-+91-9937148622 |

prerana_bgr@rediffmail.com |

  Sunday 8th November 2026 |

| | | |

R.N.I. Regd No. ODIODI/2010/46693

Breaking News

ସତଲମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ମେଳା-୨୦୨୬ ଅନୁଷ୍ଠିତ   (07-Nov-2026)       ||      ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ   (07-Nov-2026)       ||      ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ   (07-Nov-2026)       ||      ବାଲିଗୁଡ଼ାରେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ : ବସ୍ତ୍ରଦାନ ଓ ସହଯୋଗର ନିଆରା ପ୍ରୟାସ   (07-Nov-2026)       ||      ଆଶ୍ରାର ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସହ ଦୀପାବଳି ପାଳନ କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ   (07-Nov-2026)       ||      ସରକାରୀ ପି ଏମ ଶ୍ରୀ ସ୍କୁଲ ସୋଲବନ୍ଧରେ ବିଜ୍ଞାନ ମେଳା   (07-Nov-2026)       ||      ଆୟୁର୍ବେଦିକ କଲେଜରେ ହର୍ବାଲ ଗାର୍ଡେନ ଓ ଖେଳ ପଡିଆ ନିର୍ମାଣ ଉପରେ ଆଲୋଚନା♦️ ପ୍ରତିଷ୍ଠାତା ସଭ୍ୟମାନଙ୍କ ପ୍ରତିମୁର୍ତ୍ତି ସ୍ଥାପନକୁ ନେଇ ହେଲା ନିଷ୍ପତ୍ତି   (07-Nov-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ରାଜସ୍ୱ ସଚିବଙ୍କ ଆହ୍ୱାନ*   (07-Nov-2026)       ||      *ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଛି ମଦ ବିନ୍ଦ ଆନ୍ଦଳନ*   (07-Nov-2026)       ||      ମଣ୍ଡଳ ଗାଁ ରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଶୁଭାରମ୍ଭ    (07-Nov-2026)       ||      ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କ ସମ୍ପତ୍ତି ଠାବ♦️ ୨ଟି କୋଠା, ୧୧ଟି ମୂଲ୍ୟବାନ ପ୍ଲଟ୍, ୨୬୩ ଗ୍ରାମ ସୁନା, ୨.୫ କେଜି ରୁପା ଓ ୫.୧୬ ଲକ୍ଷ ଟଙ୍କା ଜବତ   (07-Nov-2026)       ||      ଗୋଦାବରୀଶ ମିଶ୍ର  ଆଦର୍ଶ ପ୍ରାଥମିକ  ବିଦ୍ୟାଲୟ ର ଭିତ୍ତି ପ୍ରସ୍ତର ସ୍ଥାପନ                                                            (07-Nov-2026)       ||      ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ   (07-Nov-2026)       ||      ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷଙ୍କୁ ଗିରଫ କଲା ଭିଜିଲାନ୍ସ ଅତିଥି ପ୍ରଶିକ୍ଷକଙ୍କ ଦରମା ନିୟମିତ କରିବାକୁ ନେଉଥିଲେ ୩୦ ହଜାର ଟଙ୍କା ଲାଞ୍ଚ, ଚଢ଼ାଉ ବେଳେ ୫.୧୬ ଲକ୍ଷ ଟଙ୍କା ଜବତ   (06-Nov-2026)       ||      ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନର ୫୦୦ ମିଟର ପରିଧିକୁ ‘ନିଶାମୁକ୍ତ ଅଞ୍ଚଳ’ ଘୋଷଣା ପାଇଁ ପଦକ୍ଷେପ, ନିଶା କବଳରୁ ଯୁବପିଢ଼ିଙ୍କୁ ସୁରକ୍ଷା ଓ ସୁସ୍ଥ ଶିକ୍ଷା ପରିବେଶ ସୃଷ୍ଟି ଉପରେ ଗୁରୁତ୍ୱ   (06-Nov-2026)       ||      ଓଡ଼ିଶାରେ ଆୟୋଜିତ ହେବ ଏସିଆ ରଗ୍‌ବୀ ଏମିରେଟ୍ସ ଅଣ୍ଡର-୨୦ ସେଭେନ୍ସ ଚାମ୍ପିୟନସିପ୍-୨୦୨୬   (06-Nov-2026)       ||      ବାବେବିର ସ୍କୁଲ ରେ ମାଧ୍ୟାନ୍ନ ଭୋଜନ ଥାଳି ଧରି ଗାଁ ବୁଲି ଛାତ୍ର ଛାତ୍ରୀ   (06-Nov-2026)       ||      ୩୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ♦️ ୯ ଜଣ ଅତିଥି ପ୍ରଶିକ୍ଷକଙ୍କଠାରୁ ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି    (06-Nov-2026)       ||      ଧର୍ମ ପରାୟଣ ମହିଳାଙ୍କ ପରଲୋକ I   (06-Nov-2026)       ||      ଧାନ ଉଠାଣ ଓ କଷ୍ଟମ ମିଲ୍ଡ ଚାଉଳ ଜମାରେ ବିଳମ୍ବ, କେନ୍ଦ୍ରମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ସାଂସଦ ପ୍ରଦୀପ ପୁରୋହିତ   (06-Nov-2026)       ||     

