-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
29-May-2023
ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ରକ୍ତଦାନ କ୍ଷେତ୍ରରେ ସର୍ବଦା ଅଗ୍ରଣୀ ଭୂମିକା ନେଇ ଆସୁଥିବା ସୁବର୍ଣ୍ଣପୁରର ପୋଲିସ ହାବିଲଦାର ମନୋଜ ପଣ୍ଡା ଙ୍କୁ ଭୁବନେଶ୍ୱର ପୋଲିସ ସେବା ଭବନ ଠାରେ ରକ୍ତ ବନ୍ଧୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରେ ଓଡିଶା ପୋଲିସ ମହା ନିର୍ଦ୍ଧେଶକ ଦ୍ୱାରା ସମ୍ବର୍ଦ୍ଧନା ଦିଆ ଯାଇଥିବାରୁ ଶ୍ରୀ ପଣ୍ଡାଙ୍କୁ ସୁବର୍ଣ୍ଣପୁର ଜ଼ିଲ୍ଲା ପୋଲିସ ତଥା ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି l ଗତକାଲି ସୁବର୍ଣ୍ଣପୁର ସର୍କିଟ ହାଉସ ଠାରେ ଓଡିଶା ସାମ୍ବାଦିକ ସଂଘ ଓ ସ୍ୱଚ୍ଛ ଭାରତ ସଂଗଠନ ପକ୍ଷରୁ ଏହି ଅବସରରେ ପୋଲିସ ହାବିଲଦାର ତଥା ରକ୍ତଦାତା ସଂଘ ର ଉଦ୍ୟୋକ୍ତl ମନୋଜ ପଣ୍ଡା ଙ୍କୁ ସ୍ୱାଗତ ଓ କୃତଜ୍ଞତା ଜ୍ଞାପନ କରାଯାଇଛି l ଭାରତୀୟ ସାମ୍ବାଦିକ ସଂଘ (ଆଇ ଜେ ୟୁ) ର ଜାତୀୟ ସମ୍ପାଦକ ତଥା ଓଡିଶା ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶଶିଭୂଷଣ ପ୍ରହରାଜ ମୁଖ୍ୟ ଅତିଥି ଏବଂ ସଂଘର ରାଜ୍ୟ ଉପ ସଭାପତି ରମଣି ରଞ୍ଜନ ଦାଶ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶ୍ରୀ ପଣ୍ଡାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରି ଉତ୍ସାହିତ କରିଥିଲେ l ଏବଂ ଶ୍ରୀ ପଣ୍ଡାଙ୍କ ଉତ୍ସର୍ଗୀକୃତ ସେବା ଓ ଏଭଳି ପ୍ରତିଭା ହିଁ ଆଗାମୀ ଯୁବପିଢ଼ି ଙ୍କୁ ରକ୍ତଦାନ କ୍ଷେତ୍ରରେ ଉତ୍ସାହିତ କରିବ ବୋଲି ମତ ରଖି ଶ୍ରୀ ପଣ୍ଡା ସୁବର୍ଣ୍ଣପୁରର ଗୌରବ ବୋଲି କହି ଦୀର୍ଘ ଜୀବନ ଓ ସଫଳତା କାମନା କରିଥିଲେ l ସଭା ପ୍ରାରମ୍ଭରେ ଉଭୟ ଅତିଥି ଙ୍କୁ ସଂଘ ପକ୍ଷ ରୁ ଉପ ଢୌକନ ଦେଇ ସ୍ୱାଗତ କରାଯାଇଥିଲା l ସଚ୍ଛ ଭାରତ ସଂଗଠନ ପକ୍ଷରୁ ମଧ୍ୟ ଗତ କାଲି ଉଦ୍ୟୋକ୍ତl ସୟଦ ଅଲିମୁଲ ଇସଲାମ, ଇନ୍ଦୁମତୀ ପୁରୋହିତଙ୍କ ସମେତ ସମସ୍ତ ସଭ୍ୟଙ୍କ ଉପସ୍ଥିତିରେ ଶ୍ରୀ ପଣ୍ଡା ଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା l ଓଡିଶା ସାମ୍ବାଦିକ ସଂଗଠନ ର ରାଜ୍ୟ ସମ୍ପାଦକ ରାଜ କିଶୋର ତ୍ରିପାଠୀ, ସୁବର୍ଣ୍ଣପୁର ଜ଼ିଲ୍ଲା ଶାଖାର ଉପଦେଷ୍ଟା ଦିଲ୍ଲୀପ ପାତ୍ର, ସଭାପତି ମନୋରଞ୍ଜନ ତ୍ରିପାଠୀ, ସମ୍ପାଦକ ମହାଦେବ ମଲ୍ଲିକ, ଭାସ୍କର ବାବୁ ଶ୍ରଦ୍ଧାକର ଦାଶ ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିବା ବେଳେ ଜ଼ିଲ୍ଲାର ବୟୋଜ୍ୟଷ୍ଠ ସାମ୍ବାଦିକ ବିନୟ ରଞ୍ଜନ ପ୍ରଧାନଙ୍କୁ ଅତିଥି ଶ୍ରୀ ପ୍ରହରାଜ ଓ ଶ୍ରୀ ଦାଶ ଙ୍କ ଦ୍ୱାରା ମାସିକ ପେନସନ ପ୍ରଦାନ କରଯାଇଥିଲା l ଶ୍ରୀ ପ୍ରଧାନ ଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବା ସହିତ ସର୍ବଦା ଧ୍ୟାନ ରଖିବାକୁ ଜ଼ିଲ୍ଲା କର୍ମକର୍ତ୍ତାଙ୍କୁ ପରାମର୍ଶ କରି ପରେ ସଂଘର ସଂlଗଠନିକ ଉପରେ ଶ୍ରୀ ପ୍ରହରାଜ ଆଲୋଚନା କରିଥିଲେ l