-+91-9937148622 |
prerana_bgr@rediffmail.com |
Friday 19th June 2026 |
R.N.I. Regd No. ODIODI/2010/46693
Breaking News
24-May-2023
ବଲାଙ୍ଗୀର(ପ୍ରେରଣା ଖବର)-ଆଜି ବଲାଙ୍ଗୀର ଜିଲ୍ଲାରେ ନୂତନଏସପି ଭାବରେ ୨୦୧୬ ବ୍ୟାଚର ଆଇପିଏସ ଋଷିକେଶ ଦ୍ୟାନଦେଓ ଖିଲାରୀ ଯୋଗଦେଇଛନ୍ତି । ଦିନ ୧୧ଟାରେ ସେ ବଲାଙ୍ଗୀରରୁ ବଦଳି ହୋଇଥିବା ଆଇପିଏସ ନୀତିନ କୁସଲକର ଡାଗଡୁଙ୍କଠାରୁ ଦାୟୀତ୍ୱ ନେଇଛନ୍ତି । ସେ ପୂର୍ବରୁ ବଲାଙ୍ଗୀର ଜିଲ୍ଲାରେ ପ୍ରୋବେସନ ସମୟରେ କାମ କରିଛନ୍ତି । ଜିଲ୍ଲାରେ ନକ୍ସଲସମସ୍ୟା ସହିତ ଆଇନଶୃଙ୍ଖଳାକୁ ପ୍ରାଧାନ୍ୟ ଦେବେ ବୋଲି ଗଣମାଧ୍ୟମ ସହିତ ଆଲୋଚନା କାଳରେ କହିଛନ୍ତି । ଋଷିକେଶ ପୂର୍ବରୁ ମାଲକଲାନଗିରୀ ଓ ମୟୁରଭଞ୍ଜ ଜିଲ୍ଲାରେ କାମ କରିଛନ୍ତି । ମାଲକାନଗିରୀ ଜିଲ୍ଲାରେ ଥିବା ବେଳେ ସେ ମାଓ ଅପରେସନରେ ସଫଳତା ପାଇଥିଲେ । ଆଜି ସେ ବଲାଙ୍ଗୀରରେ ଯୋଗଦେଇ ଅତିରିକ୍ତ ଏସପି ସୁରେଶ ନାଏକ,ଏସଡିପିଓଗଣ ଓ ଥାନାଧିକାରୀମାନଙ୍କ ସହିତ ବୈଠକକରି ଆଲୋଚନା କରିଛନ୍ତି ।