-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
29-May-2023
ବଲାଙ୍ଗିର(ପ୍ରେରଣା ଖବର)ବଲାଙ୍ଗିର ଇନ୍ଦିରାନଗର ସ୍ଥିତ ଶ୍ରୀ ଶବରୀ ନାରାୟଣ ମନ୍ଦିର ପରିସରରେ ସ୍ୱଚ୍ଛ ଭାରତ କାର୍ୟ୍ୟକ୍ରମ ରେ ସର୍ବ ଭାରତୀୟ କେନ୍ଦ୍ର କର୍ମଚାରୀ ପେନସନର୍ ଏସୋସିଏସନ ବଲାଙ୍ଗିର ଶାଖା ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ୟ୍ୟକ୍ରମରେ ସଂଘର ସଂପାଦକ ବୃଷଭ ସା, କୋଷାଧ୍ୟକ୍ଷ ରାହାସ ବିହାରୀ ଭୋଇ, ସହ-କୋଷାଧ୍ୟକ୍ଷ ରମାକାନ୍ତ ପାଣିଗ୍ରାହୀ ଏବଂ ଅନ୍ୟାନ୍ୟ ସଭ୍ୟ ମଧୁ ମିର୍ଦ୍ଧା, ପ୍ରହଲ୍ଲାଦ ଯୋଷୀ, ଲକ୍ଷ୍ମୀନ୍ଦ୍ର ପୁଟେଲ, ଯଜ୍ଞକର ବାରିକ, ଜନ୍ମେଜୟ ହୋତା ପ୍ରମୁଖ କର୍ମକର୍ତ୍ତା ଯୋଗ ଦେଇଥିଲେ । କାର୍ୟ୍ୟକ୍ରମ ଶେଷରେ ପରିବେଶ ସୁରକ୍ଷା, ଜଳବାୟୁ ପରିବର୍ତ୍ତନ, ବୃକ୍ଷ ରୋପଣ ଇତ୍ୟାଦି ଉପରେ ଆଲୋଚନା କରାଯାଇଥିଲା ।