-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
30-May-2023
ଲୋଇସିଂହା/ଆଗଲପୁର, (ବିନୋଦ କୁମାର ଦୀପ) ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ କୁଟାସିଂହା ଗ୍ରାମର କିଛି ଲୋକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗ୍ରାମର କିଛିଦୂର ଏକ ନିଛାଟିଆ ଘର ଭିତରୁ ବିପୁଳ ପରିମାଣର ମହୁଲ ପୋଚ ସହ କିଛି ଇଲେକ୍ଟ୍ରି ତାର ଓ ପାଣିପାଇପ ଜବତ କରିଛନ୍ତି l ଗ୍ରାମବାସୀ ଚଢ଼ାଉ ସମୟରେ ଗ୍ରାମର ପ୍ରକାଶ ବେହେରା, ଲକ୍ସମନ ପାତ୍ର, ଭୀମ ମେହେର, ନେହରୁ ପାତ୍ର ଉପସ୍ଥିତ ରହି ସଂଗେ ସଂଗେ ଗ୍ରାମବାସୀ ଙ୍କୁ ଖବର ଦେଇଥିଲେ l ଖବର ପାଇ ଗ୍ରାମର ସରପଞ୍ଚ, ସମିତି ସଭ୍ୟ, ଗ୍ରାମ୍ୟ କମିଟି ଓ ଗ୍ରାମର ଶତାଧିକ ଲୋକ ଉକ୍ତ ସ୍ଥାନକୁ ପହଂଚି ଘର ଭିତରେ ବିପୁଳ ପରିମାଣର ମହୁଲ ପୋଚ ଦେଖିବାକୁ ପାଇଥିଲେ l ଏହାପରେ ସାଲେଭଟା ଫାଣ୍ଡି ଓ ଲୋଇସିଂହା ଥାନାକୁ ଖବର ଦେଇଥିଲେ l ଖବର ପାଇ ସାଲେଭଟା ଫାଣ୍ଡି ଅଧିକାରୀ ରବୀନ୍ଦ୍ର କୁମ୍ଭାର ଓ ଲୋଇସିଂହା ଥାନାରୁ ଏକ ପୋଲିସ ଟିମ ଘଟଣା ସ୍ଥଳକୁ ପହଂଚିଥିଲେ l
ସତ କୁ ସତ ଉକ୍ତ ସ୍ଥାନରେ ବିପୁଳ ପରିମାଣରେ ମହୁଲ ପୋଚ ଓ କିଛି ଇଲେକ୍ଟ୍ରି ତାର ଓ ପାଣିପାଇପ ଘର ଭିତରେ ରଖା ହୋଇଥିବା ସହ ଏହି ଘରକୁ ଚୋରା ବିଦ୍ୟୁତ ସଂଯୋଗ ହୋଇଥିବା ଦେଖିବାକୁ ପାଇଥିଲେ l ସଂଗେ ସଂଗେ ବିଦ୍ୟୁତ ବିଭାଗ କୁ ଜଣାଇବା ପରେ ବିଦ୍ୟୁତ ବିଭାଗ କର୍ମଚାରୀ ପହଂଚିଥିଲେ l ଜୀଏବି ଏହି ଚୋରା ବିତ୍ୟୁତ କାରବାର ରେ ସମ୍ପୃକ୍ତ ଅଛନ୍ତି ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଯନ୍ତ୍ରୀ ପ୍ରକାଶ କରିଛନ୍ତି l ଯୋଉ ଘରେ ଏସବୁ ମିଳିଲା ଘର ମାଲିକ ଙ୍କ ନାମ ପରମେଶ୍ୱର ସୁନା, ତାଙ୍କ ଦୁଇ ପୁତ୍ର କୁଞ୍ଜବିହାରୀ ସୁନା ଓ ବ୍ରଜ ସୁନା ଯାହାକୁ ପୋଲିସ ବର୍ତ୍ତମାନ ଅଟକ ରଖିଛି l ଗ୍ରାମବାସୀ ଙ୍କ କହିବାନୁଯାୟୀ ପାଖାପାଖି ୬ କୁଇଣ୍ଟାଲ ରୁ ଅଧିକ ମହୁଲ ପୋଚ ହେବବୋଲି ପ୍ରକାଶ କରିଛନ୍ତି l ଏସବୁଥିର ମାଷ୍ଟର ମାଇଣ୍ଡ କୁଟାସିଂହା ଗ୍ରାମର ସୁବାଷ ଭୁଏ, ପିତା. ରୋହିତ ଭୁଏ ବୋଲି ଗ୍ରାମବାସୀ ସୂଚନା ଦେଇଛନ୍ତି l ମାତା ଉରକୁଲି ଭୁଏ ଯିଏକି କୁଟାସିଂହା ପଂଚାୟତ ର ନାଏବ ସରପଞ୍ଚ ଅଛନ୍ତି l ଏସବୁ ସମସ୍ତ ବିଷୟରେ ଗ୍ରାମବାସୀ ଙ୍କ ଠାରୁ ପ୍ରତିକ୍ରିୟା ନେଇଛୁ l ପୋଲିସ ଓ ଅବକାରୀ ବିଭାଗ ର ପ୍ରତିକ୍ରିୟା ନେବାକୁ ଚେଷ୍ଟା କଲୁ ହେଲେ ପ୍ରତିକ୍ରିୟା ଦେବାକୁ ସେମାନେ ମନାକଲେ l