ତାହବ୍ୟାପୀ ଚାଲିଥିବା ସ୍ଵତନ୍ତ୍ର ଘରକୁ ଘର ଅଭିଯାନର ଉଦଯାପନୀ ଦିବସ ଉପଲକ୍ଷେ ସ୍ଵତନ୍ତ୍ର ଆଇନ ସଚେତନତା ଶିବିର ପୁଇଁତଲା ବ୍ଲକ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ତଥା ଜିଲ୍ଲା ଦୌରାଜଜ ଶ୍ରୀ ଜେନା ସଚେତନତା ଶିବିରକୁ ଉଦଘାଟନ କରିବା ସହ ସମସ୍ତ ଦିବ୍ୟାଙ୍ଗ ମାନଙ୍କ ପାଇଁ ପ୍ରାଧିକରଣ ଦ୍ଵାରା ପ୍ରଚଳିତ ସମସ୍ତ ମାଗଣା ଆଇନ ସେବା ଗୁଡିକ ସମ୍ପର୍କରେ ସବିଶେଷ ଆଲୋଚନା କରିଥିଲେ । ଦିବ୍ୟାଙ୍ଗ ମାନଙ୍କୁ ପ୍ରଶାସନ ତରଫରୁ କିପରି ତ୍ଵରିତ ସହାୟତା ମିଳିପାରିବ ସେ ସମ୍ପର୍କରେ ଉପସ୍ଥିତ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ବିଚାରବିମର୍ଶ କରିଥିଲେ । ଏହି ସ୍ଵତନ୍ତ୍ର ଅଭିଯାନ ସମୟରେ ସହାୟତା ପ୍ରଦାନ କରିଥିବା ବଲାଙ୍ଗିର ଜିଲ୍ଲା ପ୍ରଶାସନ, ପ୍ରାଧିକରଣର ପାରା ଲିଗାଲ ସ୍ଵେଚ୍ଚାସେବୀ ଏବଂ ପ୍ୟାନେଲ ଓକିଲ ମାନଙ୍କୁ ଏହି ଅବସରରେ ସେ ଧନ୍ୟବାଦ ଅର୍ପଣ କରିଥିଲେ । ସଚେତନତା ଶିବିରରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର ଧରୁଆ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କୁ ଆବଶ୍ୟକୀୟ ସହଯୋଗ ଓ ସହାୟତା ପ୍ରଦାନ ନିମନ୍ତେ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ପ୍ରକାଶ କରିଥିଲେ । ଶିବିରରେ ଆଇ.ପି.ଏସ. ପ୍ରୋବେସନର କୁଳଦୀପ ମୀନା ,ପୁଇଁତଲା ବ୍ଲକ ର ଭାରପ୍ରାପ୍ତ ବିଡିଓ ଉପେନ୍ଦ୍ରନାଥ ମାଝୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ କଳ୍ପନା ପଣ୍ଡା ପ୍ରମୁଖ ଯୋଗଦେଇଥିଲେ । ବଲାଙ୍ଗିର ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ବିନୟ କୁମାର ପାତ୍ର ସଚେତନତା ଶିବିରକୁ ପରିଚାଳନା କରିଥିଲେ । ଶିବିରରେ ୧୧ ଜଣ ଦିବ୍ୟାଙ୍ଗ ହିତାଧିକାରୀଙ୍କୁ ଟ୍ରାଇ ସାଇକେଲ ପ୍ରଦାନ କରାଯାଇଥିଲା ।