-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
29-May-2023
ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ଜିଲା ସନ୍ନିକଟ କଅଗାଁ ଧବଳେଶ୍ଵର ମହାଦେବ ମନ୍ଦିରରେ ଶୀତଳଶଷ୍ଠୀ ଓ ଶିବ ବିବାହ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ୧୨୦୦ ଖ୍ରୀଷ୍ଟାବ୍ଦ ର ଏହି ଶୈବ ପୀଠ ରେ ଶିବ ପାର୍ବତୀ ଙ୍କ ବିବାହ ଉତ୍ସବକୁ ଦେଖିବା ପାଇଁ ଦିନ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କ ଭିଡ ପରିଲକ୍ଷିତ ହୋଇଥିଲା l ଶିବ ପାର୍ବତୀ ଙ୍କ ବିବହ ଉତ୍ସବ ରେ ବର ପିତା ଭlବରେ ଲଲିତ ମୋହନ ସିଂହ ଓ କନ୍ୟାପିତା ଭାବରେ ଯୁଧିଷ୍ଠିର ଡାଙ୍ଗ ଦାୟିତ୍ଵ ତୁଲାଇ ଥିଲେ l ମନ୍ଦିରର ପୂଜକ ବିଶ୍ଵାମିତ୍ର ଥନlପତିଙ୍କ ପରିଚାଳନରେ ସମସ୍ତ ପୂଜା କାର୍ଯ୍ୟ ପରିଚାଳିତ ହୋଇଥିଲା l ମହାଦେବ ମନ୍ଦିର ହେରିଡିଟାରି ଟ୍ରଷ୍ଟ ଦ୍ଵାରା ପରିଚାଳିତ ଏହି ଉତ୍ସବରେ ଅନ୍ୟ ପୂଜକ ମାନଙ୍କ ମଧ୍ୟରେ ହେମଚନ୍ଦ୍ର ଥାନପତି , ସୋନୁ ଥାନପତି, ଶୁଜ ଥାନପତି ,ଦୀପକ ଥାନପତି ,ବିରୂପାକ୍ଷ ଥାନପତି,ରଞ୍ଜନ ଥାନପତି ପ୍ରମୂଖ ସହଯୋଗ କରିଥିଲେ