-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
29-May-2023
ପାଟଣାଗଡ (ଦିଲୀପ କୁମାର ପଣ୍ଡା ): .ଗତକାଲି ପାଟଣାଗଡ଼ ବିଧାୟକ ସରୋଜ ମେହେର ଖପ୍ରାଖୋଲ ଏବଂ ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ପଡ଼ିଆବାହାଲ ଏବଂ ଲରମ୍ଭା ପଞ୍ଚାୟତର ବିଜେଡି ସକ୍ରିୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ l ଏହା ସହିତ ବିଧାୟକ ଶ୍ରୀ ମେହେର ଲରମ୍ଭା ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ର
ଶୁଭ ଉଦ୍ଘାଟନ କରିଥିଲେ l ଶ୍ରୀ ମେହେର ପାଟଣାଗଡ ବ୍ଲକ ର ବିଭିନ୍ନ ଗ୍ରାମକୁ ଯାଇ ଲୋକଙ୍କ ସମସ୍ୟା ବୁଝିଥିଲେ ଏବଂ ଆଗାମୀ ଦିନରେ ସମାଧାନ କରିବା ପାଇଁ ପ୍ରତିଶୃତି ଦେଇଥିଲେ l ଡାଙ୍ଗବାହାଲ ଗ୍ରାମର ପ୍ରହରୀ ଏବଂ ମନ୍ଦିର ପ୍ରତିଷ୍ଠା ଏବଂ କଉଡିଆ ଗ୍ରାମରେ ନାଇଟ ଟୁର୍ନାମେଣ୍ଟରେ ବିଧାୟକ ଶ୍ରୀ ମେହେର ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ l ପ୍ରତ୍ୟେକ ଗ୍ରାମରେ ବିଧାୟକ ଶ୍ରୀ ମେହେର ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆ ଯାଇଥିଲା l