-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
28-May-2023
ତୁଷୁରା(ପଞ୍ଚାନନ ନାଏକ ): ନିଷାନ୍ ସାହିତ୍ୟ ସଂସଦ, ତୁଷୁରା, ବଲାଙ୍ଗିର ଆନୁକୂଲ୍ୟରେ ତୃତୀୟ ଆଭାସି ଅଠାରି କବିତା ଆସର ନିଷାନ୍ ର ସଭାପତି ଶ୍ରୀ ଶ୍ୟାମ ସୁନ୍ଦର ପ୍ରଧାନଙ୍କ ଅଧ୍ୟକ୍ଷତାରେ ୨୮ ମେ ରବିବାର ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ଏଥିରେ ନିଷାନ୍ ର ପ୍ରତିଷ୍ଠାତା ସଂପାଦକ ଆଶୁକବି ହେମନ୍ତ ଦାଶ ସଭା ସଂଚାଳନ କରିଥିଲେ। ସଭା ପ୍ରାରମ୍ଭରେ କଣ୍ଠଶିଳ୍ପୀ ସୃଷ୍ଟିକା ବାରିକ ସ୍ବାଗତ ସଂଗୀତ ପରିବେଷଣ କରିଥିଲେ। ଉକ୍ତ ଆଭାସି କବିତା ଆସର ରେ ବିଶିଷ୍ଟ କବି, ଶିକ୍ଷାଧିକାରୀ ମାନନୀୟ ନେପାଳ ଚନ୍ଦ୍ର ବାଗ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଭାଷା ସାହିତ୍ୟର ଅଗ୍ରଗତି ଦିଗରେ ନିଷାନ୍ ର ପ୍ରଚେଷ୍ଟା କୁ ଭୂୟସୀ ପ୍ରଶଂସା କରିଥିଲେ। ସମ୍ମାନୀତ ଅତିଥି ଭାବେ ବିଶିଷ୍ଟ କବି ଦିଲୀପ କୁମାର ମିଶ୍ର ଓ କଣ୍ଠଶିଳ୍ପୀ ଆଲୋକ କୁମାର ପଣ୍ଡା ଯୋଗଦେଇ ଗିତ ଓ କବିତା ଶୁଣାଇ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ଦେଇଥିଲେ। କବିତା ଆସର ଶେଷରେ କବି ସନ୍ତୋଷ କୁମାର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ଯୁଗ୍ମ ସଂପାଦକ କୃଷ୍ଣେନ୍ଦୁ ହୋତା, କୋଷାଧ୍ୟକ୍ଷ ଦେବେନ୍ଦ୍ର ଭୋଇ, ବରିଷ୍ଠ କବି ବନବାସ ମେହେର, ସତ୍ୟ ନାରାୟଣ ମିଶ୍ର, ଲୋକନାଥ ଦଳ ବେହେରା, ବିକାଶ ବିଶ୍ଵାଲ, କବୟିତ୍ରୀ ଆହ୍ଲାଦିନୀ ପାଣିଗ୍ରାହୀ ଦାଶ, ଚନ୍ଦନା ମଞ୍ଜରୀ ତ୍ରିପାଠୀ, କବିତା ମିଶ୍ର, ପ୍ରଭାସିନୀ ଭୋଇ, ସାଈଶିଖା ସତପଥୀ, ପ୍ରିତି ପଟେଲ, ହୀରାବତୀ ସାହୁ, ବବିତା ନାୟକ, ରଶ୍ମି ସାହୁ, ପ୍ରଗତି ପାତ୍ର,ସୁବଳ ସାହୁ, ରାଜୀବ ପଟେଲ, ଧ୍ଯାନାନନ୍ଦ ପଣ୍ଡା, ଭକ୍ତ ବନ୍ଧୁ ସାହୁ,ସନ୍ତୋଷ କୁମାର ବେହେରା, ଅନିଲ ପଣ୍ଡା, ଶଙ୍କର୍ଷଣ ବାଗ, ପ୍ରହଲ୍ଲାଦ ଦଣ୍ଡସେନା,ଉମେଶ ବିଶ୍ଵାଲ, ବିକାଶ ମେହେର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଆସନ୍ତା ଜୁନ ମାସ ୪ ତାରିଖ ରବିବାର ଅପରାହ୍ନ ୫ ଘଟିକାରେ ଚତୁର୍ଥ ଅଠାରି କବିତା ଆସର ଅନୁଷ୍ଠିତ ହେବ ବୋଲି ସଂପାଦକ ଶ୍ରୀ ଦାଶ ପ୍ରକାଶ କରିଛନ୍ତି।