-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ପାଣ-ଗଣ୍ଡା ସମାଜ ବିକାଶ ପରିଷଦର ଚିନ୍ତନ ବୈଠକ 

25-May-2023



କଣ୍ଟାମାଳ : ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ବୌଦ୍ଧ ଜିଲ୍ଲା ପାଣ - ଗଣ୍ଡା ସମାଜ ବିକାଶ ପରିଷଦର ପ୍ରତିଷ୍ଠା ଦିବସ ତଥା ଚିନ୍ତନ ବୈଠକ ସଭାପତି ରୋହିତ କହଁରଙ୍କ ଅଧ୍ୟକ୍ଷତାରେ ବହିରା ବନ୍ୟା ଆଶ୍ରୟ ସ୍ଥଳୀ ଠାରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ବିଶ୍ୱର ତୃତୀୟ ଜ୍ଞାନୀ , ଦଳିତ ଜାତିର ତ୍ରାଣକର୍ତ୍ତା ତଥା ସମ୍ବିଧାନ ପ୍ରଣେତା ବାବାସାହେବ ଆମ୍ବେଦକରଙ୍କ ଫୋଟଚିତ୍ରରେ ପ୍ରଦୀପ ପ୍ରଜ୍ଜ୍ୱଳନ ସହିତ ପୁଷ୍ପ ମାଲ୍ୟାର୍ପଣପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ପ୍ରାରମ୍ଭରେ ସଙ୍ଗଠନର ପ୍ରତିଷ୍ଠାତା ତଥା ଜିଲ୍ଳା ସାଧାରଣ ସଂପାଦକ ସୁଧାଂଶୁ ଡାଙ୍ଗ ବିଗତ ଦିନର କାର୍ଯ୍ୟକଳାପ , ବୈଠକର ଲକ୍ଷ୍ୟ, ଉଦ୍ଦେଶ୍ୟ ଜ୍ଞାପନ କରିବା ସହିତ ଆଗାମୀ ଦିନର କାର୍ଯ୍ୟ ଖସଡ଼ା ଉପସ୍ଥାପନ କରିଥିଲେ। ବିଶିଷ୍ଟ ସମାଜସେବୀ ଅନାଦି ବାଦି ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭାରତରତ୍ନ ଡ଼ଃ ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ନୀତି ଆଦର୍ଶରେ

ଅନୁପ୍ରାଣୀତ ହୋଇ "ହକ୍ ପାଇଁ ଲଢେଇ" କରିବା ସକାଶେ ଉପସ୍ଥିତ କାର୍ଯ୍ୟକର୍ତ୍ତାଙ୍କୁ ଆହ୍ବାନ କରିଥିଲେ । ସଙ୍ଗଠନର ପୂର୍ବତନ ସଭାପତି ତଥା ମୁଖ୍ୟ ଉପଦେଷ୍ଟା ବଟକୃଷ୍ଣ ପ୍ରଧାନ ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଭାରତବର୍ଷର ପ୍ରଥମ ଜ୍ଞାନୀ  ବାବାସାହେବଙ୍କ ଜୀବନୀ ତଥା ଦଳିତଙ୍କ ପାଇଁ ଉଦ୍ଦିଷ୍ଟ ସାମ୍ବିଧାନିକ ଅଧିକାର , ନାଗରିକ ଅଧିକାର , ମାନବିକ ଅଧିକାର ଏବଂ ରାଜନୈତିକ ଅଧିକାର ଉପରେ ମାର୍ଗଦର୍ଶନ ପ୍ରଦାନ କରିଥିଲେ । କନ୍ଧମାଳ ଜିଲ୍ଲା ଅତିରିକ୍ତ ଦୌରାଜଜ ଙ୍କ ସେକସନ୍ ଅଫିସର ସୁଜନ ବେହେରା ସମ୍ମାନୀତ ଅତିଥି ଭାବେ ଯୋଗଦେଇ  ସମାଜର  ସାମାଜିକ ଏକତା, ସାମାଜିକ ସଂସ୍କାର, ଗୁଣାତ୍ମକ ଶିକ୍ଷା ଏବଂ ଅର୍ଥନୈତିକ ଅଭିବୃଦ୍ଧି ଉପରେ ଉପସ୍ଥିତ ପଞ୍ଚାୟତ କାର୍ଯ୍ୟକର୍ତ୍ତାଙ୍କୁ ପରାମର୍ଶ ଦେଇଥିଲେ । ସଂଗଠନ ପକ୍ଷରୁ ଗତ ବର୍ଷ ଜିଲ୍ଲାର ତିନୋଟି ତହସିଲରେ ଆବେଦନ କରିଥିବା ଭୂମି ହୀନ ଏବଂ ଡିହହୀନ ହିତାଧିକାରୀଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ, ଜିଲ୍ଲାର କ୍ରିୟାଶୀଳ ୬୯ ଟି ପଞ୍ଚାୟତ  ଏବଂ ଗୋଟିଏ ଏନ ଏ ସି କମିଟିକୁ ଜୁନ୍ ମାସ ସୁଦ୍ଧା ପୁନର୍ଗଠନ କରିବା  ଏଵଂ ପ୍ରାୟ ୪୦ ବର୍ଷ ହେବ ଅଗଣତାନ୍ତ୍ରିକ , ଅସାମ୍ବିଧାନିକ ଓ ଚଂଚକତା କରି ଅନୁସୂଚିତ ଜାତି ତାଲିକାରେ ସାମିଲ୍ ହେବା ସହିତ ଅସ୍ପୃଶ୍ୟ ନ ହୋଇ  ସମସ୍ତ ସୁବିଧା ସୁଯୋଗ ହାସଲ କରିଆସୁଥିବା ନକଲି କେଉଟ, ଧୀବର, କୈବର୍ତ୍ତ (କେଡିକେ) ମାନଙ୍କୁ ତୁରନ୍ତ ହଟେଇବା ପାଇଁ ସମସ୍ତ ପଞ୍ଚାୟତ ଏବଂ ବ୍ଲକରେ ଜୋରଦାର ଆନ୍ଦୋଳନ କରିବାକୁ  ନିଷ୍ପତ୍ତି ନିଆଯାଇଥିଲା ।  ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାପତି ମକରଧ୍ବଜ ମହାନନ୍ଦିଆ, ବସନ୍ତ କୁମାର ଖୁରା, ଦଶରଥ ବେହେରା, ଜିଲ୍ଲା କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ, ଯୁଗ୍ମ ସମ୍ପାଦିକା ସେବତୀ ବେହେରା,  ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ନନ୍ଦିନୀ ନାଏକ, କ୍ଷେତ୍ର ମୋହନ ମହାନନ୍ଦ, ସଂଜିତ

କୁମାର ଜେନା , ପ୍ରଜାପତି ଭବସାଗର , ପବିତ୍ର ଦୀପ , ବିକ୍ରମ ମହାନନ୍ଦିଆ, କଳିଙ୍ଗ ତାଣ୍ଡିଆ, ବରିଷ୍ଠ ସମାଜସେବୀ ଜୟରାମ ହରିପାଲ,  ରସାନନ୍ଦ ହାତୀ, ଅନୀଲ ତନ୍ତୀ, ସମ୍ପତ୍ତି ବାଘ, ସୁଶୀଲ ଦୀପ, ଅର୍ଜୁନ ବେହେରା, ସୁଶୀଳ ବେହେରା, ଲଳିତ ବେହେରା, ଭାଗ୍ୟଧର ବେହେରା, ମନୋଜ ବେହେରା, ସନତ କହଁର ,  ରାଜେନ୍ଦ୍ର ଭବସାଗର, ବଶିଷ୍ଟ ବେହେରା, ପୁରୁଷୋତ୍ତମ ବାଘ, ଅରୁଣ ବାଦି , ଚନ୍ଦ୍ର ଶେଖର ବାଦି , ଲଳିତ କହଁର, ହରିବନ୍ଧୁ ପାତ୍ର, ଗୁଲେଖ ମହାନନ୍ଦିଆ, ବସନ୍ତ ପେରା, ହଂସା ଉର୍ମା, ଝରିଆ ଖୁରା, ରମେଶ ମହାନନ୍ଦିଆ, ଜଗବନ୍ଧୁ ବାଦି , ଜତିନ୍ଦ୍ର ସିଂ, ଦଣ୍ଡପାଣି ଭବସାଗର , ପ୍ରତିମନ ସୁନା, ବାଟୁଳି କୁମ୍ଭାର, ବରୁଣ ଦୀପ, ଲାଳଚି କୁମ୍ଭାର , ଘନଶ୍ୟାମ ସୁନା , ପ୍ରବେଶ କୁମ୍ଭାର, ନରେନ୍ଦ୍ର ନାଏକ, ଠାକୁର ନାଏକ ପ୍ରମୁଖ ଶତାଧିକ କାର୍ଯ୍ୟକର୍ତ୍ତା ଯୋଗଦେଇ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ । ପରିଷଦର ସଂଗଠନ ସମ୍ପାଦକ ଦେବଦତ୍ତ ସାଗର ସ୍ଵାଗତ ଭାଷଣ ପ୍ରଦାନ କରିଥିବା ବେଳେ ଶେଷରେ ସହକାରୀ ସାଧାରଣ ସମ୍ପାଦକ କହ୍ନେଇଁ ବାଦି ଧନ୍ୟବାଦ୍ ଅର୍ପଣ କରିଥିଲେ ।

(କଣ୍ଟାମାଳରୁ ସତ୍ୟ ବିଭାରଙ୍କ ରିପୋର୍ଟ )


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like