HOME   ଜିଲ୍ଲା

ଜଙ୍ଗଲବିଭାଗର ଜଙ୍ଗଲିରାଜରୁ ବଢୁଛି ଜନଅସନ୍ତୋଷ, ନିମ୍ନମାନର ଚେକଡ୍ୟାମକାମକୁ ପ୍ରତିବାଦରୁ ବଦଳାଇଦେଲେ ପ୍ରକଲ୍ପ

25-May-2023



ବଲାଙ୍ଗୀର/ତରଭା(ପ୍ରେରଣା ଖବର)- ଜଙ୍ଗଲ ବିଭାଗର ଜଙ୍ଗଲିରାଜ । ଜଙ୍ଗଲବିଭାଗ କରୁଥିବା ଏକ ନିମ୍ନମାନର ଚ୍ୟାକଡ୍ୟାମକାମକୁ ସ୍ଥାନୀୟଲୋକେ ପ୍ରତିବାଦ କରିବାକୁ କାମବନ୍ଦ କରିଦେଇ ପ୍ରକଲ୍ପକୁ ଅନ୍ୟତ୍ର ନେଇଯାଇଥିବା ଜଣାଯାଇଛି । ଘଟଣାଟି ଘଟିଛି ରାଜପାଲି ବାରପାହାଡ ଖୋଲରେ ଜଙ୍ଗଲବିଭାଗ କରୁଥିବା ଚେକଡ୍ୟାମ କାମ କ୍ଷେତ୍ରରେ । ସୋନପୁର ରେଞ୍ଜଅଫିସରଙ୍କ ଏହି କଳାକାରନାମାକୁ ନେଇ ମେଣ୍ଡା,ପାଇକବାହାଲ ଓ ଦେଉଳପଦର ପଞ୍ଚାୟତବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । କଥାଟି ସ୍ôଥାନୀୟ ବିଧାୟକ ତଥା ସ୍ୱାସ୍ଥ୍ୟ ଓ ପରିବାରକଲ୍ୟାଣ ମନ୍ତ୍ରୀ ନିରଂଜନ ପୂଜାହାରୀ,ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ପାଖକୁ ମଧ୍ୟ ପହଞ୍ଚିଲାଣି । ରେଞ୍ଜରଙ୍କ କଳାକାରନାମାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ମଧ୍ୟ ତରଭା ବ୍ଲକଅଧ୍ୟକ୍ଷ ସରୋଜ କମ୍ପ , ଦେଉଳପଦର ସରପଞ୍ଚ ଗଣନାଥ ସାହୁ,ପୂର୍ଣ୍ଣଚନ୍ଦ୍ର ପଣ୍ଡା,ରାଜେନ୍ଦ୍ର ପଣ୍ଡା,ମଦନମୋହନ ପଣ୍ଡା,ଚକ୍ରଧର ସାଙ୍କ ସମେତ ଅଞ୍ଚଳବାସୀ ଦାବି କରିଛନ୍ତି । ମିଳିଥିବା ତଥ୍ୟରୁ ଜଣାଯାଇଛି ଯେ,ସୋନପୁର ରେଞ୍ଜ ନାରାୟଣପୁର ସେକସନ ଅଧିନରେ ଥିବା ବାରପାହାଡ ଜଙ୍ଗଲରେ ଦେବୀ ବାରପାହାଡଙ୍କ ପୂଜାପୀଠ ରହିଛି । ପାହାଡଉପରେ ଥିବା ଗୁମ୍ଫାରେ ଦେବୀଙ୍କ ପୂଜା ହେଉଥିବା ବେଳେ ପାହାଡରୁ ଏକ ବଡଝରଣା ବାହାରି ତଳକୁ ବହିଯାଇଛି । ସେହି ଝରଣାକୂଳରେ ଅନେକଲୋକ ଆସି ବଣଭୋଜି କରିବା ସହିତ ବାରପାହାଡ ଜଙ୍ଗଲର ପ୍ରାକୃତିକ ପରିବେଶକୁ ଉପଭୋଗ କରିଥାନ୍ତି । ସେହି ଦୃଷ୍ଟିରୁ ସ୍ଥାନୀୟଲୋକେ ବାରପାହାଡ ଖୋଲର ଝରଣାରେ ପର୍ଯ୍ୟଟକଙ୍କ ପାଇଁ ଏକ ଚ୍ୟାକଡେମ ନିର୍ମାଣ କରିବା ସହିତ କିଛି ଗୁମ୍ଫା ପର୍ଯ୍ୟନ୍ତ ପାହାଚ ନିର୍ମାଣ କରାଇ ଉନ୍ନତିକରଣ କରାଯିବା ତଥା ଇକୋଟୁରିଜମରେ ସାମିଲ କରିବାକୁ ସୁବର୍ଣ୍ଣପୁର ବନଖଣ୍ଡରେ ଦାବି କରିଥିଲେ । ଏପରିକି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଓ ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କୁ ଅନେକଥର ନିବେଦନ କରାଯାଇଥିଲା । ଗଣମାଧ୍ୟମ ଜରିଆରେ ମଧ୍ୟ ସ୍ଥାନୀୟ ଅଞ୍ଚଳବାସୀ ଏହି ପୀଠର ଉନ୍ନତିକରଣ ପାଇଁ ଦାବି କରିଥିଲେ । ସୋନପୁର ରେଞ୍ଜ ତରଫରୁ ଗତ ଫେବୃୟାରୀମାସରେ ଏସଏମସି ଅନୁଦାନର ୧୨ଲକ୍ଷ ଟଙ୍କାରେ ବାରପାହାଡ ଖୋଲ ଝରଣାରେ ଏକ ଚ୍ୟାକଡେମ କାମ ଆରମ୍ଭ କରାଯାଇଥିଲା । ସୋନପୁର ରେଞ୍ଜର ମନୋରଂଜନ ବାଗଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାମ ଉଲୁଣ୍ଡା ଅଞ୍ଚଳର ଜଣେ ଠିକାଦାର କରାଉଥିଲେ । କିନ୍ତୁ ଦୁଃଖର ବିଷୟ ଯେ,ଏତେବଡ ଜଙ୍ଗଲର ଝରଣାରେ ଚ୍ୟାକଡ୍ୟାମ କାମ ପାଇଁ ମାତ୍ର ଦେଢଫୁଟର ନିହ ଖୋଳାଯାଇ ସେଥିରେ ୧ଫୁଟର ବାଲି ଓ ତାଉପରେ ମାତ୍ର ୫ଇଞ୍ଚର ଏକ ମେଟାଲକୋଟ ଦେଇ କାମ କରାଯାଉଥିଲା । ଏତେବଡ ଝରଣାର ପାଣିକୁ ଅଟକାଇବାକୁ ହେଲେ ଚ୍ୟାକଡେମ ପାଇଁ ଅନ୍ୟୁନ ୪ରୁ ୫ଫୁଟର ନିହ ଖୋଳି ସେଥିରେ ଲୁହାରଡଦେଇ କାମ କରିବା କଥା । କିନ୍ତୁ ରେଞ୍ଜର ଶ୍ରୀ ବାଗ ନିମ୍ନମାନର କାମ କରାଇ ଅର୍ଥହଡପ କରିବାର ଯୋଜନା କରିଥିଲେ । ଫେବୃୟାରୀ ୨୬ ତାରିଖରେ ରାଜପାଲି ଗ୍ରାମର ପୂର୍ଣ୍ଣଚନ୍ଦ୍ର ପଣ୍ଡା,ରାଜେନ୍ଦ୍ର ପଣ୍ଡା,ମଦନ ମୋହନ ପଣ୍ଡା ଓ ପାଇକବାହାଲର ଚକ୍ରଧର ସା ଚ୍ୟାକଡ୍ୟାମ କାମ ହେଉଥିବା ସ୍ଥାନକୁ ପରିଦର୍ଶନ କରି କାମନିମ୍ନମାନର ହେଉଥିବା ବିଷୟରେ ରେଞ୍ଜର ମନୋରଂଜନ ବାଘଙ୍କୁ ଅଭିଯୋଗ କରିଥିଲେ । ମାତ୍ର ଦେଢଫୁଟର ନିହରେ ବିନାରଡଦେଇ କିଭଳି ଚେକଡ୍ୟାମ କରାଯାଉଛି ବୋଲି ପ୍ରଶ୍ନ କରିଥିଲେ । ସେ ଆସି କାମ ଦେଖିବେ ଓ ଠିକରେ କାମ କରାଯିବ ବୋଲି ରେଞ୍ଜର କହିଥିଲେ । କିନ୍ତୁ ସେ ଏହାପରେ ଆଉ କାମକୁ ଦେଖିବାକୁ ନଆସି କାମକୁ ବନ୍ଦ କରାଇଦେଇ ଚୁପ ରହିଥିଲେ । ସ୍ଥାନୀୟଲୋକେ ଅନେକଥର ଏବିଷୟରେ ରେଞ୍ଜର ଓ ଏସିଏଫ ପି.କେ.ଧରୁଆଙ୍କୁ ଅନୁରୋଧ କରିଥିଲେ ହେଁ ସେମାନେ କର୍ଣ୍ଣପାତ କରିନଥିଲେ । ଏପରିକି ସ୍ଥାନୀୟ ମନ୍ତ୍ରୀ ନିରଂଜନ ପୁଝାହାରୀ ଗତ ମାର୍ଚ୍ଚମାସରେ ବ୍ରାହ୍ମଣୀପାଲି ଗ୍ରାମକୁ ଆସିଥିବା ବେଳେ ଗ୍ରାମବାସୀ ସେହି ଚ୍ୟାକଡ୍ୟାମ କାମକୁ ଜଙ୍ଗଲବିଭାଗ ବିନାକାରଣରେ ବନ୍ଦ କରିଦେଇଛି ବୋଲି ଅଭିଯୋଗ କରିଥିଲେ । ମନ୍ତ୍ରୀ ସେଠାରୁ ହିଁଁ ସୁବର୍ଣ୍ଣପୁର ଡିଏଫଓଙ୍କୁ ଫୋନକରି ଚ୍ୟାକଡ୍ୟାମ କାମ ଠିକରେ କରିବାକୁ ନିର୍ଦ୍ଦେଶ କରିଥିଲେ । କିନ୍ତୁ ମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ମଧ୍ୟରେ ଡିଏଫଓ ଗୁରୁତ୍ୱ ଦେଲେନାହିଁ । ଏବେ ଜଣାପଡିଲା ଯେ,ସେହି ଚ୍ୟାକଡ୍ୟାମର ଏସଏମସି ଅନୁଦାନକୁ ସୋନପୁର ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ଜଙ୍ଗଲରେ କେଉଁଠି ଖର୍ଚ୍ଚ କରିଦେଇ ସାରିଛନ୍ତି । ଜଙ୍ଗଲ ବିଭାଗ ଅନେକଦିନ ନୀରବ ରହିବା ପରେ ବାରପାହାଡର ଚ୍ୟାକଡ୍ୟାମ କାମକୁ ବିରୋଧ ହେବାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା କୁହାଯାଇଛି । ଏହି ଘଟଣା ଜଣାପଡିବା ପରେ ପାଇକବାହାଲ,ମେଣ୍ଡା,ଦେଉଳପଦର ପଞ୍ଚାୟତ ଅଞ୍ଚଳରେ ପ୍ରବଳ ଜନଅସନ୍ତୋଷ ପ୍ରକାଶ ପାଉଛି । ଏହି ଘଟଣାରେ ସୋନପୁର ରେଞ୍ଜର ମନୋରଂଜନ ବାଗଙ୍କ ଦୁର୍ନିତୀଖୋର ମନୋଭାବ ବିଷୟରେ ମନ୍ତ୍ରୀ ଶ୍ରୀ ପୁଝାହାରୀଙ୍କ ନିକଟରେ ଅଭିଯୋଗ କରାଯାଇଛି । ଆଜି ସୁବର୍ଣ୍ଣପୁର ଜିଲ୍ଲାପରିଷଦ ବୈଠକରେ ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ମନ୍ତ୍ରୀ, ଜିଲ୍ଲାପାଳ ଓ ଡିଏଫଓଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଜଣାଯାଇଛି । ଚ୍ୟାକଡ୍ୟାମ ପ୍ରକଲ୍ପକୁ କେଉଁ କାରଣରୁ ସ୍ଥାନାନ୍ତର କରାଗଲା ଓ ସ୍ଥାନାନ୍ତର କରାଯାଇ ଯେଉଁଠି କାମ କରାଯାଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବାକୁ ଶ୍ରୀ କମ୍ପ ଦାବି କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସତଲମା ବାଳିକା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଦ୍ୟ ମେଳା-୨୦୨୬ ଅନୁଷ୍ଠିତ   07-Nov-2026
  ଜିଲ୍ଲା  
ପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେପୋଖରୀରେ ବୁଡ଼ି ଯୁବକଙ୍କ ମୃତ୍ୟୁ : ପାଣି ଭିତରେ ଥିବା ଦଳରେ ଛନ୍ଦି ହୋଇଥିବା ସନ୍ଦେହ   07-Nov-2026
  ଜିଲ୍ଲା  
ସରକାରୀ ଆବାସ ଗୃହ ନିର୍ମାଣ ସମୀକ୍ଷା ବେଳେ ଏଡିଓଙ୍କୁ ଆକ୍ରମଣ, ମେଟ୍ ଗିରଫ   07-Nov-2026
  ଜିଲ୍ଲା  
ବାଲିଗୁଡ଼ାରେ ‘ଥିଲେ ଦିଅ, ନଥିଲେ ନିଅ’ କାର୍ଯ୍ୟକ୍ରମ : ବସ୍ତ୍ରଦାନ ଓ ସହଯୋଗର ନିଆରା ପ୍ରୟାସ   07-Nov-2026
  ଜିଲ୍ଲା  
ଆଶ୍ରାର ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସହ ଦୀପାବଳି ପାଳନ କଲା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ   07-Nov-2026
  ଜିଲ୍ଲା  
ସରକାରୀ ପି ଏମ ଶ୍ରୀ ସ୍କୁଲ ସୋଲବନ୍ଧରେ ବିଜ୍ଞାନ ମେଳା   07-Nov-2026
  ଜିଲ୍ଲା  
ଆୟୁର୍ବେଦିକ କଲେଜରେ ହର୍ବାଲ ଗାର୍ଡେନ ଓ ଖେଳ ପଡିଆ ନିର୍ମାଣ ଉପରେ ଆଲୋଚନା♦️ ପ୍ରତିଷ୍ଠାତା ସଭ୍ୟମାନଙ୍କ ପ୍ରତିମୁର୍ତ୍ତି ସ୍ଥାପନକୁ ନେଇ ହେଲା ନିଷ୍ପତ୍ତି   07-Nov-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗରେ ସ୍ୱଚ୍ଛତା, ସାଧୁତା ଓ ଜନସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ରାଜସ୍ୱ ସଚିବଙ୍କ ଆହ୍ୱାନ*   07-Nov-2026
  ଜିଲ୍ଲା  
*ନବରଙ୍ଗପୁର ଜିଲ୍ଲାରେ ଜୋର ଧରିଛି ମଦ ବିନ୍ଦ ଆନ୍ଦଳନ*   07-Nov-2026
  ଜିଲ୍ଲା  
ମଣ୍ଡଳ ଗାଁ ରେ ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟ ଶୁଭାରମ୍ଭ   07-Nov-2026
  ଅପରାଧ  
ବଲାଙ୍ଗୀର ସରକାରୀ ଆଇଟିଆଇ ଅଧ୍ୟକ୍ଷ ସୁରେଶ କୁମାର ଦଳବେହେରାଙ୍କ ସମ୍ପତ୍ତି ଠାବ♦️ ୨ଟି କୋଠା, ୧୧ଟି ମୂଲ୍ୟବାନ ପ୍ଲଟ୍, ୨୬୩ ଗ୍ରାମ ସୁନା, ୨.୫ କେଜି ରୁପା ଓ ୫.୧୬ ଲକ୍ଷ ଟଙ୍କା ଜବତ   07-Nov-2026
  ଜିଲ୍ଲା  
ଗୋଦାବରୀଶ ମିଶ୍ର  ଆଦର୍ଶ ପ୍ରାଥମିକ  ବିଦ୍ୟାଲୟ ର ଭିତ୍ତି ପ୍ରସ୍ତର ସ୍ଥାପନ                                                           07-Nov-2026

You Might Also Like