-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
29-May-2023
ବଲାଙ୍ଗିର(ଦେବାଶିଷ ବହିଦାର ): ଓଡ଼ିଶା ମିଲେଟ୍ ମିଶନ୍ ତଥା ଜିଲ୍ଲା କ୍ରୀଡ଼ା ବିଭାଗର ମିଳିତ ଆନୁକୁଲ୍ୟରେ ଆନ୍ତର୍ଜାତିକ ମିଲେଟ୍ ବର୍ଷ ୨୦୨୩ ପାଳନ ଅବସରରେ ଆଜି ସ୍ଥାନୀୟ ଆର୍. ଏନ. ସିଂହଦେଓ ସ୍ପୋର୍ଟସ କମ୍ପ୍ଲେକ୍ସ ଠାରେ ଏକ ସନ୍ତରଣ ଓ ଯୋଗାସନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସର୍ବମୋଟ୍ ୭୫ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଲମ୍ବୋଦର
ଧରୁଆ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କୃତି ଖେଳାଳି ମାନଙ୍କୁ ପୁରସ୍କୃତ କରିଥିଲେ। ଓଡ଼ିଶା ମିଲେଟ୍ ମିଶନ୍ ର ପ୍ରକଳ୍ପ ଅଧିକାରୀ ସୁନନ୍ଦା ସାହୁ ଯୋଗ ଦେଇ ମାଣ୍ଡିଆ ଜାତୀୟ ଖାଦ୍ୟ ସ୍ୱାସ୍ଥ୍ୟକର ଓ ପୁଷ୍ଟିକର ହୋଇ ଥିବାରୁ ଖେଳାଳିଙ୍କ ସମେତ ସମସ୍ତଙ୍କ ପାଇଁ ଏହା ବେଶ୍ ଉପଯୋଗୀ ବୋଲି ଦର୍ଶାଇଥିଲେ। ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ ପରାଶର ବାଗ ଯୋଗ ଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ।
ଏଥିରେ ମିଲେଟ୍ ମିଶନ୍ ର ଜିଲ୍ଲା ସଂଯୋଜକ ଯଶୋବନ୍ତ ନାଏକ ଉପସ୍ଥିତ ରହି କାର୍ଯ୍ୟକ୍ରମ ସୁପରିଚାଳନା କରିଥିଲେ। ସ୍ଥାନୀୟ କଲେଜଛକ ସ୍ଥିତ ଆମର୍ ମିଲେଟ୍ ର ତ୍ରିରଙ୍ଗା ସ୍ଵୟଂ ସହାୟକ ଗୋଷ୍ଠୀ ର ସହାୟତାରେ ପ୍ରତିଯୋଗୀ ମାନଙ୍କୁ ମିଲେଟ୍ ଟିଫିନ୍ ବଣ୍ଟନ କରାଯାଇଥିଲା ଅତିରିକ୍ତ ଜିଲ୍ଲା ସଂଯୋଜକ ଜ୍ୟୋତି ରଞ୍ଜନ ସାମଲ ଓ ସମିଧା ଅଗ୍ରୱାଲ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।