-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
23-May-2023
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ )
ଓଡ଼ିଶା ଲଳିତ କଳା ଏକାଡେମୀ, ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ସୋନପୁର ସହରର କୁମ୍ଭାରପଡାଠାରେ ପାରମ୍ପରିକ ଟେରାକୋଟା ଶିବିର ଉଦଘାଟିତ ହୋଇଯାଇଛି I ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାଶ ଶିବିରକୁ ଉଦଘାଟନ କରିବା ସହ ସୋନପୁର ଟେରାକୋଟା ଓଡ଼ିଶାର କଳା, ସଂସ୍କୃତି ଓ ଐତିହର ବାର୍ତ୍ତାବହ ବୋଲି ପରିପ୍ରକାଶ କରି ଶିଳ୍ପୀର ର ସ୍ୱଚ୍ଛମନ ଓ ଆନ୍ତରିକତା ତାର କଳା କୁ ଅଧିକ ଜୀବନ୍ତ ଆକର୍ଷିତ ଉଚ୍ଚକୋଟୀର କରିଥାଏ ଏଣୁ ପ୍ରତ୍ୟେକଶିଳ୍ପୀ ନିବିଡ଼ ଭାବରେ କଳା ସହିତ ଜଡିତ ହୋଇ କଳାର ପ୍ରତ୍ୟେକ ସ୍ତରକୁ ଚିହ୍ନିବାକୁ ପରାମର୍ଶ ଦେଇଛନ୍ତି I ଉତ୍ସବ ଅବସରରେ ଏକାଡେମୀର କାର୍ଯ୍ୟକାରୀ ସମିତ ସଦସ୍ୟ ଶ୍ୟାମ ସୁନ୍ଦର ମେହେର, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ I ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥିମାନଙ୍କୁ ସ୍ଵାଗତ କରିବା ସହ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନୀତ କରିଥିଲେ I ସୋନପୁର ଟେରାକୋଟାର ସ୍ୱତନ୍ତ୍ରତା ସାରାଭାରତରେ ପ୍ରସିଦ୍ଧ। ଏହି ବିଶେଷତାକୁ ଏବଂ ଶିଳ୍ପୀ ମାନଙ୍କର କଳାକୃତିକୁ ପ୍ରଚାର ପ୍ରସାର ପାଇଁ ଓ ଶିଳ୍ପୀ ମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଓଡିଶା ଲଲିତ କଳା ଏକାଡେମୀର ଏହା ଏକ ନିଆରା ପ୍ରାୟାସ। ପ୍ରସ୍ତୁତ କଳାକୃତି ଗୁଡ଼ିକ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହେବା ସହିତ ଓଡ଼ିଶା ବାହାରେ ମଧ୍ୟ ଏକାଡେମୀ ପ୍ରଦର୍ଶନୀ ଜରିଆରେ ପ୍ରଦର୍ଶିତ କରିଥାଆନ୍ତି। ଏହା ଦ୍ବାରା ଶିଳ୍ପୀ ମାନଙ୍କୁ ଜାଣିବା ସହିତ ତାଙ୍କର କଳାକୃତିର ଚାହିଦା ବିଶ୍ଵ ଦରବାରରେ ବଢ଼େଇବାପାଇଁ ଏକାଡେମୀର ମୂଳ ଆଭିମୁଖ୍ୟ। ଉତ୍ସବ ଅବସରରେ ୨୦ ଜଣ ପାରମ୍ପରିକ ଟେରାକୋଟା ଶିଳ୍ପୀ ଅଂଶଗ୍ରହଣ କରି ୭ ଦିନ ଧରି ସୋନପୁରର ପ୍ରସିଦ୍ଧ ଟେରାକୋଟା ହନୁମାନ, କିଶକିନ୍ଦା ମାଙ୍କଡ, ହାତୀ, ଘୋଡା, କାମଧେନୁ, ଘୁମ ଓ ବିଭିନ୍ନ ରିଲିଫ ସାମଗ୍ରୀ ଆଦି ତିଆରି କରିବେ I ଉତ୍ସବ ଅବସରରେ ଅତୀଥିମାନେ ଅଂଶଗ୍ରହଣକାରୀ ଶିଳ୍ପୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ଵାଗତ କରିଥିଲେ I ଉକ୍ତ ଶିବିର ଦ୍ଵାରା ଓଡ଼ିଶାର ମୌଳିକ ଆର୍ଟ ଫର୍ମର ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ ଏବଂ ଶିଳ୍ପୀମାନେ ନିଜର କଳଚାତୁରୀକୁ ସୃଜନଶୀଳ ଢଙ୍ଗରେ ପ୍ରଦର୍ଶନ କରିପାରିବେ ବୋଲି ଏକାଡେମୀ ସଚିବ ପ୍ରକାଶ କରିଥିଲେ I ଏହି ଶିବିର ମଇ ୨୮ ତାରିଖ ପର୍ଯ୍ୟନ୍ତ ଚାଲିବ I ଉଦଯାପନ ଦିନ ଟେରାକୋଟା କଳାକୃତି ଗୁଡିକର ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହେବ I