-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
29-May-2023
ମୁରିବାହାଲ(ସୁଦାମ ଚରଣ ବଘାର): ମୁରିବାହାଲ ବ୍ଲକ ଗୁଡିଘାଟ ପଂଚାୟତ ପକ୍ଷରୁ ପଂଚାୟତ ପରିସରରେ ଅମ୍ରୁତ଼ଧାରା ପ୍ରକଳ୍ପ ଉଦ୍ଘାଟିତ ହୋଇଯାଇଛି। ସେହିପରି ସ୍ଥନୀୟ ଖଜୁର ମୁଣ୍ଡାରେ ଅମ୍ରୁତ଼ ସରୋବର କାର୍ଯ୍ୟର ଭୂମିପୂଜା ମଧ୍ଯ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଗୁଡିଘାଟ ସରପଂଚ ରଶ୍ମିତା ବାଗ ମୁଖ୍ଯ ଅତିଥି, ସମିତି ସଭ୍ଯା ପୁଣ୍ଯ ହରପାଲ, ନାଏବ ସରପଂଚ ଜ୍ଯାେସ୍ନା ମାଝୀ, ପଂଚାୟତ ନିର୍ବାହୀ ଅଧିକାରୀ ପ୍ରକାଶ ପନିକା ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଅମ୍ରୁତ଼ଧାରା ପ୍ରକଳ୍ପକୁ ଉଦ୍ଘାଟନ କରିଥିବା ବେଳେ ଖଜୁରମୁଣ୍ଡାରେ ଅମ୍ରୁତ଼ ସରୋବରର ଭୂମିପୂଜା କରି ଥିଲେ। ଏହି କାର୍ଯ୍ୟକ୍ରମରେ ୱାର୍ଡ ସଭ୍ଯ/ ସଭ୍ଯା ଧନମତି ବାଗ, ପଦ୍ମା ଭୋଇ, ଗୌରୀ ମାଝୀ, ସୁଭକାନ୍ତି ମାଝୀ, ସଂଯୁକ୍ତା ବାଗ, କ୍ରୁତିବାସ ସିଂ ମାଝୀ, ଧନେଶ୍ବର ଭୋଇ, ଉମାକାନ୍ତ ଛୁରା, ରୁମାନ ବାଗ, ଟିକୁନୁ ପଧାନ, ଗିରିଧାରି ମହାନନ୍ଦଙ୍କ ସମେତ ବହୁ ଜନସାଧାରଣ କାର୍ଯ୍ୟକ୍ରମରେ ସାମିଲ ଥିଲେ।