-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
30-May-2023
ମୁରିବାହାଲ(ସୁଦାମ ଚରଣ ବଘାର): ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଗଁରେଇ ପଂଚାୟତ କଟାଡୁନ୍ଗରି ଗ୍ରାମର ଖୁସିରାମ ବାଗ ନାମକ ଜଣେ ଯୁବକ ଅନ୍ଯ ଜଣେ ଚାଷୀଙ୍କ ଜମିରେ ପଧାନମନ୍ତ୍ରୀ ଫସଲ ବୀମା କରି ଜେଲ୍ ଯାଇଛନ୍ତି। କଟାଡୁଙ୍ଗୁରି ଗ୍ରାମର ଚାଷୀ ହେମନ୍ତ ବାଗ ମୁରିବାହାଲ ଥାନା ରେ ଦେଇଥିବା ଏତଲା ଅନୁସାରେ ତାଙ୍କ ପିତା ବେଣୁଧର ବାଗ ଙ୍କ ନାମରେ ଗଁରେଇ ମୌଜାରେ ଥିବା ଜମି ଯାହାର ଖାତା ନଂ ୬,ପ୍ଲଟ ନଂ ୨୪୧, ୨୪୫, ୨୫୮ ରେ୨୦୨୨-୨୩ ବର୍ଷରେ ଅଭିଯୁକ୍ତ ଖୁସିରାମ ବାଗ ଗ୍ରାମର ଲାଲୁ ବାଗଙ୍କ ନାମରେ ବୀମା କରିଦେଇଥିଲେ। ଏ ସଂପର୍କରେ ହେମନ୍ତ ଗ୍ରାମର ଲାଳୁଙ୍କୁ ପଚାରିବାରୁ ଲାଳୁ କିଛି ଜାଣି ନ ଥିବା ପ୍ରକାଶ କରି ଥିଲେ। ଚାଷୀ ହେମନ୍ତ ଏନେଇ ଖୁସିରାମ ବିରୋଧରେ ମୁରିବାହାଲ ଥାନାରେ ଏତଲା ଦେଇଥିଲେ। ପୁଲିସ ଥାନା କେସ ନଂ ୮୮/୨୩ ରେ ଅଭିୟୁକ୍ତକୁ ଗିରଫ କରି ସୋମବାର କୋର୍ଟ ଚାଳାଣ କରିଥିଲେ। କୋର୍ଟରେ ଜାମିନ ନାମଞ୍ଜୁର ହୋଇଥିବା ଜଣାଯାଏ।