-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
29-May-2023
ବଲାଙ୍ଗୀର(ପ୍ରେରଣା ଖବର))ଆଜି ବଲାଙ୍ଗୀର ପୌରପାଳିକାରେ ନୂତନନିର୍ବାହୀଅଧିକାରୀ ଭାବରେ ବିଶ୍ୱମ୍ବର ମିଶ୍ର ଯୋଗଦେଇଛନ୍ତି । ପ୍ରଥମେ ବଲାଙ୍ଗୀର ଜିଲ୍ଲାପାଳଙ୍କ ପାଖରେ ଯୋଗଦେଇ ପରେ ଏଠାରେ ଦାୟୀତ୍ୱରେ ଥିବା ନିର୍ବାହୀଅଧିକାରୀ ତଥା ବଲାଙ୍ଗୀର ତହସିଲଦାର ଡ.ପୁଷ୍ପାଞ୍ଜଳି ପଣ୍ଡାଙ୍କଠାରୁ ସେ ଦାୟୀତ୍ୱ ନେଇଛନ୍ତି । ଏହା ପୂର୍ବରୁ ସେ ଭବାନୀପାଟଣା ପୌରପାଳିକା ଓ ଜୁନାଗଡ ଏନଏସିରେ ନିର୍ବାହୀଅଧିକାରୀ ରହିଥିଲେ । ବଲାଙ୍ଗୀର ପୌରପାଳିକାରେ ଗତ କିଛିମାସ ହେଲା ପୌରାଧ୍ୟକ୍ଷା ଓ ନିର୍ବାହୀଅଧିକାରୀଙ୍କ ମଧ୍ୟରେ ସମନ୍ୱୟ ଅଭାବରୁ ଅଚଳାବସ୍ଥା ସୃଷ୍ଟି ହୋଇଥିଲା । ଗତ ୨୦୨୨ରେ ସାମ୍ମି ଜୟଶ୍ରୀ ରେଡ୍ଡୀ ଯୋଗଦେବା ପରେ କାଉନସିଲରଙ୍କ ସହିତ ତାଙ୍କର ଠିକରେ ପଟୁନଥିଲା । ଫଳରେ ଅନେକ କାମରେ ଅସୁବିଧା ହେଉଥିଲା । ପୌରପାଳିକାର ଅଧ୍ୟକ୍ଷା ଲିକା ସାହୁ ଓ ଅନ୍ୟାନ୍ୟ କାଉନସିଲରମାନେ ନିର୍ବାହୀଅଧିକାରୀ ସାମ୍ମି ଜୟଶ୍ରୀ ରେଡ୍ଡୀଙ୍କ ବଦଳି ପାଇଁ ସହରାଞ୍ଚଳ ବିକାଶ ମନ୍ତ୍ରୀଙ୍କ ପାଖରେ ଦାବି କରିଥିଲେ । ଫଲରେ ବିଭାଗ ଶ୍ରୀମତୀ ରେଡ୍ଡୀଙ୍କୁ ସମ୍ବଲପୁର ମହାନଗରନୀଗମକୁ ବଦଳି କରିଥିଲେ । ତାଙ୍କ ସ୍ଥାନରେ ୭ଦିନ ପାଇଁ ବଲାଙ୍ଗୀର ତହସିଲଦାର ଡ.ପୁଷ୍ପାଞ୍ଜଳି ପଣ୍ଡା ଦାୟୀତ୍ୱରେ ରହିଥିଲେ । ତଜସିଲଦାରଙ୍କୁ ପୌରପାଳିକା ଦାୟୀତ୍ୱ ଦିଆଯାଇଥିବାରୁ ଉଭୟ ଦାୟୀତ୍ୱ କିଭଲି ତୁଲାଇବେ ବୋଲି ଲୋକଙ୍କ ମଧ୍ୟରେ ଚିନ୍ତା ବଢିଯାଇଥିଲା । ଊଭୟ ପଦବୀରେ ସିଧାସଳଖ ଲୋକସମ୍ପର୍କ ଓ ୱାର୍କଲୋଡ ରହିଛି । ସେହି ଦୃଷ୍ଟିରୁ ଅସୁବିଧା ହେବାର ଆଶଂକା ରହିଥିଲା । ଏବେ ଶ୍ରୀ ମିଶ୍ରଙ୍କ ଯୋଗଦାନ ପରେ ସେହି ଆଶଂକା ଦୂର ହୋଇଛି । ନିୟମିତ ପୌରନିର୍ବାହୀଅଧିକାରୀ ଆସିଥିବାରୁ ଲୋକଙ୍କ ସମସ୍ୟାଗୁଡିକ ସହିତ ବିକାଶମୂଳକ କାମଗୁଡିକ ଅଅଗେଇ ପାରିବ ବୋଲି ଆଶା କରାଯାଉଛି । ଆଜି ସେ ଯୋଗଦେବାପରେ ପୌରାଧ୍ୟକ୍ଷା,କାଉନସିଲରଗଣ ଓ କର୍ମଚାରୀମାନେ ତାଙ୍କୁ ସ୍ୱାଗତ କରିଛନ୍ତି । ଲୋକଙ୍କ ସମସ୍ୟାଗୁଡିକ ସମାଧାନ କରିବା ଓ ସରକାରଙ୍କ ଯୋଜନାଗୁଡିକ ସଫଳ କରାଇବାକୁ ଉଦ୍ୟମ କରିବେ ବୋଲି ତାଙ୍କ ପ୍ରତିକ୍ରୀୟାରେ ନିର୍ବାହୀଅଧିକାରୀ ଶ୍ରୀ ମିଶ୍ର କହିଛନ୍ତି ।