-+91-9937148622 |

prerana_bgr@rediffmail.com |

  Tuesday 10th November 2026 |

| | | |

R.N.I. Regd No. ODIODI/2010/46693

Breaking News

ଦିବ୍ୟାଙ୍ଗଙ୍କ ସହିତ ଦୀପାବଳି ପାଳନ କଲା ଟିଟିଲାଗଡ ବିକାଶ ସେନା   (09-Nov-2026)       ||      ମଲମୁଣ୍ଡା କ୍ଲଷ୍ଟରରେ ପଞ୍ଚମ ମାସିକ ବୈଠକ    (09-Nov-2026)       ||      ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଂସଦୀୟ କାର୍ଯ୍ୟପ୍ରଣାଳୀ, ନେତୃତ୍ୱ ଓ ଦକ୍ଷତା ଵୃଦ୍ଧି ପାଇଁ ଏକ ଅଭିନଵ କାର୍ଯ୍ୟକ୍ରମ - ମଡେଲ ପାର୍ଲାମେଣ୍ଟ    (09-Nov-2026)       ||      ବଲାଙ୍ଗୀର : ୪୨ ଦିନ ପରେ ମଧ୍ୟ କୁକୁଡ଼ା ଉଠାଣ ଓ Thinning ହେଉନଥିବା ଅଭିଯୋଗ;ଦୈନିକ ୪୦ରୁ ୧୦୦ ପର୍ଯ୍ୟନ୍ତ ମୃତ୍ୟୁ ହେଉଥିବା ଦାବି   (09-Nov-2026)       ||      ପାଟଣେଶ୍ୱରୀ ମନ୍ଦିର ପାରଂପାରିକ ରୀତିନୀତିରେ ସମ୍ପୁର୍ଣ୍ଣ ହେଲା କାଲିପୂଜା   (09-Nov-2026)       ||      ମାଣ୍ଡେଲ ଗ୍ରାମରେ କୁଲତା ସମାଜର ଜିଲ୍ଲା ଓ ଆଞ୍ଚଳିକ କମିଟିର ସମାବେଶ ଏବଂ ବନ୍ଧୁ ମିଳନ କାର୍ଯ୍ୟକ୍ରମ   (09-Nov-2026)       ||      *ବରୀ ବ୍ଲକ୍ କାର୍ଯ୍ୟାଳୟରେ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ: ୯୨ଟି ଅଭିଯୋଗ ପତ୍ର ମଧ୍ୟରୁ ୨୦ଟିର ତୁରନ୍ତ ସମାଧାନ*   (09-Nov-2026)       ||      ବିନିକା ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୬୬ଟି ଦରଖାସ୍ତ ଗ୍ରହଣ   (09-Nov-2026)       ||      ଓଡିଶା ବିଜ୍ଞାନ ଏକାଡେମୀ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଭାଗ, ଓଡିଶା ସରକାରଙ୍କ ଦ୍ଵାରା ବୈଜ୍ଞାନିକ ସମ୍ବର୍ଦ୍ଧନା ଓ ପୁରସ୍କାର ପ୍ରଦାନ ଉତ୍ସବ   (09-Nov-2026)       ||      କଳସ ଓ ମଶାଳଶୋଭାଯାତ୍ରାରୁ ଦ୍ୱାଦଶ ଭୀମପାହାଡ ମହୋତ୍ସବ ଆରମ୍ଭ   (09-Nov-2026)       ||      ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ସଞ୍ଜୟ କୁମାର ମେହେର ମନୋନୀତ   (09-Nov-2026)       ||      ମା’ ପାଟଖଣ୍ଡା ମନ୍ଦିର ପରିସରରେ ଦୀପଦାନ ଓ ଆଲୋକୀକରଣ ଉତ୍ସବ : ମା’ଙ୍କ ଆରାଧନାରେ ଆଲୋକମୟ ହେଲା ମନ୍ଦିର ପରିସର   (09-Nov-2026)       ||      *ଡାବୁଗାଁ ବ୍ଲକରେ ପୁଣି ଅପପୃଷ୍ଟିର ଶିକାର ହେଲେ ଚେରଚେଟିଆ ଗୁଡାର ୫ ବର୍ଷର ଅନାଥ ଝିଅ ପ୍ରତିମା ଭତ୍ରା*   (09-Nov-2026)       ||      ଦୀପାବଳୀରେ "ସମୃଦ୍ଧ ଭାରତ ସେବା ଫାଉଣ୍ଡେସନ"ର ଭିତ୍ତିପ୍ରସ୍ତର ସ୍ଥାପନ ପୂଜାର୍ଚ୍ଚନା ତଥା ବୃକ୍ଷ ରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ   (08-Nov-2026)       ||      ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ   (08-Nov-2026)       ||      ପ୍ରଗତିବାଦୀ ପ୍ରତିଷ୍ଠାତା ପ୍ରଦ୍ୟୁମ୍ନ ବଳଙ୍କ ୯୪ ତମ ଜନ୍ମ ଜୟନ୍ତୀ ସମାରୋହ   (08-Nov-2026)       ||      ବଡ଼ମାଳ ହାଇସ୍କୁଲରେ ଶିଶୁ ମେଳା-୨୦୨୬ ଅନୁଷ୍ଠିତ   (08-Nov-2026)       ||      ପିପଳକାନୀରେ ନବନିର୍ମିତ ଆଦିବାସୀ ଭବନ ଉଦ୍‌ଘାଟିତ ରାଜ୍ୟସଭା ସାଂସଦ ପାଣ୍ଠିରେ ନିର୍ମିତ ଆଦିବାସୀ ଭବନକୁ ଉଦ୍‌ଘାଟନ କଲେ ପୂର୍ବତନ ସାଂସଦ ନିରଞ୍ଜନ ବିଶି   (08-Nov-2026)       ||      ଜିଲ୍ଲାସ୍ତରୀୟ ପିଏମ୍‌ଶ୍ରୀ କୁଇଜ୍ ପ୍ରତିଯୋଗିତା–୨୦୨୬ ଅନୁଷ୍ଠିତ    (08-Nov-2026)       ||      ପୁରୀ ରୁ ନୂଆପଡା ଆସୁଥିବା ଜଗନ୍ନାଥ୍ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ, ବସ୍ ଓ ଟ୍ରକ୍ ମଧ୍ୟରେ ଧକ୍କା, ଟ୍ରକ୍ ଉପରେ ଲଟକି ରହିଲେ ଡ୍ରାଇଭର    (08-Nov-2026)       ||     

