-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
24-May-2023
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ଶୀତଳଷଷ୍ଠୀ ଯାତ୍ରା ଅର୍ଥାତ ବିଶେଶ୍ୱର ବାବା ଓ ମାତା ପାର୍ବତୀଙ୍କ ବିବାହୋତ୍ସବ ବୁଧବାର ଅନୁଷ୍ଟିତ ହେଉଥିବାରୁ ଏହି ମହାନ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଯାତ୍ରା ପରିଚାଳନା କମିଟି ତରଫରୁ ବିନିକା ସହରର ବିଭିନ୍ନ ମନ୍ଦିରରେ ପୂଜା ପାଉଥିବା ଦେବାଦେବୀଙ୍କ ନିମନ୍ତ୍ରଣ କାର୍ଯ୍ୟକ୍ରମ ରୀତିନୀତି ଅନୁଯାଇ ବିପୁଳ ଉତ୍ସାହ ଉଦ୍ଦୀପନା ମଧ୍ୟରେ ସମ୍ପନ୍ନ କରାଯାଇଛି ।ସକାଳେ କମିଟିର ସଦସ୍ୟ ମାନେ ବିଶେଶ୍ୱର ବାବାଙ୍କ ଠାରେ ପୂଜାର୍ଚ୍ଚନା କରିବା ପରେ ତାଙ୍କର ଆଜ୍ଞା କ୍ରମେ ଘଣ୍ଟ,ଶଙ୍ଖ ଧ୍ବନିରେ ଭୈରବ ବାବାଙ୍କୁ ଧରି ନଗର ପରିକ୍ରମା ପୂର୍ବକ ଜଗନ୍ନାଥ ମନ୍ଦିର,ସମଲେଇ,ଭାଗବତ,ଗଣେଶ,ଵହ୍ନେଇ ଦେବ, ଝାରୀ,ଇଷ୍ଟଦେବୀ ନାରାୟଣୀ,ଗୋପାଳଜୀ, ଶିତଲା,ଗୁଣ୍ଡିଚା (ମାଉସୀ),ଦଧିବାମନ,ସାତ ବହନୀ,ପୂର୍ଣ୍ଣମାସି,ମାଁ ଦୂର୍ଗା, ଦ୍ୱାରୀ,ରାଧାକୃଷ୍ଣ,ଦେବୀ,ମଦନ ମୋହନ,ମହିମା ଟୁଙ୍ଗି,ସନ୍ତୋଷୀ ଆଦି ମନ୍ଦିରକୁ ଯାଇ ଦେବାଦେବୀଙ୍କୁ ନିମନ୍ତ୍ରଣ କରାଯାଇଥିଲା ।ସେହିପରି ଅନ୍ୟ ପକ୍ଷରେ ବ୍ରହ୍ମାଙ୍କ ବରରେ ବଳୀୟାନ ହୋଇ ତାରାକାସୁର ସ୍ବର୍ଗ ଉପରେ ଆକ୍ରମଣ କରିବା ସହ ତାଙ୍କ ସୈନ୍ୟ ସାମନ୍ତଙ୍କୁ ଧରି ନଗର ପରିକ୍ରମା ଦୃଶ୍ୟ ସହର ବାସୀଙ୍କୁ ଆକୃଷ୍ଟ କରିଥିଲା ।ଅନୁଷ୍ଟିତ ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମରେ ପୁରୋହିତ ଉମା ବଲ୍ଲଭ ଷଡ଼ଙ୍ଗୀ,ବରପକ୍ଷ, କନ୍ୟାପକ୍ଷ,କମିଟିର ସମସ୍ତ ସଦସ୍ୟ ଏବଂ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ସାମିଲ ହୋଇଥିଲେ ।