HOME   ଅପରାଧ

ପୁଣି ଅଶାନ୍ତ ହେଲା ବଲାଙ୍ଗିର ସହର : ଦୁର୍ବୃତ୍ତଙ୍କ ଛୁରା ମାଡ଼ରେ ଯୁବକଙ୍କ ମୃତ୍ୟୁ , ଆଉଜଣେ ଡାକ୍ତରଖାନାରେ ଭର୍ତ୍ତି

24-May-2023



ବଲାଙ୍ଗିର (ପ୍ରେରଣା ଖବର ): କିଛି ଦିନର ବ୍ୟବଧାନ ପରେ ପୁଣି ବଲାଙ୍ଗିର ସହରରେ ଅପରାଧୀ ଗୋଷ୍ଠୀ ସକ୍ରିୟ ହୋଇଛନ୍ତି l ଅପରାଧ ବଢୁଛି କିନ୍ତୁ ଅପରାଧୀଙ୍କୁ ଦମନ କରିବା ଦିଗରେ ବଲାଙ୍ଗିର ପୋଲିସର ଭୂମିକା ସେତେ ଟାଟା ଉତ୍ସାହଜନକ ନୁହେଁ l ସାମାନ୍ୟ କଥାକୁ କେନ୍ଦ୍ର କରି ଗୁଳି ଫୁଟିବା ଓ ହତ୍ୟାକାଣ୍ଡ  ପରି ଘଟଣା ବଲାଙ୍ଗିର ବାସୀଙ୍କ ମଧ୍ୟରେ ଭୟର ବାତାବରଣ ଖେଳାଇ ଦେଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ପୁଣି ଏକ ହତ୍ୟା ଘଟଣା ପୋଲିସ ପାଇଁ ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି l

  ଗତକାଲି ବିଳମ୍ବିତ ରାତିରେ ରାଜମନ୍ଦିର ଗଳିଠାରେ ଏକ ଅଘଟଣ ଘଟିଛି । ଦୃବୁର୍ତ୍ତଙ୍କ ଛୁରାମାଡରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତ ଯୁବକ ଜଣକଙ୍କ ନାମ ବିଟ୍ଟୁ ବୋଲି ଜଣାପଡିଛି ।  ଅନ୍ୟ ଜଣେ ମଧ୍ୟ ଗୁରୁତର ଅବସ୍ଥାରେ ଭୀମ ଭୋଇ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ରାଜମନ୍ଦିର ଗଳିରେ

ବିଟ୍ଟୁ ଓ ତାଙ୍କର କିଛି ସାଙ୍ଗ ଠିଆ ହୋଇଥିଲେ । ଏହି ସମୟରେ ଅନ୍ୟ ଗୋଷ୍ଠୀର କିଛି ଯୁବକଙ୍କ ସହିତ ତାଙ୍କର କଥା କଟାକଟି ହୋଇଥିଲା । ଏଥିରେ ସେମାନେ ଉତ୍ୟକ୍ତ ହୋଇ ବିଟ୍ଟୁ ଓ ତାଙ୍କ ସାଙ୍ଗକୁ ଛୁରା ମାଡ କରିଥିଲେ । ଫଳରେ ଦୁହେଁ ଗୁରୁତର ହୋଇଥିଲେ । ଘଟଣାସ୍ଥଳରୁ ଦୃବୁର୍ତ୍ତ ମାନେ ଫେରାର ମାରିଥିବା ବେଳେ ବିଟ୍ଟୁ ଓ ତାଙ୍କ ସାଙ୍ଗକୁ ଭୀମ ଭୋଇ ମେଡିକାଲକୁ ନିଆ ଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ତାଙ୍କର ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।


News Comment